Advertisment

ଶେଷ ପର୍ଯ୍ୟାୟରେ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା; ଆଜି ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ

ଦେବ ଦମ୍ପତିଙ୍କ ବିବାହ ପରେ ଚାଲିଛି ଯୁଗଳ ଦର୍ଶନ ଶୋଭାଯାତ୍ରା। ଆଜି ସଂଧ୍ୟା ଯାଏ ଶୋଭାଯାତ୍ରା ଚାଲିବ।

Jugal Darshan Sobhayatra

Jugal Darshan Sobhayatra

Advertisment

ଦେବ ଦମ୍ପତିଙ୍କ ବାହାଘର ପରେ ଚାଲିଛି ଯୁଗଳ ଦର୍ଶନ । ଶୋଭାଯାତ୍ରା ଆଜି ସଂଧ୍ୟା ଯାଏଁ ଶୋଭାଯାତ୍ରା ଚାଲିବ । ନବ ବିବାହିତ ଦେବ ଦମ୍ପତ୍ତି ସୁସଜ୍ଜିତ ବିମାନରେ ନଗର ପରିକ୍ରମା କରୁଛନ୍ତି । ଏଥିରେ ସାମିଲ ହୋଇଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର କଳାକାର ।

Advertisment

ଦେବ ଦମ୍ପତିଙ୍କ ବାହାଘରରେ କିନ୍ନରମାନେ ବି ନାଚୁଛନ୍ତି । ଏହି ଯୁଗଳ ମୂର୍ତ୍ତି ଦର୍ଶନ ଶୋଭାଯାତ୍ରା ହିଁ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ବୈଶିଷ୍ଟ୍ୟ ଓ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ସଂଧ୍ୟାରେ ଶିବ ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଶେଷ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ।

ସେହିପରି ବଲାଙ୍ଗିରରେ ମଧ୍ୟ ଶୀତଳଷଷ୍ଠୀ ଅବସରରେ ଆଜି ଯୁଗଳବନ୍ଦୀ ଶୋଭାଯାତ୍ରାରେ ବାହାରିଛନ୍ତି ଦେବଦମ୍ପତି। ଦେବାଳୟରୁ ବାହାରି ସହର ପରିକ୍ରମା କରୁଛନ୍ତି ଦେବ ଦମ୍ପତି। ବାଜା ଢୋଲରେ ସାରା ସହର ପ୍ରକମ୍ପିତ ହୋଇଛି।

Advertisment

ଶୀତଳଷଷ୍ଠୀ ଯାତ୍ରାକୁ ଭାରତ ସରକାରଙ୍କ ପ୍ରଚେଷ୍ଟାରେ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଆଗକୁ ନେବାର ପ୍ରଚେଷ୍ଟା କରାଯିବ।  ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦିନିକିଆ ସମ୍ବଲପୁର ଗସ୍ତରେ ଆସି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମ୍ବଲପୁରର ବିଭିନ୍ନ ପଡାର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ଼ ହୋଇଥିଲେ। ସହରର ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୋଦିପଡ଼ା ଏବଂ ବାଲିବନ୍ଧାର ଯାତ୍ରାରେ ସେ ଯୋଗଦେଇଥିଲେ।  ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାରେ କନ୍ୟା ପିତା ହୋଇଥିବା ଗିରିଶ ପଟେଲଙ୍କ ଘରକୁ ଯାଇ, ବର-କନ୍ୟା ବିଦା ସମୟରେ ଭୋଳାବାବାଙ୍କ ବିମାନକୁ ଅନ୍ୟ ମାନଙ୍କ ସହ ମିଶି କାନ୍ଧରେ ବୋହିଥିଲେ କେନ୍ଦ୍ରମନ୍ତ୍ରୀ।

Advertisment
Sital Sasthi Jugal Darshan Sobhayatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ