Advertisment

ଅଗଷ୍ଟ ୩୦ରୁ 'ଶ୍ରୀମନ୍ଦିର'

ଓଡିଶାର ଜଗନ୍ନାଥ ପ୍ରେମୀ ତଥା ଶ୍ରୀମନ୍ଦିର ସହ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ଖୁସିର କଥା ଯେ ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ନୂଆ ଧାରାବାହିକ – ଶ୍ରୀମନ୍ଦିର। ଶ୍ରୀମନ୍ଦିର ଧାରାବାହିକର ଭିନ୍ନ ଭିନ୍ନ ସିରିଜ୍‌ରେ ଭିନ୍ନ ଭିନ୍ନ କାହାଣୀ ପ୍ରଦର୍ଶିତ କରିବାକୁ ସ୍ଥିର ହୋଇଥିବାବେଳେ ପ୍ରଥମ ସିରିଜ୍‌ରେ କାଞ୍ଚି ବିଜୟ ବା ପଦ୍ମାବତୀ ପରିଣୟ କାହାଣୀଟି ସ୍ଥାନ ପାଇଛି।

ଅଦ୍ୟତନ ହୋଇଛି
undefined

ShreeMandir

Advertisment

ଭୁବନେଶ୍ୱର : ଯେଉଁଠି ଚାରିବେଦ ପାଲଟି ଯାଆନ୍ତି ଚାରିଦ୍ୱାର। ଯେଉଁଠି ଭକ୍ତଙ୍କ ମେଳରେ ଭକ୍ତ ପାଲଟି ଠିଆ ହୁଅନ୍ତି ବ୍ରହ୍ମା ଓ ଶଙ୍କର। ଯେଉଁଠି ଦୁଇ କୂଳରେ ବନ୍ଦୀ ଗଂଗା ଆଉ ଯମୁନା - ଭାରତବର୍ଷର ଦୁଇ ପବିତ୍ର ନଈର ଧାର। ଯେଉଁ ଅଗଣାର ନିର୍ମାଲ୍ୟ କାଣିଚାଏ ଜୀବ ଗଲା ବେଳେ ଲୋଡ଼ା ହୁଏ ତା ନାଁ ଆନନ୍ଦବଜାର । ଯାହାର ଉପସ୍ଥିତି ପାଇଁ ଏଠାକାର ମଶାଣିର ନାଁ ବି ହେଇପାରେ ସ୍ୱର୍ଗଦ୍ୱାର। ସେ ହେଉଛି ଶ୍ରୀମନ୍ଦିର। ସାକ୍ଷୀ ସିଏ ଅନେକ ଇତିହାସର। ଅନେକ ଭକ୍ତଙ୍କ ଭାବଭକ୍ତିକୁ ଦେଖିଛି ସିଏ। ଅନେକ ବାହ୍ୟଶତୃଙ୍କ ଆକ୍ରମଣକୁ ବି ଦେଖିଛି ସିଏ। ସେ ଦେଖିଛି - ତାକୁ ଆଉ ତା ମହାପ୍ରଭୁଙ୍କୁ ସୁରକ୍ଷିତ ରଖିବାକୁ କ’ଣ କରିପାରନ୍ତି ତା’ ପଣ୍ଡା ପଢ଼ିହାରୀ ସେବକମାନେ। ସେ ଦେଖିଛି - କି କି ତ୍ୟାଗ ଓ ବଳିଦାନ ଦେଇପାରନ୍ତି ଉତ୍କଳର ଗଜପତିମାନେ। ଅନେକ ଆନନ୍ଦ-ଆତଙ୍କ, ବିବାଦ-ବିଷାଦ, ବିଶ୍ୱାସ-ଉଚ୍ଛ୍ଵାସ, ବିଜୟ-ବିଲୟର ସାକ୍ଷୀ ଭାବେ ଏବେ ବି ଛିଡା ହେଇଛି ଶ୍ରୀମନ୍ଦିର।

Advertisment

ତେବେ ଓଡିଶାର ଜଗନ୍ନାଥ ପ୍ରେମୀ ତଥା ଶ୍ରୀମନ୍ଦିର ସହ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ଖୁସିର କଥା ଯେ ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ନୂଆ ଧାରାବାହିକ – ଶ୍ରୀମନ୍ଦିର। ଶ୍ରୀମନ୍ଦିର ଧାରାବାହିକର ଭିନ୍ନ ଭିନ୍ନ ସିରିଜ୍‌ରେ ଭିନ୍ନ ଭିନ୍ନ କାହାଣୀ ପ୍ରଦର୍ଶିତ କରିବାକୁ ସ୍ଥିର ହୋଇଥିବାବେଳେ ପ୍ରଥମ ସିରିଜ୍‌ରେ କାଞ୍ଚି ବିଜୟ ବା ପଦ୍ମାବତୀ ପରିଣୟ କାହାଣୀଟି ସ୍ଥାନ ପାଇଛି। ଗବେଷକମାନଙ୍କ ଇତିହାସ ସମ୍ପର୍କିତ ସୂଚନା, ଐତିହାସିକ ଗଳ୍ପ, କିମ୍ବଦନ୍ତୀ, ଲୋକକଥା, ପୌରାଣିକ ଗଳ୍ପ ସାଙ୍ଗକୁ ନାଟକୀୟତା ପାଇଁ କିଛି କାଳ୍ପନିକ ଘଟଣାବଳୀକୁ ମଧ୍ୟ ଏଥିରେ ସଂଯୋଜିତ କରାଯାଇଛି। କିନ୍ତୁ ମୂଳଗଳ୍ପର ଭାବଧାରା ଓ ଉତ୍କଳର ଗରିମା, ଶ୍ରୀମନ୍ଦିର ପ୍ରତି ଉତ୍କଳବାସୀଙ୍କ ଭାବଭକ୍ତିକୁ କିପରି ସୁନ୍ଦରଭାବେ ଉପସ୍ଥାପିତ କରିହେବ ସେଥିପ୍ରତି ମଧ୍ୟ ଯତ୍ନ ନିଆଯାଇଛି।

Advertisment

ପଦ୍ମାବତୀ ପରିଣୟ ପରେ ଶ୍ରୀମନ୍ଦିର ଧାରାବାହିକରେ - ପ୍ରତାପରୁଦ୍ରଦେବ, ଭକ୍ତ ସାଲବେଗ, ଚୈତନ୍ୟ ପ୍ରଭୃତିଙ୍କ କାହାଣୀକୁ ଏଥିରେ ସ୍ଥାନିତ ହେବାର ପ୍ରସ୍ତୁତି ଚାଲିଛି। ତରଙ୍ଗ ଟିଭି ପାଇଁ ଏହି ସିରିଏଲଟି ପ୍ରସ୍ତୁତ କରୁଛନ୍ତି କଲିକତାର ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା - ସୁରିନ୍ଦର ଫିଲ୍ମସ। ତେବେ ଅଗଷ୍ଟ ୩୦ ତାରିଖରୁ ପ୍ରତ୍ୟେକ ସୋମବାର-ଶନିବାର ତରଙ୍ଗରେ ରାତି ୯ଟା ୩୦ ଏହି ଧାରାବାହିକ ପ୍ରସାରଣ ହେବ। ଦର୍ଶକମାନେ ଏହାକୁ ଦେଖିବାର ସୁଯୋଗ ହାତଛଡା କରିବେ ନାହିଁ।

Taranga Plus Taranga Tv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ