Advertisment

ଅଧାରେ ଫସିଲା ବ୍ରହ୍ମ ତାଳଧ୍ବଜ ରଥ; ଶ୍ରଦ୍ଧାଳୁ ଟାଣିବା ବେଳେ ବାମ ମୋଡ଼ ନେଇ ଅଟକିଲା

ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ । ମେସିନ ସାହାଯ୍ୟରେ ରଥକୁ ଟ୍ରାକ୍‌କୁ ଆଣିବାକୁ ଉଦ୍ୟମ କରାଯାଉଛି ।

ଅଦ୍ୟତନ ହୋଇଛି
Brahma Taladhwaja chariot

Brahma Taladhwaja chariot

Advertisment

କେନ୍ଦ୍ରାପଡ଼ାରେ ଅଧାରେ ଫସିଲା ବ୍ରହ୍ମ ତାଳଧ୍ବଜ ରଥ । ଶ୍ରଦ୍ଧାଳୁ ଟାଣିବା ବେଳେ ବାମ ମୋଡ଼ ନେଇ ଅଟକିଲା । ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଅଟକିଲା ରଥ । ମେସିନ ସାହାଯ୍ୟରେ ରଥକୁ ଟ୍ରାକ୍‌କୁ ଆଣିବାକୁ ଉଦ୍ୟମ କରାଯାଉଛି ।

Advertisment

ଅନ୍ୟପଟେ ଶରଧାବାଲିରେ ତିନିରଥ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି। ଭକ୍ତମାନେ ତିନି ରଥ ଟାଣି ଟାଣି ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଇଛନ୍ତି।

ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ। ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଆସିଛନ୍ତି। ୫ ଦଶନ୍ଧି ପରେ ଏବର୍ଷ ରଥଯାତ୍ରା ଦୁଇ ଦିନ ପଡ଼ିଥିବାରୁ ଗତକାଲି ରଥ ଅଳ୍ପବାଟ ଟଣାଯାଇ ରହିଥିଲା। ସିଂହଦ୍ବାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଥିଲେ କାଳିଆ ସାଆନ୍ତ।

Advertisment

ଶ୍ରୀକୃଷ୍ଣ ସିନେମା ହଲ୍ ପାଖରେ ଅଟକିଥିଲା ଦେବୀସୁଭଦ୍ରାଙ୍କ ଦର୍ପଦଳନ ରଥ। ସେହିପରି ମରିଚିକୋଟ ଛକରେ ଅଟକିଥିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ। ଆଜି ସକାଳୁ ପୁଣି ଆରମ୍ଭ ହୋଇଥିଲା ରଥଟଣା। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଥିଲା ପୁରୀ ବଡ଼ଦାଣ୍ଡ। ରଥଯାତ୍ରାରେ ସାମିଲ ହେବାକୁ ଆଜି ବି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର। 

Rath Yatra Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ