Advertisment

ପୁରୀରେ ପହଞ୍ଚିଲା ୨୬ ରଥ ଦଉଡ଼ି, ମାସେ ହେଲା ତିଆରି କରୁଥିଲେ ୧୪ କାରିଗର

ବୀରପ୍ରତାପପୁର ଓଡ଼ିଶା ସମବାୟ କତା ନିଗମ ଦ୍ୱାରା ପ୍ରସ୍ତୁତ ଦଉଡ଼ି । ପ୍ରାୟ ମାସେ ଧରି ଦଉଡ଼ି ତିଆରିରେ ଲାଗିଥିଲେ ୧୪ ଜଣ କାରିଗର ।

ଅଦ୍ୟତନ ହୋଇଛି
Ropes for pulling chariots during Rath Yatra reach Puri

Odisha Politics

Advertisment

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି । ସମୁଦାୟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା
ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏହି ଦଉଡ଼ିକୁ । ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତିରେ ଲାଗିଥିଲେ। ତିନିରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ଥିବାବେଳେ ଆଉଟର୍, ଇନର୍, ଜେନେରାଲ୍ ଓ ପୋଲିସ ପାଇଁ ତିନୋଟି ଲେଖାଏଁ ସମୁଦାୟ ୧୨ଟି ଦଉଡ଼ି ରହିଛି। ରଥଟଣା ପାଇଁ ରଥ ଦଉଡ଼ିର ଲମ୍ବ ୨୨୦ ଫୁଟ, ଗୋଲେଇ ୮ ଇଞ୍ଚ। 

Advertisment

ସେହିପରି ଅନ୍ୟ ଦଉଡି଼ର ଗୋଲେଇ ଚାରି ଇଞ୍ଚ ଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ। ଆସନ୍ତା ଜୁୁଲାଇ ୭ ତାରିଖରେ ପୁରୀରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।

ତେବେ ଦୁଇ ଦିନ ପୂର୍ବରୁ ପବିତ୍ର ରାମ ନବମୀରେ ପରମ୍ପରା ଅନୁସାରେ ମହାପ୍ରଭୂ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ ହୋଇଛି । କଟକ ଖପୁରିଆଠାରେ ଥିବା ବନ ବିଭାଗର ସରକାରୀ କରତ କଳରେ ରଥ କାଠ ଚିରା କାମ ଆରମ୍ଭ ହୋଇଛି । ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ପହଞ୍ଚିବା ପରେ ଯଥାବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଆରମ୍ଭ ହୋଇଥିଲା କାଠ ଚିରଟ କାମ ।

Advertisment

ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ନିର୍ମାଣ ପାଇଁ ପ୍ରାୟ ୮୧୨ ଖଣ୍ଡ କାଠ ର ଆବଶ୍ୟକତା ଥିବା ବେଳେ ଏଠି ପହଂଚିଛି ୪୫୦ ଖଣ୍ଡ କାଠ। ଯେଉଁଥିରେ ଫାଶି, ଶିମିଳି, ଅଶନ, ଧଉରା,ରାଇ, ମଇ ଭଳି କାଠ ସାମିଲ ରହିଛି । ଏହି ସମସ୍ତ କାଠ ନୟାଗଡ ବନଖଣ୍ଡ ସମେତ ଅନ୍ୟାନ ବନଖଣ୍ଡରୁ ଆସିଛି । ପ୍ରତ୍ୟେକ ଦିନ ସକାଳ ୬ଟାରୁ ରାତି ୯ ଟା ପର୍ଯ୍ୟନ୍ତ କରତ କଳରେ କାଠଚିରା କାମ ଚାଲିବ ଏବଂ ଏଥିପାଇଁ ନିୟୋଜତ ରହିବେ ପ୍ରାୟ ୩୦ ଜଣ କର୍ମଚାରୀ ।

ତେବେ ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ଲାଗି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

Advertisment

ନିର୍ବାଚନ ଥିବାରୁ ଆଦର୍ଶ ଆଚରଣ ବିଧିକୁ ଗୁରୁତ୍ୱର ସହ ନେଇ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆଇନ ଶୃଙ୍ଖଳା ,ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ ସହ ନୀତିକାନ୍ତି ଶୃଙ୍ଖଳିତ କରିବା ଉପରେ ବୈଠକରେ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ପ୍ରଭୁଙ୍କ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ତା ଉପରେ ବି ଆଲୋଚନା ହୋଇଛି।

Lord Jagannath Puri Srimandir Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ