Advertisment

Id ul zuha 2023: ପାରସ୍ପରିକ ଶତ୍ରୁତାକୁ ଦୂରେଇ ତ୍ୟାଗର ମହତ୍ତ୍ୱକୁ ବୁଝାଏ ‘ଇଦ୍-ଉଲ୍-ଜୁହା’

ଇଦ୍ ଉଲ୍ ଜୁହା ‘ବକ୍‌ରୀଦ୍’ ନାମରେ ମଧ୍ୟ ଜଣାଶୁଣା। ବକର ଇଦ୍ ଆରବୀୟ ଶବ୍ଦ ‘ବକର’ରୁ ଉତ୍ପନ୍ନ। ‘ବକର’ର ଅର୍ଥ ବଡ଼ ବା ବିରାଟ। ଇସଲାମୀୟ ବିଶ୍ୱାସ ଅନୁଯାୟୀ, ‘ଇଦ୍ ଉଲ୍ ଜୁହା’କୁ ଏକ ଅତି ପବିତ୍ର ପର୍ବ ଭାବେ ବିବେଚନା କରାଯାଏ।

ଅଦ୍ୟତନ ହୋଇଛି
Id Ul Zuha 2023

Id Ul Zuha 2023

Advertisment

ଇସଲାମ ଧର୍ମର ମୁଖ୍ୟ ପର୍ବ ମଧ୍ୟରେ ‘ଇଦ୍-ଉଲ୍-ଜୁହା’ ଅନ୍ତର୍ଭୁକ୍ତ। ଇଦ୍ ଉଲ୍ ଜୁହା ‘ବକ୍‌ରୀଦ୍’ ନାମରେ ମଧ୍ୟ ଜଣାଶୁଣା। ବକର ଇଦ୍ ଆରବୀୟ ଶବ୍ଦ ‘ବକର’ରୁ ଉତ୍ପନ୍ନ। ‘ବକର’ର ଅର୍ଥ ବଡ଼ ବା ବିରାଟ। ଇସଲାମୀୟ ବିଶ୍ୱାସ ଅନୁଯାୟୀ, ‘ଇଦ୍ ଉଲ୍ ଜୁହା’କୁ ଏକ ଅତି ପବିତ୍ର ପର୍ବ ଭାବେ ବିବେଚନା କରାଯାଏ।

Advertisment

ସମସ୍ତ ମୁସଲମାନ ଉତ୍ସାହର ସହିତ ଏହି ପର୍ବକୁ ଅପେକ୍ଷା କରିଥାନ୍ତି। ବକ୍‌ରୀଦ ପର୍ବର ମୂଳଦୁଆ ହିଁ ‘କୁର୍ବାନୀ’ ଶବ୍ଦ ଉପରେ ରଖାଯାଇଥିଲା। ଏହାର ନୈତିକ ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତି ନିଜ ଭିତରେ ଥିବା ପଶୁ ପ୍ରବୃତ୍ତିକୁ ଅର୍ଥାତ୍ ତାଙ୍କ ଭିତରେ ଥିବା ମନ୍ଦ ପ୍ରବୃତ୍ତିକୁ ବଳିଦାନ ଦେବା ଉଚିତ।

ଇତିହାସ:

‘ଇଦ୍-ଉଲ୍-ଜୁହା’କୁ ନେଇ ଇତିହାସ କହେ ଯେ ଭାରତରେ ଏହି ପର୍ବର ଇତିହାସ ବହୁ ପୁରୁଣା। ଐତିହାସିକ ଲେଖାରୁ ଜଣାଯାଏ ଯେ ମୋଗଲ ସମ୍ରାଟ ଜାହାଙ୍ଗୀର ତାଙ୍କ ପ୍ରଜାମାନଙ୍କ ସହିତ ‘ଇଦ୍-ଉଲ୍‌-ଜୁହା’ର ଏହି ମହୋତ୍ସବକୁ ଖୁବ୍ ଧୁମ୍ ଧାମ୍‌ରେ ପାଳନ କରିଥିଲେ।

Advertisment

ଏହି ଦିନ ଅଣ-ମୁସଲମାନମାନଙ୍କ ସମ୍ମାନାର୍ଥେ ସନ୍ଧ୍ୟାରେ ରାଜଦରବାରରେ ଏକ ସ୍ୱତନ୍ତ୍ର ଶାକାହାରୀ ଭୋଜି ଆୟୋଜନ କରାଯାଇଥିଲା। ଏହାର ଶୁଦ୍ଧ ଶାକାହାରୀ ଭୋଜନ କେବଳ ହିନ୍ଦୁ ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ଏହି ଦିନର ଖୁସିରେ ସମ୍ରାଟ ମଧ୍ୟ ଦାନ କରୁଥିଲେ, ଯେଉଁଥିରେ ସେ ନିଜ ପ୍ରଜାମାନଙ୍କୁ ଅନେକ ପ୍ରକାରର ଉପହାର ପ୍ରଦାନ କରୁଥିଲେ। ଏହି ସାଂସ୍କୃତିକ ଏବଂ ଐତିହାସିକ କାରଣରୁ ଆଜି ମଧ୍ୟ ଏହି ପର୍ବ ଭାରତରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ।

Advertisment

କାହିଁକି ହୁଏ ପାଳନ:

ଇସଲାମୀୟ ବିଶ୍ୱାସ ଅନୁଯାୟୀ, ପେଗମ୍ବର ହଜରତ ଇବ୍ରାହିମ୍‌ ଏକ ସ୍ୱପ୍ନରେ ଦେଖିଲେ ଯେ ଆଲ୍ଲା ତାଙ୍କୁ ତାଙ୍କର ପ୍ରିୟ ଜିନିଷକୁ ବଳିଦାନ କରିବାକୁ ଆଦେଶ ଦେଇଥିଲେ। ବହୁ ଚିନ୍ତା ପରେ ସେ ନିଜ ପ୍ରିୟ ଜିନିଷକୁ ବଳିଦାନ ଦେଇଥିଲେ। ତାଙ୍କ ପାଇଁ ସବୁଠାରୁ ପ୍ରିୟ ଜିନିଷ ଥିଲା ତାଙ୍କ ପୁଅ ଇସମାଇଲ୍‌। ତାଙ୍କୁ ଇବ୍ରାହିମ ନିଜ ଜୀବନ ଅପେକ୍ଷା ଅଧିକ ଭଲ ପାଉଥିଲେ।

ଇବ୍ରାହିମଙ୍କ ସାମ୍ନାରେ ଦ୍ୱନ୍ଦ୍ୱର ପରିସ୍ଥିତି ଉପୁଜିଥିଲା। ଗୋଟିଏ ପାର୍ଶ୍ୱରେ ତାଙ୍କର ସବୁଠାରୁ ପ୍ରିୟ ପୁତ୍ର, ଅନ୍ୟ ପଟେ ଆଲ୍ଲାଙ୍କର ଆଦେଶ। ବହୁ ଚିନ୍ତା ପରେ ଇବ୍ରାହିମ ତାଙ୍କ ପୁଅ ଇସ୍‌ମାଇଲ୍‌କୁ ତାଙ୍କ ସ୍ୱପ୍ନ ବିଷୟରେ କହିଥିଲେ। ତେଣୁ ଇସ୍‌ମାଇଲ୍‌ ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଳିଦାନ କରିବାକୁ ରାଜି ହୋଇଗଲେ।

ଶେଷ ସାକ୍ଷାତ ପରେ ଇସ୍‌ମାଇଲ୍‌ ତାଙ୍କ ମୁଣ୍ଡ ନୁଆଁଇ ଇବ୍ରାହିମଙ୍କୁ ବଳିଦେବାକୁ ନିର୍ଦ୍ଦେଶ ଦେଲେ। ଆଦେଶ ପାଇବା ମାତ୍ରେ ଇବ୍ରାହିମ୍‌ ତାଙ୍କ ପୁଅ ଇସ୍‌ମାଇଲ୍‌ଙ୍କ ବେକରେ ଛୁରୀ ଚଲାଇଦେଲେ। କୁହାଯାଏ ଯେ ଆଲ୍ଲା ତାଙ୍କର ଉପାସନାରେ ଏତେ ସନ୍ତୁଷ୍ଟ ହୋଇଯାଇଥିଲେ ଯେ ଛୁରୀ ମାରିବା ପୂର୍ବରୁ ସେ ଇସ୍‌ମାଇଲ୍‌ ହଟେଇ ଏକ ମେଷଶାବକକୁ ରଖି ଦେଇଥିଲେ।

ଏହିପରି ଭାବରେ ଆଲ୍ଲା ଇସ୍‌ମାଇଲ୍‌କୁ ଏକ ନୂଆ ଜୀବନ ଦେଇଥିଲେ। ଏହି କାରଣରୁ ଏହି ଦିନ ବିଶ୍ୱର ସମସ୍ତ ମୁସଲମାନ ଆଲ୍ଲାଙ୍କ ଉପରେ ଆସ୍ଥା ରଖି ପଶୁ ବଳି ଦେଇଥାନ୍ତି।

ମହତ୍ତ୍ୱ:

ଇଦ୍-ଉଲ୍-ଜୁହା ମୁସଲମାନମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ। ଏହି ଦିନ ପ୍ରତ୍ୟେକ ମୁସଲମାନ ଏକତ୍ରିତ ହୋଇ ପାରସ୍ପରିକ ଶତ୍ରୁତାକୁ ଭୁଲିଯାଆନ୍ତି। ବଳିଦାନ ଆକାରରେ ଦାନକୁ ଗୁରୁତ୍ୱ ଦିଆଯାଏ। ଏହି ଇସଲାମ ପର୍ବରେ ଧନୀ ଲୋକମାନେ ଗରିବ ଲୋକଙ୍କୁ ଦାନ କରନ୍ତି। ଏହି ପର୍ବ ପ୍ରେମ, ଭାଇଚାରା ଏବଂ ତ୍ୟାଗର ମହତ୍ତ୍ୱକୁ ବୁଝାଏ।

Eid Al-Adha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ