ପତ୍ନୀଙ୍କ ଡାକରେ 'ଓ' କଲେ ପ୍ରଭୁ, ଭଲ ହୋଇଗଲେ ରୋଗିଣା ସ୍ୱାମୀ

କଥାରେ ଅଛି ପ୍ରଭୁଙ୍କ ପାଖେ ଥିଲେ ମନ, ହରିନେବେ ସେ ସବୁ ଦୁଃଖ । ଏକଥା ଯେମିତି ଗରିବ ବଳଦେବଜୀଉଙ୍କ ଦରଜୀ ସେବାୟତ ପ୍ରମୋଦ ମହାରଣାଙ୍କ ନିକଟରେ ସତ ହୋଇଛି ।

Lord Baladevjew

କଥାରେ ଅଛି ପ୍ରଭୁଙ୍କ ପାଖେ ଥିଲେ ମନ, ହରିନେବେ ସେ ସବୁ ଦୁଃଖ । ଏକଥା ଯେମିତି ଗରିବ ବଳଦେବଜୀଉଙ୍କ ଦରଜୀ ସେବାୟତ ପ୍ରମୋଦ ମହାରଣାଙ୍କ ନିକଟରେ ସତ ହୋଇଛି । ପ୍ରମୋଦଙ୍କ ସବୁ ଦୁଃଖ କଷ୍ଟକୁ ହରଣ କରିନେଇଛନ୍ତି ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉ ।

ସେ ବିନା ଅପରେସନରେ ଗୁରୁତର ପେଟ ରୋଗରୁ ସୁସ୍ଥ ହୋଇଛନ୍ତି । ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଛତ୍ରଛାୟା ତଳେ ରହିଛନ୍ତି ଏହି ପରିବାର । କେନ୍ଦ୍ରାପଡା ମିର ପାଟଣାରେ ହେଉଛି ପ୍ରମୋଦଙ୍କ ଘର । କାହିଁ କେଉଁ କାଳରୁ ପୁରଷାନୁକ୍ରମେ ତାଙ୍କ ପରିବାର ବଳଦେବଜୀଉଙ୍କ ଏହି ସେବା କରିଆସୁଛନ୍ତି ।

ଗତ କିଛି ଦିନ ପୂର୍ବେ ସେ ଗୁରୁତର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଅପରେସନ୍ କରାଇବାକୁ କହିଥିଲେ । ହେଲେ ପ୍ରମୋଦଙ୍କ ଅପରେସନ କଥା ଶୁଣି ଭାଙ୍ଗିପଡ଼ିଥିଲେ ପତ୍ନୀ ସଂଯୁକ୍ତା । ସ୍ୱାମୀଙ୍କ ସୁସ୍ଥତା ପାଇଁ ପ୍ରଭୁ ବଳଦେବଜୀଉଙ୍କ ନିକଟରେ ଗୁହାରୀ ଜଣାଇଥିଲେ ।

ଭଗବାନଙ୍କ ନିକଟରେ ଗୁହାରି କରିବାର କିଛି ଦିନପରେ ସବୁ କିଛି ଠିକ୍ ଠାକ୍ ହୋଇଯାଇଥିଲା । ବହୁ ନିଷ୍ଠାରେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥର କପଡ଼ା କାର୍ଯ୍ୟ କରନ୍ତି ଏହି ପରିବାର । ପାଞ୍ଚ ରଙ୍ଗର କପଡ଼ା ଉପରେ ଚନ୍ଦ୍ର, ସୂର୍ଯ୍ୟ, ରାହୁ ମୁଖା ଏବଂ ଶୁଆ ସହିତ ଦୁଆର ବେଡ଼ା ଦିଗ ପଟି ପରି ବିଭିନ୍ନ ଆକର୍ଷଣୀୟ କାମ କରନ୍ତି ଏମାନେ । ପରିବାରର ସଦସ୍ୟମାନେ ଯିଏ ଯେଉଁଠି ଥିଲେ ବି ରଥଯାତ୍ରା ସମୟରେ ଘରକୁ ଆସି ରଥ କପଡ଼ା କାମରେ ନିଜକୁ ସାମିଲ କରନ୍ତି ଆଉ ନିଜକୁ ଧନ୍ୟ ମଣନ୍ତି ।