Advertisment

ବାଲୁକା କଳାରେ ରାମ ନବମୀର ଶୁଭେଚ୍ଛା; ପୁରୀ ବେଳାଭୂମିରେ ଶହଶହ ପର୍ଯ୍ୟଟକଙ୍କ ଭିଡ଼

ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ୍ ମିଡିଆ ଏକ୍ସରେ ସେ ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଏହି ପବିତ୍ରପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର ବାର୍ତ୍ତା ଦେଇଥାଏ।

ଅଦ୍ୟତନ ହୋଇଛି
Balak Ram sand sculpture made by sudarshan pattnaik

Sandart

Advertisment

ପବିତ୍ର ରାମ ନବମୀ ଉପଲକ୍ଷେ ପୁରୀ ବେଳାଭୂମିରେ ଶ୍ରୀରାମଙ୍କ ସୁନ୍ଦର କଳାକୃତି। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଛନ୍ତି ପ୍ରଭୁ ଶ୍ରୀରାମଙ୍କ ଏହି ସୁନ୍ଦର କଳାକୃତି। ୨୦ ଫୁଟର ବାଲକ୍ ରାମଙ୍କ ଏହି ବାଲୁକା କଳାରେ ପ୍ରାୟ ୧୨ ଟନ୍ ବାଲି ବ୍ୟବହାର କରାଯାଇଥିବା ସୂଚନା ଦେଇଛନ୍ତି ସୁଦର୍ଶନ। ବାଲକ୍ ରାମଙ୍କ ଏହି ବାଲୁକା କଳା ଦେଖିବାକୁ ସମୁଦ୍ର ବେଳାଭୂମିରେ ଶହଶହ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।

Advertisment

ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ୍ ମିଡିଆ ଏକ୍ସରେ ସେ ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଏହି ପବିତ୍ରପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର ବାର୍ତ୍ତା ଦେଇଥାଏ। ପ୍ରଭୁ ଶ୍ରୀରାମଙ୍କ ସମ୍ପୂର୍ଣ୍ଣ ଜୀବନ ମାନବ ଜାତି ପାଇଁ ପ୍ରେରଣାର ସ୍ରୋତ। ଆଜିର ଦିନରେ ରାଷ୍ଟ୍ରନିର୍ମାଣର ସଂକଳ୍ପ ନେବାକୁ କହିଛନ୍ତି ରାଷ୍ଟ୍ରପତି । ସମସ୍ତଙ୍କ ଜୀବନ ଗାରିମାପୂର୍ଣ୍ଣ ସହ ସର୍ବତ୍ର ସମୃଦ୍ଧିର ସଂକଳ୍ପ ନେବା ଉଚିତ।

Advertisment

ଅଧିକ ପଢ଼ନ୍ତୁ: ଭଗବାନ ‘ରାମ’ ସୂର୍ଯ୍ୟବଂଶରେ ଜନ୍ମ ହୋଇ ମଧ୍ୟ କାହିଁକି ହେଲେ ରାମଚନ୍ଦ୍ର

Advertisment

ସେହିପରି ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୁଇଟ କରି ସେ ଦେଶବାସୀଙ୍କୁ ଏହି ପବିତ୍ର ଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଅଯୋଧ୍ୟାର ଭବ୍ୟ ଓ ଦିବ୍ୟ ମନ୍ଦିରରେ ରାମଲାଲା ବିରାଜମାନ। ଏହା ପ୍ରଥମ ରାମ ନବମୀ, ଅଯୋଧ୍ୟା ଏବେ ଆନନ୍ଦମୟ ହୋଇଛି। ୫ ଶତାବ୍ଦୀର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ଉତ୍ସବ ପାଳିବାର ସୌଭାଗ୍ୟ। ଏହା ଦେଶବାସୀଙ୍କ ବହୁ ବର୍ଷର ତପସ୍ୟା, ତ୍ୟାଗ ଓ ବଳିଦାନ୍‌ର ଫଳ।

Sriram Navami Sudarsan Pattnaik Sand Art
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ