Advertisment

ସ୍ୱେଚ୍ଛାସେବୀଙ୍କ ସେବାରେ ଧନ୍ୟ ହେଲା କାଳିଆର ବଡ଼ଦାଣ୍ଡ

ସେବା ହିଁ ଧର୍ମ, ସେବା ହିଁ ଇଶ୍ୱର। ମାନବ ସେବାରେ ମାଧବ ପ୍ରାପ୍ତି। ଏ ଉକ୍ତିରେ ବିଶ୍ୱାସ ରଖୁଥିବା ଶହ ଶହ ସଂଖ୍ୟାରେ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଧନ୍ୟ ହୋଇଥିଲା କାଳିଆର ବଡ଼ଦାଣ୍ଡ। ଏମାନଙ୍କ ନିରବଚ୍ଛିନ୍ନ ସେବା ଓ କର୍ତ୍ତବ୍ୟରେ କୃତକୃତ ହୋଇଥିଲେ ଅଗଣିତ ଭକ୍ତ ଓ ସେବକ।

undefined

volunteers deployed at Bada Danda

Advertisment

ସବୁ ବର୍ଷ ଭଳି ଏଥର ବି ରଥଯାତ୍ରାରେ ମାଧବଙ୍କ ଦର୍ଶନ ଅପେକ୍ଷା ମାନବ ସେବାକୁ ବ୍ରତ କରିଥିଲେ ବହୁ ବଦାନ୍ୟ ବ୍ୟକ୍ତି ଓ ଦାତବ୍ୟ ଅନୁଷ୍ଠାନ। ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ଧାଇଁ ଆସିଥିବା ଅଗଣିତ ଭକ୍ତଙ୍କୁ ସକାଳୁ ସନ୍ଧ୍ୟା ଯାଏଁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେଇଥିଲେ ଭିନ୍ନ ଭିନ୍ନ ସେବା। କିଏ ଖାଦ୍ୟ, କିଏ ପାନୀୟ ତ ଆଉ ଶୃଙ୍ଖଳା ରକ୍ଷା, ଆମ୍ବୁଲାନ୍ସ, ସେବାରେ ହଜାଇ ଦେଇ ନିଜକୁ ଧନ୍ୟ ମନେ କରିଥିଲା। 

Advertisment

ସେବା ହିଁ ଧର୍ମ, ସେବା ହିଁ ଇଶ୍ୱର। ମାନବ ସେବାରେ ମାଧବ ପ୍ରାପ୍ତି। ଏ ଉକ୍ତିରେ ବିଶ୍ୱାସ ରଖୁଥିବା ଶହ ଶହ ସଂଖ୍ୟାରେ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଧନ୍ୟ ହୋଇଥିଲା କାଳିଆର ବଡ଼ଦାଣ୍ଡ। ଏମାନଙ୍କ ନିରବଚ୍ଛିନ୍ନ ସେବା ଓ କର୍ତ୍ତବ୍ୟରେ କୃତକୃତ ହୋଇଥିଲେ ଅଗଣିତ ଭକ୍ତ ଓ ସେବକ। ଲକ୍ଷ ଲକ୍ଷ ଭକ୍ତଙ୍କ ଆତଯାତ ଭିତରେ ପୁରୀରେ ଆଜି ଅନୁଭୂତ ହେଉଥିଲା ପ୍ରଚଣ୍ଡ ତାତି ଆଉ ଅସହ୍ୟ ଗୁଳୁଗୁଳି। ଦିନ ୧୧ଟା ବେଳକୁ ସହରର ଆଦ୍ରତା ୭୯ ପ୍ରତିଶତ ଛୁଇଁଥିଲା। ତାରି ଭିତରେ ଭକ୍ତଙ୍କ ଉପରେ ଶୀତଳ ଜଳ ସିଞ୍ଚନ ସେବାରେ ଲାଗିଥିଲେ ଓଡ଼ିଶା ଅଗ୍ନିଶମ ବାହିନୀର ଆଗ୍ନିକ।

ଏ କାମରେ ବହୁ ଘରୋଇ ସଂସ୍ଥାର ସ୍ବେଚ୍ଛାସେବୀ ବି ନିଜକୁ ହଜାଇ ଦେଇଥିଲେ। ଦର୍ଶନ ଅପେକ୍ଷାରେ ଥିବା ଭକ୍ତ, ଆଉ ସେବାରେ ନିୟୋଜିତ କର୍ମଚାରୀଙ୍କୁ ମୁହଁରୁ ଓଦା କପଡ଼ାରେ ଝାଳ ପୋଛିଦେଇ, ସେମାନଙ୍କ ଶ୍ରମ ଲାଘବ କରୁଥିଲେ ଆଉ କିଛି ସ୍ବେଚ୍ଛାସେବୀ। ସେହିଭଳି କିଏ ଟଙ୍କତୋରାଣି, ତା ଆଉ କିଏ ଶ୍ରଦ୍ଧାଳୁଙ୍କୁ ଶୁଦ୍ଧ ପିଇବା ପାଣି ଟିକେ ଦେଇ ତୃପ୍ତ କରୁଥିଲା। ଏପଟେ ଅନ୍ନ ଓ ଜଳଛତ୍ର ଖୋଲି ଭକ୍ତଙ୍କ ଭୋକ ଶୋଷ ମେଣ୍ଟାଇ ଦେଉଥିଲେ ଅଗଣିତ ଅନୁଷ୍ଠାନର ଅସଂଖ୍ୟ ସ୍ବେଚ୍ଛାସେବୀ।

Advertisment

ରଥଯାତ୍ରା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେବା ଥିଲା ଗହଳି ଭିତରେ ଅଚେତ ଯାଉଥିବା କିମ୍ବା ଅସୁସ୍ଥ ହୋଇପଡୁଥିବା ଶ୍ରଦ୍ଧାଳୁଙ୍କ ତୁରନ୍ତ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା। ଏଥିରେ ସରକାରୀ ସ୍ବାସ୍ଥ୍ୟକର୍ମୀ ଓ ସରକାରୀ ଆମ୍ବୁଲାନ୍ସକୁ ବାଦ ଦେଲେ ଶହ ସଂଖ୍ୟାରେ ଘରୋଇ ଆମ୍ବୁଲାନ୍ସ ସାଙ୍ଗକୁ ହଜାର ହଜାର ଭଲ୍ୟୁଣ୍ଟିୟର ଉଲ୍ଲେଖନୀୟ ଭୂମିକା ନେଉଥିଲେ। ଆଉ ଭିଡ଼ ଭିତରେ ଆମ୍ବଲାନସ୍ ପାଇଁ ବାଟ କଢାଇ ନେବାକୁ ଆଗେଇ ଆସୁଥିଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସମେତ ଅନ୍ୟ ଅନୁଷ୍ଠାନର ସ୍ବେଚ୍ଛାସେବକ।

ସେହିଭଳି କିଏ ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ହ୍ବିଲ୍ ଚେୟାର ସେବା ଯୋଗାଇ ଦେଉଥିଲେ ତ ଆଉ କିଏ ଖରା ତାପରୁ ରକ୍ଷା ପାଇଁ ଯୋଗାଇ ଦେଉଥିଲେ ଛତା ଓ ଟୋପି ସେବା। ସେପଟେ ପୁରୀ ସମୁଦ୍ର କୂଳରେ ପ୍ରବଳ ଭିଡ଼କୁ ଲକ୍ଷ କରି ଶହଶ୍ରାଧିକ ଲାଇଫ୍ ଗାର୍ଡ୍ ଓ ଅଭିଜ୍ଞ ଧୀବର ବି ଜନସାଧାରଣଙ୍କୁ ସେବା ଯୋଗାଇ ଅହରହ ପ୍ରସ୍ତୁତ ଥିଲେ। ରଥଯାତ୍ରାର ଗହଳି ଭିତରେ ଭକ୍ତଙ୍କ ଉପରେ ଶୀତଳ ଜଳ ସିଞ୍ଚନ ଓ ସାମାନ୍ୟ ଆହତ ଓ ଅସୁସ୍ଥ ଭକ୍ତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲା ଓଟିଭି କେୟାର୍ସ।

Advertisment
Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ