ରାତି ପାହିଲେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ବେନି ଭାଇ, ସାଙ୍ଗରେ ରହିବେ ଭଉଣୀ ସୁଭଦ୍ରା। ଏଥିପାଇଁ ଚାଲିଛି କେତେ ପ୍ରସ୍ତୁତି କେତେ ଆୟୋଜନ । ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ଯାତ୍ରା ଆୟୋଜନ ପାଇଁ ପଣ୍ଡା ପଢିହାରୀ ନୀତି ପ୍ରଶାସକ ସମସ୍ତେ ଲାଗି ପଡ଼ିଛନ୍ତି । ରଥକାମ ସରିଥିବା ବେଳେ ଆଜି ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଆଣାଯିବ।
ଅଧିକ ପଢନ୍ତୁ: ରାଜସ୍ୱ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, 'ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ'
ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ରହିଛି ସାରା ପୁରୀ ସହର। ଜଳ, ସ୍ଥଳ ଓ ଆକାଶମାର୍ଗରୁ ରହିଛି ନଜର। ଏଥର ରଥଯାତ୍ରା ବେଳେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ। ଭୁବନେଶ୍ୱର ଓ କୋଣାର୍କରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା ସହ ସାରା ପୁରୀ ସହର ରହିବ AI ସିସିଟିଭି ନଜରରେ। ସବୁ ପ୍ରମୁଖ ସ୍ଥାନ ମାନଙ୍କୁ ମିଶାଇ ୨୭୫ଟି ସ୍ଥାନରେ ଲାଗିଛି CCTV। ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଡଗ୍ ସ୍କ୍ବାଡ୍ ବି ତୀକ୍ଷଣ ନଜର ରଖିଛନ୍ତି।
Also Read
ବିଏସଏଫ୍, ସିଆରପିଏଫ ଓ ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କଂପାନି ଫୋର୍ସ ରଥଯାତ୍ରାରେ ନିୟୋଜିତ ହେବେ। ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ୮ଟି ଭାଗରେ ଭାଗ କରିଛି ପୋଲିସ। ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରୁଛନ୍ତି।