Advertisment

ଏହି ଦିନ ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ...

ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ। ଧାର୍ମିକ ଦୃଷ୍ଟି କୋଣରୁ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣକୁ ନେଇ ଲୋକଙ୍କ ଅନେକ ବିଶ୍ୱାସ ରହିଛି।

ଅଦ୍ୟତନ ହୋଇଛି
Solar Eclipse 2023

Solar Eclipse 2023

Advertisment

ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ(Solar Eclipse) ଦେଖାଯାଏ। ଧାର୍ମିକ ଦୃଷ୍ଟି କୋଣରୁ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣକୁ ନେଇ ଲୋକଙ୍କ ଅନେକ ବିଶ୍ୱାସ ରହିଛି। ଚଳିତ ବର୍ଷ ୪ଟି ଗ୍ରହଣ ଲାଗିପାରେ। ସେଥିମଧ୍ୟରୁ ୨ଟି ସୂର୍ଯ୍ୟ ପରାଗ ଓ ଅନ୍ୟ ୨ଟି ଚନ୍ଦ୍ର ଗ୍ରହଣ। କୁହାଯାଉଛି ଯେ, ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ହେବାକୁ ଥିବାବେଳେ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। 

Advertisment

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ...

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆସନ୍ତା ଏପ୍ରିଲ ୨୯ ତାରିଖ ଦିନ ଲାଗିବ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସକାଳ ୭ଟା ୪ ମିନିଟ୍‌ରୁ ଅପରାହ୍ଣ ୧୨ଟା ୨୯ ଯାଏ ସୂର୍ଯ୍ୟ ପରାଗ ଲାଗିବ। ହେଲେ ଭାରତରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ନାହିଁ। ଅଷ୍ଟ୍ରେଲିଆ, ଫିଲିପାଇନ୍ସ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ମହାସାଗରରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ।ତେବେ ସୂର୍ଯ୍ୟପରାଗକୁ କେବେବି ଖାଲି ଆଖିରେ ନ ଦେଖିବାକୁ ବୈଜ୍ଞାନିକମାନେ ସତର୍କ କରିଛନ୍ତି।

ରାଶି ଉପରେ ସୂର୍ଯ୍ୟ ପରାଗର ପ୍ରଭାବ...

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଲାଗିବାକୁ ଥିବା ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ କିଛି ରାଶି (Zodiac Signs) ଉପରେ ପ୍ରଭାବ ପକାଇପାରେ। ମେଷ ରାଶି ଉପରେ ସୂର୍ଯ୍ୟ ପରାଗର ପ୍ରଭାବ ଅଧିକ ପଡ଼ିବ ବୋଲି କୁହାଯାଉଛି। ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟର କ୍ଷେତ୍ରରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ସେହିପରି ସିଂହ ରାଶି ଉପରେ ମଧ୍ୟ ସୂର୍ଯ୍ୟ ପରାଗର ପ୍ରଭାବ ପଡ଼ିପାରେ। ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଉତ୍ଥାନପତନ ଆସିପାରେ। ଚାଲୁଥିବା କାମ ଅଟକି ଯାଇପାରେ।

Advertisment

କନ୍ୟା ରାଶିର ବ୍ୟକ୍ତିଙ୍କୁ ମାନସିକ ଅଶାନ୍ତି ଦେଇ ଗତି କରିବାକୁ ପଡ଼ିପାରେ। ନିଜର କ୍ରୋଧ ଓ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବାକୁ ଏହି ରାଶିର ବ୍ୟକ୍ତିଙ୍କୁ ପରାମର୍ଶ ଦିଆଯାଇଛି। 

Solar Eclipse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ