Advertisment

Rath Yatra: ବିଶ୍ବ ପ୍ରସିଦ୍ଧ ବାହୁଡ଼ା ଯାତ୍ରା; ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ ରଥ...

ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ ରଥ । ମଝିରେ ଆସୁଛନ୍ତି ଭଉଣୀ ସୁଭଦ୍ରା...ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ...

Taladhwaja Ratha Leads the Grand Rath Yatra Procession in Puri

Taladhwaja Ratha Leads the Grand Rath Yatra Procession in Puri

Advertisment

ଆଗେ ଆଗେ ଯାଇ ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ ରଥ । ମଝିରେ ଆସୁଛନ୍ତି ଭଉଣୀ ସୁଭଦ୍ରା...ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ...ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଛି । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ...କଡ଼ା ସୁରକ୍ଷାରେ ରହିଛି ପୁରୀ ।

Advertisment

ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସରିଛି ଲୀଳାଖେଳା । ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଯାଉଛନ୍ତି ମହାପ୍ରଭୁ । ଉଛୁଳି ପଡ଼ୁଛି ବଡ଼ଦାଣ୍ଡ, ଭାବବିହ୍ବଳ ଭକ୍ତ । 

ଅଧିକ ପଢନ୍ତୁ: ଆଜି ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷା କରିଛି ସିଂହଦ୍ୱାର

Advertisment

ଏପଟେ ବାହୁଡ଼ା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । ମୁତୟନ ହୋଇଛନ୍ତି ୨ଶହ ପ୍ଲାଟୁନ ଫୋର୍ସ ସହ ଅଭିଜ୍ଞ ଅଫିସର । ଭୁବନେଶ୍ବରରୁ ପୁରୀ ପ୍ରବେଶ ପଥ ଯାଏଁ ଟ୍ରାଫିକ୍ ଉପରେ ନଜର ରଖିଛି AI କ୍ୟାମେରା ଓ ଡ୍ରୋନ୍। ଟ୍ରାଫିକ୍ ଡ୍ୟୁଟିରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ।ଏହାସହ  କଣ୍ଟ୍ରୋଲରୁମରୁ ମଧ୍ୟ ମନିଟରିଂ  ଚାଲିଛି  ଜଳ, ସ୍ଥଳ ଓ ଆକାଶମାର୍ଗ ସବୁଠି ରହିଛି କଡ଼ା ନଜର । ସେପଟେ ଶରଧାବାଲି ଲୋକାରଣ୍ୟ ରହିଥିବାବେଳେ ସୁରକ୍ଷା ବ୍ୟାପକ ବ୍ୟବସ୍ଥା ହୋଇଛି । କାରଣ ଶରଧା ବାଲିରେ ପୂର୍ବରୁ ଘଟିଥିବା ଅଘଟଣ ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆଗୁଆ ସଜାଗ ପୋଲିସ ପ୍ରଶାସନ ।

ରଥଯାତ୍ରା ଅଘଟଣ ପରେ ଟ୍ରାଫିକ୍ ନିୟନ୍ତ୍ରଣଠୁ ଭକ୍ତଙ୍କ ସୁରକ୍ଷା ଯାଏଁ ସବୁ କ୍ଷେତ୍ରରେ ଆହୁରି ଯତ୍ନବାନ ହୋଇଛନ୍ତି ପୋଲିସ ଓ ପ୍ରଶାସନ। ଗତକାଲି ସନ୍ଧ୍ୟା ୬ଟାରୁ ଶେଷ ହୋଇଛି ନବମୀ ସନ୍ଧ୍ୟା ଦର୍ଶନ । ଦିନ ତମାମ ଜନ୍ମବେଦୀରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଆଜି ଜନ୍ମବେଦୀରେ ଲୀଳାଖେଳା ଶେଷ କରି ରତ୍ନବେଦୀକୁ ବାହୁଡୁଛନ୍ତି ଶ୍ରୀଜିଉ । ଆଷାଢ ଶୁକ୍ଳ ଦଶମୀ ତିଥିରେ ହୁଏ ବାହୁଡ଼ା ଯାତ୍ରା । ତେଣୁ ଆଜିର ଦିନରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଓ ଅପରାହ୍ନ ୪ଟାରେ ରଥ ଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରିଛି । ଶ୍ରୀଜିଉଙ୍କ ପାଇଁ ରଥ ଅପେକ୍ଷା କରିଥିବାବେଳେ ରଥ ଦଉଡି ଟାଣିବାକୁ ଭକ୍ତ ବି ଅପେକ୍ଷା କରି ରହିଛନ୍ତି । 

Advertisment
Ratha Jatra Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ