Advertisment

Rath Yatra Update: ଭାବର ଠାକୁରଙ୍କ ପାଇଁ ଭକ୍ତିରେ ଭିଜିଲା ଶ୍ରୀକ୍ଷେତ୍ର; ବିଭୋର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ...

କିଏ ଭଜନ ଜଣାଣରେ ତଲ୍ଲିନ...ପୁଣି କିଏ ନୃତ୍ୟଗୀତରେ...ଜନସମୁଦ୍ରରେ ଜଗତଠାକୁରଙ୍କ ବାହୁଡ଼ା ଯାତ୍ରା। ବଡ଼ଦାଣ୍ଡରେ ଭାବର ଲହଡ଼ି...ଭକ୍ତିର ଉଜାଣି...। ଆଉ ତା ଭିତରେ,  ନିଜକୁ ସମର୍ପି ଦେବାର କେତେ ରୂପ.. କେତେ ରଙ୍ଗ।... ଭକ୍ତିରେ ତଲ୍ଲିନ, ଭାବରେ ବିଭୋର...

 Rath Yatra Update

Rath Yatra Update

Advertisment

କେତେ ଭକ୍ତି, କେତେ ଭାବ । ଭାବର ଠାକୁରଙ୍କ ପାଇଁ ଭକ୍ତିରେ ଭିଜିଲା ଶ୍ରୀକ୍ଷେତ୍ର। ବାହୁଡ଼ା ବେଳେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତପ୍ରାଣ । ନୃତ୍ୟ ସଂକୀର୍ତ୍ତନ ସହ ଭକ୍ତିରସରେ ବିଭୋର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଆସନ୍ତୁ ଜାଣିବା ଆଜି କିଭଳି ଥିଲା ଶରଧାବାଲିରୁ ସିଂହଦ୍ବାର ଯାଏଁ ଭକ୍ତିମୟ ପରିବେଶ ।

Advertisment

କିଏ ଭଜନ ଜଣାଣରେ ତଲ୍ଲିନ...ପୁଣି କିଏ ନୃତ୍ୟଗୀତରେ...ଜନସମୁଦ୍ରରେ ଜଗତଠାକୁରଙ୍କ ବାହୁଡ଼ା ଯାତ୍ରା। ବଡ଼ଦାଣ୍ଡରେ ଭାବର ଲହଡ଼ି...ଭକ୍ତିର ଉଜାଣି...। ଆଉ ତା ଭିତରେ,  ନିଜକୁ ସମର୍ପି ଦେବାର କେତେ ରୂପ.. କେତେ ରଙ୍ଗ।... ଭକ୍ତିରେ ତଲ୍ଲିନ, ଭାବରେ ବିଭୋର... ଦୁଇ ଭଉଣୀ ଜଣେ ଅଧା କଳାକାହ୍ନୁ, ଅଧା କଳା ଶ୍ରୀମୁଖ...ଆଉ ଜଣେ ଧରିଛନ୍ତି ପ୍ରଭୁ ଶ୍ରୀଚୈତନ୍ୟଙ୍କ ବେଶ। ଏଭଳି ନିଆରା ଚିନ୍ତାଧାରା ପଛର କାରଣ ବି ବେଶ୍ ନିଆରା। ଭାବ ସମୁଦ୍ରରେ ପହଁରୁ ପହଁରୁ.. କାଳେ ଅଦ୍ଭୁତ ରୂପ ଦେଖି... ଦୁଇ ଭଗିନୀଙ୍କ ଉପରେ କ୍ଷଣକେ ଅଟକି ଯିବ ଚକାଡୋଳା।

ଅଧିକ ପଢନ୍ତୁ: ଆଜି ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷା କରିଛି ସିଂହଦ୍ୱାର

Advertisment

ଶରଧାବାଲିରେ ଆଜି ସକାଳ ପହରୁ ଅଥୟ ଅଧୀର ଥିଲା ପାଦର ଘୁଙ୍ଗୁର। କେଉଁଠି କୁନି ନୃତ୍ୟଶିଳ୍ପୀଟିଏ ମହାପ୍ରଭୁଙ୍କ ଦିବ୍ୟ ସାନ୍ନିଧ୍ୟର ନୂଆନୂଆ ଅନୁଭବ ସାଉଁଟୁଥିଲା...ତ ଆଉ କେଉଁଠି ପରିଣତ ବୟସରେ ବି ଥମୁନଥିଲା ପାଦ। ୧୦ ବର୍ଷ ରଥଯାତରେ ନୃତ୍ୟସେବା ଯୋଗାଇବା ପରେ ବି, ଥକିନଥିଲେ ବୟୋବୃଦ୍ଧ ନୃତ୍ୟଗୁରୁ। ଶିଷ୍ୟଶିଷ୍ୟାଙ୍କ ଗହଣରେ ୭୮ ବର୍ଷ ବୟସରେ ବି ପାଦରେ ଘୁଙ୍ଗୁର ବାନ୍ଧି ରଥ ସମ୍ମୁଖରେ ଜଣାଉଥିଲେ ଭକ୍ତିପୂତ ନିବେଦନ।

ଆଜି ବାହୁଡ଼ା ଯାତ୍ରାରେ ନୃତ୍ୟଗୀତରେ ବିଭୋର ଥିଲେ ଅଗଣିତ ନୃତ୍ୟଶିଳ୍ପୀ। ଏଭିତରେ ମଞ୍ଚରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ରାଣୀ ପ୍ରିୟଦର୍ଶିନୀ ବି, ଆଜି ନିଜକୁ ମୀରା ବେଶରେ ସଜାଇ ସେଠାରେ ପହଞ୍ଚିଥିଲେ ଜଗାର ମନ ମୋହିବା ଆଶା ନେଇ ।

Advertisment

କେବଳ କଣ ନୃତ୍ୟ ଗୀତ... ବିଶ୍ବନିୟନ୍ତାଙ୍କୁ ସେବା ଯୋଗାଇବାକୁ ଆଜି ଯେମିତି ତତ୍ପର ଥିଲା ସାରା ବିଶ୍ବ।   ଦାସିଆ ବାଉରି ପୀଠରୁ ଆସିଥିଲା ତିନି ରଥ ପାଇଁ ଝୁରା ଫୁଲ ଓ ମଞ୍ଜରୀ ତୁଳସୀ। ମୟୂରଭଞ୍ଜ ଠାକୁରମୁଣ୍ଡାରୁ ବିଶାଳ ଧୂପକାଠି ଆଣିଥିଲେ କିଛି ସାଧୁସନ୍ଥ। ବାହୁଡ଼ା ଯାତ୍ରାକୁ ସୁବାସରେ ଭରିଦେବା ଆଶା ନେଇ, ୨୭ ପ୍ରକାର ଦ୍ରବ୍ୟରେ ପ୍ରସ୍ତୁତ କରିଥିଲେ ଏହି ସ୍ବତନ୍ତ୍ର ଧୂପକାଠି।

ଆଜି ବାହୁଡ଼ା ଯାତ୍ରାରେ ସଦୟ ହୋଇଥିଲେ ସୂର୍ଯ୍ୟ ଦେବତା। ମଝିରେ ମଝିରେ ଆକାଶରୁ ଝରିଥିଲା ଶାନ୍ତ ଶୀତଳ ବାରିଧାରା। ତୁହାକୁ ତୁହା ବର୍ଷା ଓ ଅଗଣିତ ଛତାର ହଲ୍ଲୋଳ ଭିତରେ ଭଟ୍ଟା ପଡ଼ିନଥିଲା...ବରଂ ସିଂହଦ୍ବାର ଯାଏଁ ବଢ଼ି ଚାଲିଥିଲା ଜଗାପ୍ରେମରେ ଭକ୍ତଙ୍କ ଉତ୍ସାହ।

Puri Rath Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ