Advertisment

ପରଂପରା ପାଲଟିଗଲାଣି ପରଂପରା ଭଙ୍ଗ ! କାହିଁକି ବିଳମ୍ବରେ ଉଠିଲା ମହାଦୀପ ?

ପ୍ରଶାସନର ନିରବତାକୁ ପ୍ରଶ୍ନ, ତେଜିଲା ରାଜନୈତିକ ବୟାନବାଜି ।

ଅଦ୍ୟତନ ହୋଇଛି
Lingaraj temple

Lingaraj temple

Advertisment

ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବାରେ ମହାବିଳମ୍ବ । ଅସ୍ତବ୍ୟସ୍ତ ଶ୍ରଦ୍ଧାଳୁ, ନିରବ ପ୍ରଶାସନ । ଗତକାଲି ଶିବରାତ୍ରିରେ ନିର୍ଦ୍ଧାରିତ ସମୟଠୁୁ ୩ ଘଣ୍ଟା ବିଳମ୍ବରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁଙ୍କ ମନରେ ନାହିଁ ନଥିବା ଅସନ୍ତୋଷ । ରାତି ୧୦ଟା ପରିବର୍ତ୍ତେ ରାତି ଗୋଟେ ଆଠ ମିନିଟରେ ଉଠିଲା ମହାଦୀପ । ତେବେ ତିନିବର୍ଷ ଧରି ନିର୍ଦ୍ଧାରିତ ସମୟରେ ମହାଦୀପ ଉଠୁଥିବାବେଳେ ଚଳିତ ବର୍ଷ କାହିଁକି ଏତେ ବିଳମ୍ବ ହେଲା ? ସେବାୟତ ନିଯୋଗ ଭିତରେ ମନ ମାଳିନ୍ୟ ନା ସେବାୟତ ଓ ପ୍ରଶାସନ ଭିତରେ ବିବାଦ ମୁଖ୍ୟ କାରଣ ?

Advertisment

ଏହାରି ଭିତରେ ସାମନାକୁ ଆସିଛି ବଡ଼ କାରଣ । ତାହା ହେଲା ସେବା ପୂଜା ପାଇଁ ସେବାୟତଙ୍କ ମାର୍ଫତଦାରରେ ଶ୍ରୀଲିଙ୍ଗରାଜଙ୍କ ଜମି ରହିଥିଲା । ଯାହାକୁ ବର୍ତ୍ତମାନ ପ୍ରଶାସନ ଉଚ୍ଛେଦ କରିଛି । ଯାହାଫଳରେ ୮୦ ପ୍ରତିଶତ ସେବାୟତ ଜମି ହରାଇଛନ୍ତି । ଏହାକୁ ନେଇ ସେବାୟତଙ୍କ ଭିତରେ ପ୍ରବଳ କ୍ଷୋଭ । ପ୍ରଶାସନକୁ ବାରମ୍ବାର ଏହାକୁ ନେଇ ଦାବି ଜଣାଇବା ପରେ ବି କୌଣସି ସୁଫଳ ମିଳିପାରିନି । ତେଣୁ ବିଳମ୍ବରେ ମହାଦୀପ ଉଠିବା ପୁଞ୍ଜିଭୁତ ଅସନ୍ତୋଷର ପ୍ରତିଫଳନ ବୋଲି ଚର୍ଚ୍ଚା ହେଉଛି । ସେପଟେ ବଡୁ ନିଯୋଗ କିନ୍ତୁ ସିଧାସଳଖ ନୀତି ବିଳମ୍ବ ଲାଗି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗକୁ ଦାୟୀ କରିଛି ।

କେବଳ ଜମି ନୁହେଁ, ମନ୍ଦିରକୁ ଭିଭିଆଇପିଙ୍କ ଗସ୍ତ ସମୟରେ କେବଳ ବଡୁ ନିଯୋଗକୁ ପୂଜା ଲାଗି ଦାୟିତ୍ୱ ମିଳିବା । ଏହାସହ ନୂଆ ସେବାପାଳି ତାଲିକା ଲାଗୁ ନହେବା ଏବଂ ସେବାୟତଙ୍କ ଆଇ କାର୍ଡ ପ୍ରସ୍ତୁତି ନେଇ ବାରମ୍ବାର ଲିଖିତ ଆକାରରେ ମନ୍ଦିର ପ୍ରଶାସନକୁ ନିଯୋଗ ମାନେ ଦେଉଥିଲେ ସୁଦ୍ଧା ସେନେଇ ପଦକ୍ଷେପ ନିଆନଯିବା ବି ତିକ୍ତତା ସୃଷ୍ଟି କରିଛି । ତେବେ ଏହାକୁ ନେଇ ରାଜନୀତି ବି ସରଗରମ ହୋଇ ଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସିଧାସଳଖ ପ୍ରଶାସନକୁ ସମ୍ପୂର୍ଣ୍ଣ ଦାୟୀ କରିଥିବାବେଳେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ଦିଲ୍ଲୀରେ ଅଟକି ଥିବା ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ କଥା ଉଠାଇ କାଉଣ୍ଟର ଆଟାକ୍ କରିଛନ୍ତି । କଂଗ୍ରେସ କହିଛି ସେବାୟତ ଓ ପ୍ରଶାସନ ଭିତରେ ସମନ୍ୱୟ ରହିଥିଲେ ଏଭଳି ସମସ୍ୟା ଉପୁଜି ନଥାନ୍ତା ।

Advertisment

ସେବାୟତ-ପ୍ରଶାସନ ବିବାଦ ଲାଗି କେତେବେଳେ ଲିଙ୍ଗରାଜ ଉପାସରେ ରହୁଛନ୍ତି ତ ଆଉ କେତେବେଳେ ହାଣ୍ଡି ଭଙ୍ଗା ଯାତ୍ରାଠୁ ଆରମ୍ଭ କରି କପିଳନାଥଙ୍କ ବିବାଦ ଲାଗି ପରମ୍ପରା ଭାଙ୍ଗୁଛି । ଯାହା ଫଳରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ଏବେ ପ୍ରଶ୍ନ ଉଠୁଛି ପ୍ରଶାସନ ଏସବୁ ବିବାଦ ସମ୍ପର୍କରେ ଅବଗତ ଥାଇ ବି କାହିଁକି କୌଣସି ପଦକ୍ଷେନ ନେଇ ପାରୁନି ?

Lingaraj Temple Maha Shivaratri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ