Sitala Sasthi Yatra
ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରବେଶ ସହ ଶେଷ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଗତକାଲି ମଧ୍ୟ ରାତ୍ରରୁ ବିଭିନ୍ନ ଶିବାଳୟରୁ ବାହାରିଥିଲା ନବ ବିବାହିତ ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା । ସ୍ବର୍ଣ୍ଣ-ରୌପ୍ୟ ଅଳଙ୍କାର ବିଭୁଷିତ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କୁ ସୁସଜ୍ଜିତ ବିମାନରେ ଆସୀନ କରାଯିବା ପରେ, ହୋଇଥିଲା ମହାଆଳତୀ । ତା' ପରେ ବାଜା, ବାଣ, ନାଚ-ଗୀତ ଓ ରୋଷଣୀ ସହ ଯୁଗଳ ଦର୍ଶନ ଶୋଭାଯାତ୍ରା ବଢିଥିଲା ଆଗକୁ ଆଗକୁ । ଏଥିରେ ସାମିଲ ହୋଇଥିଲେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ପ୍ରାନ୍ତରୁ ଶତାଧିକ କଳାକାର ।
ନାଚ ଗୀତରେ ଦୁଲୁକୁଛି ସାରା ସହର । ରାଜରାସ୍ତାରେ ପାରମ୍ପରିକ ସହ ଆଧୁନିକ ନୃତ୍ୟ ପରିବେଷଣ କରୁଛନ୍ତି ଶହ ଶହ କଳାକାର । ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଅବସରରେ ସମ୍ବଲପୁରରେ ଦେଖିବାକୁ ଦେଖିବାକୁ ମିଳିଛି ଓଡ଼ିଶା ସହ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଓ ଲୋକଗୀତର ସମ୍ଭାର । ମୁଖା ଓ ପଶୁ ନାଚ, ଘୁମରା, ସଂପ୍ରଦା, ବାଡ଼ି, ଆଦିବାସୀ ଓ କଣ୍ଢେଇ ନାଚ ଭଳି ଓଡ଼ିଶାର ଅନେକ ଲୋକନୃତ୍ୟ ବେଶ୍ ଆକଷର୍ଣୀୟ ଲାଗୁଥିଲା ।
ସେହିପରି ପଞ୍ଜାବର ଭାଙ୍ଗଡା ଓ ଗିଦ୍ଦା, ଆସାମର ବିହୁ ଓ କେରଳର ଲୋକନୃତ୍ୟ କାବାଡ଼ି ସହ ମନମୋହିଥିଲା ଉଜ୍ଜୟିନୀର ଡମ୍ବୁରୁ ବାଦ୍ୟ ଦଳ । ତେବେ ଅଘୋରୀ ନୃତ୍ୟ କରୁଥିବା କଳାକାରଙ୍କ ପାଖ ଛାଡୁ ନ ଥିଲେ ଦର୍ଶକ। ମଡର୍ଣ୍ଣ ଡ଼୍ୟାନ୍ସ ପାଖରେ ଭିଡ ଜମିଥିଲା ଯୁବ ଦର୍ଶକଙ୍କର।
ଗତକାଲି ରାତିରେ ବାହାରିଥିଲା ନବ ବିବାହିତ ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା । ଆଜି ଦିନ ସାରା ଏହି ଶୋଭାଯାତ୍ରା ଚାଲିଥିଲା। ଗୋଲ ବଜାର ଛକରେ, ଉତ୍ତରାଞ୍ଚଳ RDC ଓ ଜିଲ୍ଲାପାଳ ଉପସ୍ଥିତ ରହି ଯାତ୍ରା ଦେଖିବା ସହ ପରିସ୍ଥିତି ଉପରେ ନଜର ରଖିଥିଲେ। ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ବେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ଗରମରୁ ଆଶ୍ବସ୍ତି ପାଇଁ ଲୋକଙ୍କ ଉପରେ ପାଣି spray କରାଯାଇଥିଲା। ଯୁଗଳ ଦର୍ଶନ ଶୋଭାଯାତ୍ରା ପରେ ଦେବଦମ୍ପତ୍ତି ମନ୍ଦିରରେ ପ୍ରବେଶ କରିଛନ୍ତି । ଏଥିସହ ଶେଷ ହୋଇଛି ଚଳିତ ବର୍ଷର ଶୀତଳ ଷଷ୍ଠୀ ଯାତ୍ରା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685121660.jpg)