Advertisment

Rath Yatra: ସରିଲା ରଥଟଣା, ଶରଧାବାଲିରେ ଲାଗିଲା ତିନି ରଥ

ଶେଷ ହେଲା ରଥଟଣା । ଶରଧା ବାଲିରେ ତିନି ରଥ ଲାଗିଲା । ଏହାପରେ ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ନବଦିନାତ୍ମକ ଯାତ୍ରା ସାରି ପୁଣି ଶ୍ରୀମନ୍ଦିର ବାହୁଡ଼ିବେ ମହାବାହୁ ।

ଅଦ୍ୟତନ ହୋଇଛି
Rath Yatra

Rath Yatra

Advertisment

ଦୁଇ ଦିନ ପରେ ସରିଲା ରଥଟଣା । ଶରଧାବାଲିରେ ଲାଗିଲା ତିନି ରଥ । ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଜନ୍ମ ବେଦିକୁ ବିଜେ କରିବେ ଶ୍ରୀବିଗ୍ରହ । ଆସନ୍ତାକାଲିଠାରୁ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କର ସମସ୍ତ ନୀତିକାନ୍ତି କରାଯିବ । ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛି ଭକ୍ତ । ଗତକାଲି ବଡ଼ଦାଣ୍ଡରେ ଅଟକି ରହିଥିବା ତିନି ରଥ ଆଜି ଶରଧା ବାଲିରେ ପହଞ୍ଚିଛି । ଗୁଣ୍ଡିଚା ମନ୍ଦିର ଆଗରେ ପ୍ରଥମେ ଲାଗିଛି ତାଳଧ୍ୱଜ । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ପରେ ନନ୍ଦିଘୋଷ ରଥ ଲାଗିଛି । 

Advertisment

ଗତକାଲି ରଥ ପହଞ୍ଚି ପାରିନଥିବାରୁ ସକାଳ ୯ଟା ୩୦ରୁ ପୁଣି ରଥଟଣା ହେବ ବୋଲି କୁହାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ, ଅବକାଶ ନୀତି ପରେ ଦ୍ୱିଦୀୟ ଦିନରେ ରଥଟଣା ହୋଇଥିଲା । ସେପଟେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ବଡ଼ଦାଣ୍ଡରେ ଜନସମୁଦ୍ର ହୋଇଥିଲା । ମହାପ୍ରଭୁଙ୍କୁ ରଥକୁ ଟାଣି ଟାଣି ନେଇଛନ୍ତି ଶ୍ରଦ୍ଧାଳୁ । ଭକ୍ତ ଓ ଭଗବାନଙ୍କ ହୋଇଛି ଅପୂର୍ବ ମିଳନ ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ମହାପ୍ରଭୁଙ୍କ ରଥଯାତ୍ରା ତାଙ୍କ ଇଚ୍ଛାରେ ହୁଏ। ସେ ଚାହିଁଲେ ପହଣ୍ଡି ହେବ । ସେ ରଥରେ ବିରାଜମାନ କରିବେ । ସେ ଯେବେ ଚାହିଁବେ ସେବେ ରଥ ଟଣା ହେବ ।" ବିଶ୍ୱ ଦେଖିଲା ବିଶ୍ୱ ନିୟନ୍ତାଙ୍କ ଘୋଷଯାତ୍ରା । ନବଦିନାତ୍ମକ ଲୀଳାଖେଳା ପରେ ପୁଣି ଶ୍ରୀମନ୍ଦିର ବାହୁଡ଼ିବେ ମହାବାହୁ । ଖାଁ ଖାଁ ଶ୍ରୀମନ୍ଦିର । ଚାହିଁ ରହିଛି ରତ୍ନ ସିଂହାସନ । 

Advertisment

ଅଧିକ ପଢନ୍ତୁ: ଆଜି ପୁଣି ରଥଟଣା, ପ୍ରଥମେ ଗଡ଼ିଲା ତାଳଧ୍ୱଜ

Rath Yatra Gundicha Temple Badadanda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ