Advertisment

Shaheed Divas 2024: ଭାରତରେ କାହିଁକି ପାଳିତ ହୁଏ ଦୁଇଟି ‘ଶହୀଦ ଦିବସ’

ପ୍ରତିବର୍ଷ ୨୩ ମାର୍ଚ୍ଚକୁ ‘ଶହୀଦ ଦିବସ’ ଭାବରେ ପାଳନ କରାଯାଏ। ଏହି ଦିନ ଭାରତର ଅଗ୍ରଣୀ ଆନ୍ଦୋଳନକାରୀ ତଥା ବିପ୍ଳବୀମାନଙ୍କ ମଧ୍ୟରୁ ଭଗତ ସିଂହ ଶହୀଦ ହୋଇଥିଲେ। ଶତାବ୍ଦୀ ଶତାବ୍ଦୀ ଧରି ବ୍ରିଟିଶ ଦାସତ୍ୱରୁ ଭାରତକୁ ମୁକ୍ତ କରିବା ପାଇଁ ଅନେକ ପୁଅ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Shaheed Divas 2024 why do we celebrate martyrs day

Shaheed Divas 2024 why do we celebrate martyrs day

ପ୍ରତିବର୍ଷ ୨୩ ମାର୍ଚ୍ଚକୁ ‘ଶହୀଦ ଦିବସ’ ଭାବରେ ପାଳନ କରାଯାଏ। ଏହି ଦିନ ଭାରତର ଅଗ୍ରଣୀ ଆନ୍ଦୋଳନକାରୀ ତଥା ବିପ୍ଳବୀମାନଙ୍କ ମଧ୍ୟରୁ ଭଗତ ସିଂହ ଶହୀଦ ହୋଇଥିଲେ। ଶତାବ୍ଦୀ ଶତାବ୍ଦୀ ଧରି ବ୍ରିଟିଶ ଦାସତ୍ୱରୁ ଭାରତକୁ ମୁକ୍ତ କରିବା ପାଇଁ ଅନେକ ପୁଅ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

Advertisment

ଅନେକ ଥର ବିପ୍ଳବୀମାନେ ଜେଲ୍‌ ଯାଇଥିଲେ, ବ୍ରିଟିଶମାନଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ କିନ୍ତୁ ପରାଜୟକୁ ଗ୍ରହଣ କରି ନ ଥିଲେ। ଏହି ବିପ୍ଳବୀମାନଙ୍କ ମଧ୍ୟରେ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ନାମ ଅତ୍ୟନ୍ତ ଗର୍ବର ସହିତ ନିଆଯାଏ। ସହିଦ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କ ନାମ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଛି। ଶହୀଦ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁ ଯୁବକମାନଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣା ଅଟନ୍ତି। ଲାହୋର ଷଡଯନ୍ତ୍ର ଅଭିଯୋଗରେ ଏହି ତିନିଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

୨୪ ମାର୍ଚ୍ଚ ୧୯୩୧ରେ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀଦଣ୍ଡର ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ବ୍ରିଟିଶ ସରକାର ଭୟ କରୁଥିଲା ଯେ ଯଦି ଏହି ବୀରମାନଙ୍କୁ ଫାଶୀ ଦିଆଯାଏ ତେବେ ଦେଶବାସୀ କ୍ରୋଧିତ ହେବେ। ଏଭଳି ପରିସ୍ଥିତିରେ ଏହି ତିନି ବୀର ପୁତ୍ରଙ୍କୁ ନିର୍ଦ୍ଧାରିତ ତାରିଖର ଗୋଟିଏ ରାତିରେ ଗୁପ୍ତରେ ଫାଶୀ ଦିଆଯାଇଥିଲା।

Advertisment

୨୩ ମାର୍ଚ୍ଚ ୧୯୩୧ରେ ଏହି ତିନି ବୀର ହସି ହସି ଫାଶୀରେ ଝୁଲିଯାଇଥିଲେ। ଆଜି ଏହି ବୀରମାନଙ୍କର ମୃତ୍ୟୁ ବାର୍ଷିକୀ। ଭାରତର ଏହି ବୀର ପୁତ୍ରମାନଙ୍କ ବଳିଦାନକୁ ମନେ ପକେଇବା ପାଇଁ ଏହି ଦିନ ଶହୀଦ ଦିବସ ଭାବରେ ପାଳନ କରାଯାଏ।

ତେବେ ଭାରତରେ ଗୋଟିଏ ନୁହେଁ, ଦୁଇଟି ‘ଶହୀଦ ଦିବସ’ ପାଳନ କରାଯାଏ। ଆଉ ଏକ ‘ଶହୀଦ ଦିବସ’ ୩୦ ଜାନୁଆରୀରେ ପାଳନ କରାଯାଏ। ଭାରତରେ ବର୍ଷକୁ ଦୁଇଥର ‘ଶହୀଦ ଦିବସ’ ପାଳନ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ଗୋଟିଏ ଜାନୁଆରୀରେ ଏବଂ ଅନ୍ୟଟି ମାର୍ଚ୍ଚରେ ପାଳନ କରାଯାଉଥିବାରୁ ଲୋକଙ୍କ ପାଇଁ ଏହି ପ୍ରଶ୍ନ ରହିବା ସ୍ୱାଭାବିକ ଯେ ଶହୀଦ ଦିବସ କାହିଁକି ଦୁଇଥର ପାଳନ କରାଯାଏ।

୩୦ ଜାନୁଆରୀର ଯେଉଁ ‘ଶହୀଦ ଦିବସ’ ପାଳନ କରାଯାଏ ତାହା ମହାତ୍ମା ଗାନ୍ଧୀଙ୍କ ପାଇଁ ସମର୍ପିତ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ ୩୦ ଜାନୁଆରୀରେ ପାଳନ କରାଯାଏ। ୧୯୪୮ ମସିହାରେ ଏହି ଦିନ, ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଦେଶକୁ ମୁକ୍ତ କରିବା ପାଇଁ ସତ୍ୟ ତଥା ଅହିଂସା ପଥ ଅନୁସରଣ କରିଥିବା ଗାନ୍ଧିଜୀଙ୍କ ଦେହାନ୍ତ ପରେ ତାଙ୍କ ମୃତ୍ୟୁ ବାର୍ଷିକୀକୁ ‘ଶହୀଦ ଦିବସ’ ଭାବେ ପାଳନ କରାଯିବା ଆରମ୍ଭ ହୋଇଥିଲା।

Saheed Diwas
Advertisment
Advertisment