Advertisment

Ratha Jatra 2024: ହେରା ପଞ୍ଚମୀରେ କାହିଁକି ଭଙ୍ଗାଯାଏ ନନ୍ଦିଘୋଷ ରଥ; ଜାଣନ୍ତୁ ଏହା ପଛର ରହସ୍ୟ

ମହାପ୍ରଭୁଙ୍କ ଲୀଳା ଅନନ୍ୟ। କାଳିଆ ଠାକୁରଙ୍କ ଏହି ମାନବୀୟ ଲୀଳା ଭିତରେ ହେରା ପଞ୍ଚମୀ ଅନ୍ୟତମ। ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମ ଦିନରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ।

ଅଦ୍ୟତନ ହୋଇଛି
Ratha Jatra 2024; Hera Panchami Niti 2024

Ratha Jatra 2024; Hera Panchami Niti 2024

Advertisment

ମହାପ୍ରଭୁଙ୍କ ଲୀଳା ଅନନ୍ୟ। କାଳିଆ ଠାକୁରଙ୍କ ଏହି ମାନବୀୟ ଲୀଳା ଭିତରେ ହେରା ପଞ୍ଚମୀ ଅନ୍ୟତମ। ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାରଣତଃ ରଥଯାତ୍ରାଠାରୁ ପଞ୍ଚମ ଦିନରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ।

Advertisment

ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତ୍ତ୍ୱଲିପିରେ ଅନୁସାରେ ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରାନ୍ତି। ଏହା ପରେ ବନକ ଲାଗି, ପାଟ ଶାଢ଼ୀ଼, ଅଳଙ୍କାର ଇତ୍ୟାଦି ଲାଗି ହୋଇ ବେଶ ବଢ଼ିବା ପରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ପନ୍ତି ଭୋଗ ହୋଇଥାଏ। ତା’ପରେ ବଟବୃକ୍ଷ ତଳେ ଥିବା ବିମାନକୁ ଲକ୍ଷ୍ମୀ ବିଜେ କରିଥାନ୍ତି।

ଅଧିକ ପଢ଼ନ୍ତୁ: Nabajoubana 2024: କାହିଁକି ଠାକୁରଙ୍କ ଏହି ଦିବ୍ୟ ସୁନ୍ଦର ବେଶକୁ କୁହାଯାଏ ‘ନବଯୌବନ’

Advertisment

ବିମାନବଡ଼ୁ ସେବକମାନେ ବିମାନକୁ ଧାରଣ କରି ଘଣ୍ଟ, କାହାଳୀ, ଛତା ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ନେଇ ଗୁଣ୍ଡିଚା ଘର ସମ୍ମୁଖସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ରଥ ପାଖରେ ରଖିଥାନ୍ତି। ଏଠାରେ ପତିମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ, ଘସା ବିଡିଆ ଓ ଦହି ପଟି ମଣୋହି କରନ୍ତି। ଏହି ସମୟରେ ଗୁଣ୍ଡିଚା ଘରେ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ସରି ଶାଢ଼ୀ ଲାଗି ହୋଇ ଆଳତି ବଢ଼ିଥାଏ।

ଆଳତି ପରେ ଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ ପଞ୍ଚାମୃତ ମହାସ୍ନାନ ଓ ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ବଢେ। ତା’ପରେ ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟବିଜୟ ଦ୍ୱାର ପାଖକୁ ଆସିଥାନ୍ତି। ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢ଼ି ଧୂପଦୀପ ଦିଆଯାଇ ଟେରା ପଡେ।

Advertisment

ଏହା ପରେ ଲକ୍ଷ୍ମୀଙ୍କ ବିମାନ ଜଗମୋହନରୁ ନାକଚଣା ଦୁଆର ପାଖରେ ରହିଥାଏ। ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁ ସେବକଙ୍କଠାରୁ ହାତୁଆଣି ନେଇ ବନ୍ଦାପନା ଓ ଦହିପଟି ମଣୋହି କରନ୍ତି। ଉପରୋକ୍ତ ନୀତି ଶେଷ ହେବାପରେ ଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥଙ୍କ ରଥ ପାଖକୁ ଆସେ ଓ ରଥ କାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରା ଗୋହିରୀ ସାହି ବାଟେ ଲକ୍ଷ୍ମୀଙ୍କୁ ବଡ଼ ଦେଉଳକୁ ବାହୁଡା ବିଜେରେ ଅଣାଯାଏ।

ବାହୁଡା ବିଜେ ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ମଠ, ସେବକ, ଜାଗା, ଆଖଡା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ବଡ଼ଦାଣ୍ଡ, ହେରାଗୋହିରୀ ସାହି ଓ ମଠ ବିଜେ ସ୍ଥଳୀଠାରେ ପନ୍ତି ଭୋଗ କରାଯାଇଥାଏ।

ଅଧିକ ପଢ଼ନ୍ତୁ: Netra Utsav 2024: ତୁଳସୀ କାଠିରେ ଅଙ୍କାଯାଏ ନେତ୍ର ପିତୁଳା; ଜାଣନ୍ତୁ କୋଉଠୁ ଆସେ ଏହି କାଠି

କାହାଣୀ:

ହେରା ପଞ୍ଚମୀକୁ ନେଇ ଥିବା ଏକ ଜନଶୃତି ଅନୁସାରେ ଜଗନ୍ନାଥ ତାଙ୍କର ଭାଇ ଓ ଭଉଣୀଙ୍କ ସହ ରଥରେ ଗୁଣ୍ଡିଚା ଘରକୁ ଯାତ୍ରା କରିବା ଫଳରେ ପତି ବିରହ ମା’ ଲକ୍ଷ୍ମୀ ଠାକୁରାଣୀ ବିରହରେ ରୁହନ୍ତି। ଏହାର ବିଚାର ପାଇଁ ମା’ ଲକ୍ଷ୍ମୀ ବିମଳାଦେବୀଙ୍କ ପରାମର୍ଶ ନିଅନ୍ତି। ଏହି ବିଷୟ ବାମଦେବ ସଂହିତାରେ ବର୍ଣ୍ଣନା ହୋଇଛି।

ବିମଳାଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଇ ବୁଝାଇ ଦିଅନ୍ତି ଯେ, ସ୍ୱାମୀ ଯଦି କେବେ ବିବେକ ଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେକରନ୍ତି, ତେବେ ତାଙ୍କୁ ଉଚିତ ଶିକ୍ଷା ଦେବାକୁ ପଡିଥାଏ। ତେଣୁ ତୁମ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯାତ୍ରା କରିବା ଉଚିତ। ଏହି ପରାମର୍ଶ ପାଇ ଶ୍ରୀଗୁଣ୍ଡିଚାର ପଞ୍ଚମ ଦିବସରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି।

ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଜୀଉଙ୍କର ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ପ୍ରଭୁଙ୍କୁ ମୁଗ୍ଧ କରିଥିବାରୁ ପରେ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖୀ କରାଯିବା ନିମନ୍ତେ ଆଦେଶ ଦିଆଯାଏ। ଯାହା ଫଳରେ ହେରା ପଞ୍ଚମୀର ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣମୋଡ଼ ହୋଇଥାଏ।

Ratha Yatra Ratha Jatra Lord Jagannath Temple Puri Jaggannth Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: