ଆଜି ପବିତ୍ର ବାହୁଡା ଯାତ୍ରା; ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ

ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା । ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ ।

ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ

ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା । ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ । ଏଥି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସକାଳ ୬ଟା ୩୦ରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଶେଷ ପରେ ସାହାଣ ମେଳା ଦର୍ଶନ ଚାଲିଛି । ପରେ ଅନ୍ୟନୀତିକାନ୍ତି ବଢିବା ସହ ଦିନ ୧ଟା ୩୦ରେ ପହଣ୍ଡି କରାଯିବ । ୩ଟା ୩୦ରେ ରଥ ଟଣା ଆରମ୍ଭ କରିବାକୁ ନିର୍ଘଣ୍ଟ ହୋଇଛି ।

ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସାରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଚଳିତବର୍ଷ ରୁକୁଣା ରଥଯାତ୍ରାରେ ବହୁ ଅବ୍ୟବସ୍ଥା ଓ ଅଘଟଣ ଦେଖିବାକୁ ମିଳିଛି । ରଥର ଚକ ଫାଟିବା ଏବଂ ରାସ୍ତା ଦବିବାରୁ ୩ ଦିନରେ ମାଉସୀ ମା ମନ୍ଦିର ପହଞ୍ଚିଥିଲା ରଥ ।

ଗତ ସୋମବାର ଦିନ ମାଆ ପାର୍ବତୀ , ମାଉସୀ ମାଆ ମନ୍ଦିରରୁ ଫେରି-ଚାହାଣୀ ମଣ୍ଡପ ଫେରୁଥିବା ବେଳେ ପାଲିଙ୍କି ଭାଙ୍ଗିଯାଇଥିଲା । ଯାହାକୁ ନେଇ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଯାଇଥିଲା ।

ସେହିପରି ଆଜି ବାଲେଶ୍ୱରର ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡ଼କ ଯାତ୍ରା । ଏହି ଅବସରରେ ଭୋରରୁ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଯାଇଛି । ୧୩ ଦିନ ଧରି ଚାଲୁଥିବା ଏହି ପର୍ବର ଆଜି ଅନ୍ତିମ ଦିନ । ଏହାକୁ ପାଟ ପର୍ବ ବୋଲି ମଧ୍ୟ କୁହାଯାଇଥାଏ ।

ତେବେ ଚଡ଼କ ପର୍ବର ଶେଷ ତିନିଦିନ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ ।ଏହି କ୍ରମରେ ଆଜି ଦେହ ଅର୍ଘ୍ୟ ଓ ମାଳ ଚନ୍ଦନ ଅନୁଷ୍ଠିତ ହେବ । ହରେ କଣ୍ଟାପୋଡ଼ି ମାନସିକଧାରୀ ମାନେ ନିଜକୁ ବାବାଙ୍କ ଠାରେ ସମର୍ପିତ କରିବେ । ଆଜି କେବଳ ଦେଉଳିଆ, ଶ୍ରିବେକେଡି ଓ ପାଟଭୁକ୍ତାଙ୍କୁ ନେଇ ଚଡ଼କ ଯାତ୍ରା ଅନୁଷ୍ଠିତ ହେବ ।

ଗତକାଲି କଟକଣାରେ ନୀଳପର୍ବ ପାଳିତ ହୋଇଥିଲା । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ପ୍ରଶାସନ ପକ୍ଷରୁ ମେଳା ବନ୍ଦ କରାଯାଇଛି । ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । ସୀମିତ ସେବାୟତଙ୍କୁ ନେଇ କେବଳ ନୀତିକାନ୍ତି ଅନୁଷ୍ଠିତ ହେଉଛି ।

କିମ୍ବଦନ୍ତୀ ଅନୁସାରେ, କାମିନୀ ନାମର ରାକ୍ଷାସୀ ତପସ୍ୟ କରି ସିଦ୍ଧିଲାଭ କରିବା ପରେ ବାବା ଚନ୍ଦନେଶ୍ୱରଙ୍କୁ ବିବାହ କରିବାକୁ ଇଚ୍ଛାପ୍ରକାଶ କରିଥିଲା । ତେଣୁ ରାକ୍ଷାସୀର କଥା ରଖି ବାବା କାମିନୀଙ୍କୁ ବିବାହ କରିଥିଲେ । ଏହା ଚୈତ୍ର ମାସର ୧୩ ଦିନ ଧରି ଚାଲିଥିଲା । ସେହି ଅନୁସାରେ ଏବେବି ପର୍ବ ପାଳିତ ହୋଇ ଆସୁଛି ।

ଅନ୍ୟପକ୍ଷେ, ଗତ ଦୁଇ ବର୍ଷ ପରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ବାର୍ଷିକ ଚୈତ୍ର ପର୍ବ ବା ଝାମୁଯାତ୍ରା ଆରମ୍ଭ ହୋଇଛି । ଆସନ୍ତା ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପର୍ବ । ସକାଳୁ ମାଁଙ୍କ ମଙ୍ଗଳ ଆରତୀ ପରେ ଷୋଡଶ ଉପଚାର ହୋଇଥିଲା । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ମାଁଙ୍କ ସୁନାବେଶ କରାଯାଇଛି । ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ରହିଛି ।