Advertisment

ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ

ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ। ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି। ପରମ୍ପରା ଅନୁସାରେ ପୁରୀ ରଥ ଯାତ୍ରାର ପର ଦିନ ଏଠାରେ ରଥଯାତ୍ରା ହୋଇଥାଏ।

ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ

Baripada Jagannath Temple

Advertisment

ବାରିପଦା: ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ। ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି। ପରମ୍ପରା ଅନୁସାରେ ପୁରୀ ରଥ ଯାତ୍ରାର ପର ଦିନ ଏଠାରେ ରଥଯାତ୍ରା ହୋଇଥାଏ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁୟାୟୀ ପୁରୀ ବ୍ୟତିତ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ ରହିଛି। କେବଳ ଏତିକି ନୁହେଁ ବରଂ କେନ୍ଦୁଝରରେ ମଧ୍ୟ ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରା ମନ୍ଦିର ଭିତରେ ଅନୁଷ୍ଠିତ ହୋଇଛି। ସୀମିତ ସଂଖ୍ୟାର ସେବାୟତଙ୍କ ମଧ୍ୟରେ ଶ୍ରୀଜିଉଙ୍କ ନୀତିକାନ୍ତି ହେବ ହୋଇଛି।

Advertisment

ରଥଯାତ୍ରା ପାଇଁ ଆଜି ରାତି ୮ଟା ପର୍ଯ୍ୟନ୍ତ ଜାରି ଥିବା ୧୪୪ ଧାରାକୁ ପ୍ରତ୍ୟାହାର କରି ନିଆଯାଇଛି । କିନ୍ତୁ କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଏହି କଟକଣା ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

Advertisment

ଶ୍ରୀଜୀଉ ମାନଙ୍କ ଆଡପ ମଣ୍ତପ ବିଜେ ପହଣ୍ତି ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳରେ ସମସ୍ତ ଦୋକାନ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟେଳୟ ବନ୍ଦ ରହିବ । ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବହନ କରିଥିବା ଗାଡିକୁ ଛାଡିଦେଲେ ଅନ୍ୟଗାଡି ଗୁଡିକ ଯିବା ଆସିବା ଉପରେ ମଧ୍ୟ କଟକଣା ବଳବତ୍ତର ରହିବ ।

ସେପଟେ ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଗୋଟି ପହଣ୍ଡି କରି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ ।

Advertisment
Odisha Baripada Ratha Jatra Puri Ratha Jatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ