Sadhguru On His 'Save Soil' Movemen
ଓଟିଭି ଫୋର୍ସାଇଟ୍ ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେଇ ‘Save The Soil’ ସମ୍ପର୍କରେ ସେ ପରାମର୍ଶ ଦେଇଛନ୍ତି। ପ୍ରକୃତିର ନିୟମ ଅନୁସାରେ ବର୍ଷା ଜଳ ମାଟିକୁ ନଗଲେ, ବନ୍ୟା ହେବ। ଯଦି ଆମେ ମାଟିର ସୁରକ୍ଷା କରିବା, ଯତ୍ନ ନେବା ତା’ହେଲେ ବନ୍ୟା, ମରୁଡ଼ି ହେବନି ବୋଲି ସେ କହିଛନ୍ତି।
ସଦ୍ଗୁରୁ କହିଛନ୍ତି, ପ୍ରତିବର୍ଷ ବିଶ୍ୱରେ ୨୭ ହଜାର ଉଦ୍ଭିଦ ପ୍ରଜାତି ନିଶ୍ଚିହ୍ନ ହୋଇଯାଉଛନ୍ତି। ଏହାକୁ ରୋକିବା ପାଇଁ ଏବେଠୁ ଆମେ ଚେଷ୍ଟା ନକଲେ ଆମ ପରପିଢ଼ି ସାଂଘାତିକ ଅସୁବିଧା ଭୋଗିବେ। ତେଣୁ ଏବେଠୁ ପରିବେଶର ଯତ୍ନ ନନେଲେ, ପରପିଢିକୁ ଡେରି ହୋଇଯାଇଥିବ ଓ ଏଥିପାଇଁ ସାଂଘାତିକ ଅସୁବିଧା ଭୋଗିବାକୁ ପଡ଼ିବ। ଯଦି ଆମେ ଏବେଠୁ ଚେଷ୍ଟା କରିବା, ତା’ହେଲେ ୧୫/୨୦ ବର୍ଷରେ ପରିବର୍ତ୍ତନ ହେବ।
ମୃତ୍ତିକା ଏବଂ ଇକୋଲୋଜିକୁ ରାଜନୈତିକ ଦଳ ଇସ୍ତାହାରରେ ସ୍ଥାନ ଦିଅନ୍ତୁ। ମୃତ୍ତିକା ସୁରକ୍ଷା ନେଇ ପଲିସି ଆସିବା ଦରକାର। ଏନେଇ ସାରା ବିଶ୍ୱର ୭୩୦ ରାଜନୈତିକ ଦଳକୁ ଚିଠି ଲେଖିଥିବା ନେଇ ସଦ୍ଗୁରୁ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646378031.jpg)