Advertisment

ନୀତି ବିଭ୍ରାଟରେ ନୋ ବ୍ରେକ୍: ଜନ୍ମବେଦିରେ ବି ରାତିଅନିଦ୍ରା ଚତୁର୍ଦ୍ଧାମୂରତି

ଖାଲି ହେରାପଞ୍ଚମୀ ନୁହେଁ ତା ପୂର୍ବଦିନ ବି ନୀତି ବିଳମ୍ବ କାରଣରୁ ଠାକୁରଙ୍କ ରାତି ପହୁଡ଼ ହୋଇପାରିନି। ଏମିତିକି ଆଜି ଭୋର ୪ଟାରେ ହେବାକୁ ଥିବା ଠାକୁରଙ୍କ ମଙ୍ଗଳ ଆଳତି ସକାଳ ୯ଟା ୨୦ରେ ହୋଇଥିଲା। ଦୀର୍ଘ ୫ଘଣ୍ଟା କାଳ ଭକ୍ତ ଏହାକୁ ଦେଖିବାକୁ ଅପେକ୍ଷା କରି ବିରକ୍ତ ହୋଇଯାଇଥିଲେ।

Ratha Jatra

Ratha Jatra

Advertisment

ଶ୍ରୀମନ୍ଦିର ଭଳି ଗୁଣ୍ଡିଚା ଘରେ ବି ମହାପ୍ରଭୁଙ୍କ ନୀତିକାନ୍ତିରେ ଘୋର ବିଭ୍ରାଟ। ଦୁଇ ରାତି ହେଲା ଠିକ୍ ରେ ଠାକୁରମାନେ ଶୋଇ ନଥିବାବେଳେ ଗତକାଲି ହେରାପଞ୍ଚମୀ ନୀତି ବିଳମ୍ବ ସବୁ ସୀମା ଡେଇଁ ଯାଇଛି। ମହାଲକ୍ଷ୍ମୀ ରଥ ଭାଙ୍ଗି ଶ୍ରୀମନ୍ଦିର ଫେରିବା ବେଳକୁ ସକାଳ ପାହି ଯାଇଛି। ଯାହାକୁ ନେଇ ଭକ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବାବେଳେ ନୀତି ପ୍ରଶାସକ କିନ୍ତୁ କହୁଛନ୍ତି ସବୁ ଠିକ୍ ଠାକ୍ ଚାଲିଛି। ଏଣେ ବିଳମ୍ବିତ ନୀତିକାନ୍ତି ଭିତରେ ଆଜି ହୋଇଛି ତିନି ରଥର ଦକ୍ଷିଣ ମୋଡ଼।

Advertisment

ଜନ୍ମବେଦିରେ ବି ରାତି ଅନିଦ୍ରା ଚତୁର୍ଦ୍ଧାମୂରତି। ନୀତିକାନ୍ତିରେ ଘୋର ବିଶୃଙ୍ଖଳା। ସେବକ ଲଗାମହୀନ, ନିଦାବିଷ୍ଣୁ ପ୍ରଶାସନ। ଅଭିମାନିନୀ ମହାଲକ୍ଷ୍ମୀଙ୍କ ହେରାପଞ୍ଚମୀ ତିଥିରେ ନନ୍ଦିଘୋଷ ରଥ ଭାଙ୍ଗି ଶ୍ରୀମନ୍ଦିର ବାହୁଡୁଥିଲେ ବି ଯେଉଁ ପଂରପରା ରାତି ଅଧରେ ସମାପନ ହେବା କଥା, ତାହା ସକାଳେ ଘଟୁଛି। ଦେଖନ୍ତୁ କେମିତି ଏଥିପାଇଁ ସିଧା ପ୍ରଶାସନକୁ ଦାୟୀ କରି ରାଗ ଗର ଗର ହେଉଛନ୍ତି ଜଣେ ପୁଷ୍ପାଳକ ସେବାୟତ। 

ଗତକାଲି ଥିଲା ଅନନ୍ୟ ହେରାପଞ୍ଚମୀ ନୀତି। ମହାପ୍ରଭୁ ଜଗନ୍ନାଥ, ରଥଯାତ୍ରାରେ ସାଙ୍ଗରେ ଆଣିନଥିବାରୁ କୋପ କରିଥିବା ପତ୍ନୀ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସି ସେଠି ନନ୍ଦିଘୋଷ ରଥ ଭାଙ୍ଗିବାର ବିଧି ରହିଛି। ଯାହାକୁ ଭକ୍ତମାନେ ଚର୍ମଚକ୍ଷୁରେ ପ୍ରତିବର୍ଷ ଦର୍ଶନ କରିଥାନ୍ତି। ହେଲେ ସେ ନୀତିରେ କିନ୍ତୁ ଗତକାଲି ଘଟିଥିଲା ଅହେତୁକ ବିଳମ୍ବ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ପୂଜା ବେଳକୁ ବାଜି ଯାଇଥିଲା ଆଜି ଭୋର ୪ଟା ୧୫। ସେପଟେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ରାତି ୩ଟାରେ ବାହାରି, ଗୁଣ୍ଡିଚା ମନ୍ଦିର ଆଗରେ ରଥଭଙ୍ଗା ନୀତି ସାରି ଫେରିଲା ବେଳକୁ ଭୋର ସାଢ଼େ ୫ଟା ବାଜି ଯାଇଥିଲା।

Advertisment

ଖାଲି ହେରାପଞ୍ଚମୀ ନୁହେଁ ତା ପୂର୍ବଦିନ ବି ନୀତି ବିଳମ୍ବ କାରଣରୁ ଠାକୁରଙ୍କ ରାତି ପହୁଡ଼ ହୋଇପାରିନି। ଏମିତିକି ଆଜି ଭୋର ୪ଟାରେ ହେବାକୁ ଥିବା ଠାକୁରଙ୍କ ମଙ୍ଗଳ ଆଳତି ସକାଳ ୯ଟା ୨୦ରେ ହୋଇଥିଲା। ଦୀର୍ଘ ୫ଘଣ୍ଟା କାଳ ଭକ୍ତ ଏହାକୁ ଦେଖିବାକୁ ଅପେକ୍ଷା କରି ବିରକ୍ତ ହୋଇଯାଇଥିଲେ। ସେମିତି ରୋଷହୋମ ସକାଳ ୧୦ଟା ୪୫, ସୂର୍ଯ୍ୟପୂଜା ୧୧ଟା ୨୫ ଓ ସକାଳ ଧୂପ ସରିବାବେଳକୁ ଦିନ ଗୋଟାଏ ୨୦ ମିନିଟ୍ ବାଜିଗଲା। ନୀତିକାନ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ଆଜି ରଥ ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ବିଜେ ବେଳକୁ ଅପରାହ୍ନ ୨ଟା ୧୫ ହୋଇଥିଲା। ଯାହାକୁ ନେଇ ଭକ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ଜଗନ୍ନାଥଙ୍କ ଇଚ୍ଛା ବୋଲି କହିବା ଆଦୌ ଯୁକ୍ତିସଙ୍ଗତ ନୁହେଁ ବୋଲି ଦର୍ଶାଇଛନ୍ତି। ସେପଟେ ଶ୍ରୀମନ୍ଦିର ନୀତି ପ୍ରଶାସକ କିନ୍ତୁ କହୁଛନ୍ତି ସବୁ ନୀତିକାନ୍ତି ଠିକରେ ଚାଲିଛି।

 ଏପଟେ ପରଂପରା ମୁତାବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆଜି ତିନି ରଥର ଦକ୍ଷିଣ ମୋଡ଼ କରାଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ବାର ଆଗରେ ଦଣ୍ଡାୟମାନ ରଥତ୍ରୟଙ୍କୁ ଭାବ ଓ ଭକ୍ତିର ସହ ଭକ୍ତମାନେ ଟାଣି ନାକଚଣା ଦ୍ବାର ଆଗରେ ରଖିଛନ୍ତି। ତାସହ ଆଜିଠୁ ଆରମ୍ଭ ହୋଇଛି ଶ୍ରୀଜିଉମାନଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି।

Advertisment
Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ