Advertisment

ଏପ୍ରିଲ ୨୦ରେ ଲାଗିବ ସୂର୍ଯ୍ୟ ପରାଗ, ଭୁଲ୍‌ରେ କରନ୍ତୁନି ଏହିସବୁ କାମ...

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ଲାଗିବ ବୋଲି ଜଣାପଡ଼ିଛି। ଏହି ଦିନ ବୟସ୍କ, ଛୋଟ ଶିଶୁ ଓ ଗର୍ଭବତୀଙ୍କ ବିଶେଷ ଧ୍ୟାନ ରଖିବା ଜରୁରୀ।

ଅଦ୍ୟତନ ହୋଇଛି
Solar Eclipse 2023

Solar Eclipse 2023

Advertisment

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ(Solar Eclipse) ଏପ୍ରିଲ ୨୦ରେ ଲାଗିବ ବୋଲି ଜଣାପଡ଼ିଛି। ଏହି ଦିନ ବୟସ୍କ, ଛୋଟ ଶିଶୁ ଓ ଗର୍ଭବତୀଙ୍କ ବିଶେଷ ଧ୍ୟାନ ରଖିବା ଜରୁରୀ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ। ଏହି ସୂର୍ଯ୍ୟ ପରାଗ ବିଶ୍ୱର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ। ହେଲେ ଭାରତରେ ଏହା ଦେଖାଯିବ ନାହିଁ। ଚଳିତ ବର୍ଷ ୨ଟି ସୂର୍ଯ୍ୟ ପରାଗ ଓ ୨ଟି ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ। 

Advertisment

ଭାରତୀୟ ଜ୍ୟୋତିଷଶାସ୍ତ୍ର କ୍ୟାଲେଣ୍ଡର ଅନୁସାରେ, ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ତାରିଖ ସକାଳ ୭ଟା ୪ରୁ ଆରମ୍ଭ ହୋଇ ଅପରାହ୍ଣ ୧୨ଟା ୨୯ରେ ଶେଷ ହେବ। ତେବେ ଭାରତରେ ଏହା ଦେଖିବାକୁ ମିଳିବ ନାହିଁ। ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ରେ ପଡ଼ିବ। ଭାରତରେ ଏହା ଦେଖିବାକୁ ମିଳିବ। 

ସୂର୍ଯ୍ୟପରାଗ ସମୟରେ ଭୁଲ୍‌ରେ ଏହିସବୁ କାମ କରନ୍ତୁ ନାହିଁ...

  • ଖାଦ୍ୟ ଖାଆନ୍ତୁ ନାହିଁ- ଗ୍ରହଣ ସମୟରେ କୌଣସି ଖାଦ୍ୟ ଖାଇବା ଉଚିତ୍‌ ନୁହେଁ। କାରଣ ଏହାଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହି ସମୟରେ ରନ୍ଧା ଖାଦ୍ୟ ଖାଇବା ନିଷେଧ। 
  • କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ- ବିଶ୍ୱାସ ରହିଛି ଯେ, ଗ୍ରହଣ ସମୟରେ ନକାରାତ୍ମକ ପ୍ରଭାବ ଅଧିକ ଥାଏ। ତେଣୁ ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ୍‌ ନୁହେଁ। ଏହାଛଡ଼ା ଗ୍ରହଣ ସମୟରେ ନଖ କାଟିବା ଉଚିତ୍‌ ନୁହେଁ
  • ଗର୍ଭବତୀ ମହିଳା କରନ୍ତୁନି ଏହି କାମ- ଗ୍ରହଣ ସମୟରେ ଗର୍ଭବତୀ ମହିଳା କୌଣସି ଧାରୁଆ କିମ୍ବା ତୀକ୍ଷ୍ଣ ଜିନିଷ ବ୍ୟବହାର କରନ୍ତୁ ନାହିଁ। ଏହାସହ କୌଣସି କଟାକଟି ବା ସିଲେଇ କାର୍ଯ୍ୟ କରନ୍ତୁ ନାହିଁ। ଗ୍ରହଣ ସମୟରେ ଘର ଭିତରେ ରୁହନ୍ତୁ। ବିଶ୍ୱାସ ରହିଛି, ଯଦି ଏସବୁ ନମାନନ୍ତି ତା’ହେଲେ ଜନ୍ମିତ ଶିଶୁ ଉପରେ ପ୍ରଭାବ ପଡ଼ିପାରେ। 
  • ପୂଜାପାଠ କରନ୍ତୁ ନାହିଁ-  ଗ୍ରହଣ ସମୟରେ ଘର ଓ ମନ୍ଦିରରେ ଦେବାଦେବୀଙ୍କ ପ୍ରତିମାକୁ ଆଚ୍ଛାଦିତ କରି ରଖନ୍ତୁ। ଏହି ସମୟରେ ଆଦୌ ପୂଜାପାଠ କରନ୍ତୁ ନାହିଁ।
Advertisment
  • କୌଣସି ବୃକ୍ଷକୁ ସ୍ପର୍ଶ କରନ୍ତୁ ନାହିଁ
  • କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ
  • ଘରର ଝରକା, କବାଟ ଖୋଲା ରଖନ୍ତୁ ନାହିଁ 
  • କଟାକଟି ବା ସିଲେଇ କାର୍ଯ୍ୟ କରନ୍ତୁ ନାହିଁ
Solar Eclipse Solar Eclipse Impact
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ