Advertisment

ଆଜି ଓ ଆସନ୍ତାକାଲି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏହି ୨ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଭିଡ଼ ଆଶଙ୍କାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଅଦ୍ୟତନ ହୋଇଛି
Lord Jagannath

Lord Jagannath

Advertisment

ପୁରୀ: ଦୁଇ ଦିନ ଜଗା ଦର୍ଶନ ବନ୍ଦ। ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆଜି ଶ୍ରୀମନ୍ଦିରରେ ସାନିଟାଇଜ୍‌ ହେବାକୁ ଥିବାବେଳେ କାଲି ବଡ଼ ଏକାଦଶୀ ପଡ଼ୁଛି। ତେଣୁ ଏହି ୨ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଭିଡ଼ ଆଶଙ୍କାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। 

Advertisment

ଏହା ପୂର୍ବରୁ ନଭେମ୍ବର ୪ରେ ଦୀପାବଳି ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହୋଇଥିଲା। ପରମ୍ପରା ଅନୁଯାୟୀ, ଦୀପାବଳି ଦିନ ଭକ୍ତମାନେ ବଡ଼ବଡ଼ିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଁରିଆ କାଠ ଜାଳିଥାନ୍ତି। ତେଣୁ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଥିଲା।

ନଭେମ୍ବର ୧ ଠାରୁ ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନୂତନ ମାର୍ଗଦର୍ଶିକା ଅନୁଯାୟୀ, ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏହା ସହ ଦୁଇଟି କିଓସ୍କ କରାଯାଇଛି।

Advertisment

ପୂର୍ବରୁ କେବଳ ସିଂହଦ୍ଵାର ଦେଇ ଶ୍ରୀମନ୍ଦିର ପ୍ରବେଶ ବ୍ୟବସ୍ଥା ଥିବାରୁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗୁଥିଲା ଓ ପୁରୀବାସୀ ମଧ୍ୟ ସେହି ଲାଇନ୍‌ରେ ସାମିଲ ହେଉଥିଲେ। କିନ୍ତୁ ବାରମ୍ବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ପରେ ନଭେମ୍ବର ୧ ଠାରୁ ପୁରୀବାସୀଙ୍କ ପାଇଁ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଥିଲା।

Puri Srimandir Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ