Advertisment

Sculpture Fest: ଅଦରକାରୀ ପଦାର୍ଥରେ ଆଖି ଝଲସା କଳାକୃତି, ଓଡ଼ିଆ ଶିଳ୍ପୀଙ୍କ ହାତରେ ଜୀବନ୍ତ

ପ୍ରବାସୀ ଭାରତୀୟ ଓଡ଼ିଶା ଆସିଛନ୍ତି । ସାରା ଓଡ଼ିଶା ବୁଲିବେ । ପୁରୀ ସମୁଦ୍ର କୂଳ ବି । ଠିକ୍ ଏହି ସମୟରେ ରାଜ୍ୟର ଭାସ୍କର୍ଯ୍ୟ ଶିଳ୍ପୀମାନେ ଦେଖାଇଛନ୍ତି ହାତର ଯାଦୁ । ଚମକୁଛି ପୁରୀ ବେଳାଭୂମି ।

ଅଦ୍ୟତନ ହୋଇଛି
Best Out Of Waste

Best Out Of Waste

Advertisment

ପ୍ରବାସୀ ଭାରତୀୟ ଦିବସ ଅବସରରେ ପୁରୀରେ ନିଆରା କଳାକୃତି ପ୍ରଦର୍ଶନ। ଓଡିଶାର ୧୧ଜଣ ପ୍ରତିଷ୍ଠିତ ଭାସ୍କର୍ଯ୍ୟ ଶିଳ୍ପୀ ଙ୍କ ଦ୍ବାରା ନିଳାଦ୍ରି ବିଚ୍ ରେ ଏହି କଳାକୃତି ନିର୍ମାଣ କରାଯାଇଛି। ସାଧାରଣ ଲୋକ ନିତିଦିନ ବ୍ୟବହାର କରି ବାହାରେ ଫୋପାଡି ଦେଉଥିବା ଜିନିଷ ଓ ଉପକରଣ, ଖେଳନା, ଟିଣ ଡବା, ସାଇକେଲ ଟାୟାର, କତା, ବାଉଁଶ, ନଡା ଆଦିକୁ ବ୍ୟବହାର କରି ସୁନ୍ଦର କଳାକୃତି ନିର୍ମାଣ କରାଯାଇଛି। ଯାହାକି ଖୁବ୍ ମନଲୋଭା ହୋଇଛି।

Advertisment

ପୁରୀ ବେଳାଭୂମିରେ ନିଆରା କଳାକୃତି। କେଉଁଠି ବିଶାଳ କଙ୍କଡ଼ା, ମାଛ ତ ଆଉ କେଉଁଠି ବିରୁଡ଼ି ବସା। ଆଖିକୁ ଖୁବ୍ ସୁନ୍ଦର ଦିଶୁଥିବା ଏହି କଳାକୃତି ଗୁଡିକ କିନ୍ତୁ ତିଆରି ହୋଇଛି ଅଦରକାରୀ ଓ ବ୍ୟବହୃତ ଜିନିଷରୁ। ପୁରୀ ନୀଳାଦ୍ରି ବିଚରେ sculpture ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି ସୁନ୍ଦର କଳାକୃତି। ଯାହାକୁ ଦେଖି ଆଖି ଲାଖି ଯାଉଛି, ଘଡିଏ ପାଦ ଅଟକିଯାଉଛି। ବେଷ୍ଟ ଆଉଟ୍ ଅଫ୍ ୱେଷ୍ଟ ଥିମ୍ ରେ ଭାସ୍କର୍ଯ୍ୟ ଶିଳ୍ପୀମାନେ ନିର୍ମାଣ କରିଛନ୍ତି ପ୍ରାୟ ୧୧ଟି କଳାକୃତି। ଏହି ବିଶାଳ କଙ୍କଡାଟି ତିଆରି ହୋଇଛି ଅଦରକାରୀ ଟାୟାରରୁ । ସେଇଭଳି ଏଇ ସୁନ୍ଦର ଗଛଟି ପ୍ଲାଷ୍ଟିକ୍ ପାଇପ୍ ରେ ତିଆରି ହୋଇଛି। ସେଇଭଳି ମନମୁଗ୍ଧକର ହୋଇଛି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକରୁ ନିର୍ମିତ ଏହି ସୁନ୍ଦର ଜେଲି ଫିସ୍ ଆର୍ଟ। ପର୍ଯ୍ୟଟକମାନେ ଏସବୁ କଳାକୃତି ଦେଖି ଖୁସି ହେବା ସହ ଫଟୋ ଉଠାଇ ନିଜ ମୋବାଇଲରେ କଏଦ କରି ନେଉଛନ୍ତି। ....

ଅଧିକ ପଢ଼ନ୍ତୁ:  ପ୍ରବାସୀଙ୍କ ଭଲ ପାଇବା ଭୁଲି ହେବ ନାହିଁ: ମୋଦି 

ବିଚ୍ ରେ ପଶୁ ପଶୁ ନଜରରେ ପ୍ରଥମେ ପଡ଼ିବ, ଏକ ଲେଖା ହାସ୍ ଟ୍ୟାଗ୍ କଣ୍ଟ୍ରୋଲ୍ ଜେଡ୍। ଅଦରକାରୀ ଖେଳଣା, ଜରିରୁ ପ୍ରସ୍ତୁତ ହୋଇଥିବା ଏହି ଆର୍ଟର ଥିମ୍ ହେଉଛି ଚାଲ ପୁରୁଣା ଦିନକୁ ଫେରିଯିବା। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ,ଅଦରକାରୀ ଦ୍ରବ୍ୟରୁ ନିଜର ସର୍ବୋତ୍ତମ ପ୍ରଚେଷ୍ଟା କରି ଭାସ୍କର୍ଯ୍ୟ ଶିଳ୍ପୀ ମାନେ ଗଢିଛନ୍ତି ଏଭଳି କଳାକୃତି। ଯାହାକୁ ଦେଖିବାକୁ ବେଳାଭୂମିରେ ଜମୁଛି ବେଶ୍ ଭିଡ଼। ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଛି ପ୍ରତିଟି କଳାକୃତିରେ। ଏହି ଫେଷ୍ଟିଭାଲରେ ସାମିଲ ହେବାକୁ ଦେଶର କୋଣ ଅନୁକୋଣରୁ ଆସିଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ଭାସ୍କର୍ଯ୍ୟ ଶିଳ୍ପୀ।

Advertisment

ପ୍ରବାସୀ ଭାରତୀୟଙ୍କ ଆଗମନ ନେଇ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଫେଷ୍ଟିଭାଲ। ପୁରୀ ବିଚ୍ ରେ ଚାଲିଥିବା ଏହି sculpture ଫେଷ୍ଟିଭାଲ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟଙ୍କ ଆଗରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବଖାଣିଲେ ପ୍ରଧାନମନ୍ତ୍ରୀ

Advertisment
Puri Festivals Sea Beach Puri Sea Beach Sculptures Pravasi Bharatiya Divas 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ