Advertisment

ଘୋଷଯାତ୍ରାର ଦ୍ୱିତୀୟ ଦିନରେ ବି କମ୍ପିଲା ବଡ଼ଦାଣ୍ଡ; ଅଧାବାଟରୁ ଦର୍ପଦଳନ ଓ ନନ୍ଦିଘୋଷକୁ ଟାଣିନେଲେ ଶ୍ରଦ୍ଧାଳୁ

ଆଖି ମିଶିଲା, ମନ ପୁରିଲା। ଆଷାଢ଼ ଶୁକ୍ଲ ଦ୍ବିତୀୟା ତିଥି ନହୋଇ ବି ପୁରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ଟାଣିବାର ସୌଭାଗ୍ୟ ଜୁଟିଲା। କାଲି ଘୋଷଯାତ୍ରାରେ ଗୁଣ୍ଡିଚା ମନ୍ଦିର ଆସିବା ବେଳେ ଅଧାବାଟରେ ଅଟକି ରହିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଆଜି ପୁଣି ଭକ୍ତି ଭାବରେ ଟାଣି ନେଇଛନ୍ତି ଭକ୍ତ।

Puri Rath Jatra

Puri Rath Jatra

Advertisment

ଭକ୍ତର ମନୋବାଞ୍ଛା ହେଉ କି ଭଗବାନଙ୍କ ଲୀଳା। ରଥଯାତ୍ରା ଦିନ ଶରଧାବାଲିକୁ ବିଜେ ନକରିଅଧା ବାଟରେ ଅଟକି ରହିଥିଲେ ଲୀଳାମୟ ଜଗନ୍ନାଥ। ତେବେ ଆଜି ପୁଣି ହଜାର ହଜାର ଭକ୍ତଙ୍କ ଭକ୍ତିମୟ ଉପସ୍ଥିତିରେ ସରିଛି ରଥଟଣା। ଶରଧାବାଲିରେ ଲାଗିଛି ଦର୍ପଦଳନ ଓ ନନ୍ଦିଘୋଷ। ତେବେ ଆସନ୍ତାକାଲି ହେବ ମହାପ୍ରଭୁଙ୍କ ଆଡ଼ପ ବିଜେ। ତେଣୁ ରଥ ଉପରେ ଦର୍ଶନ ପାଇଁ ଆଉ ଗୋଟିଏ ଦିନ ସୁଯୋଗ ମିଳିଥିବାରୁ କୃତ୍ୟ କୃତ୍ୟ ଭକ୍ତ। 

Advertisment

ଆଖି ମିଶିଲା, ମନ ପୁରିଲା। ଆଷାଢ଼ ଶୁକ୍ଲ ଦ୍ବିତୀୟା ତିଥି ନହୋଇ ବି ପୁରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ଟାଣିବାର ସୌଭାଗ୍ୟ ଜୁଟିଲା। କାଲି ଘୋଷଯାତ୍ରାରେ  ଗୁଣ୍ଡିଚା ମନ୍ଦିର ଆସିବା ବେଳେ ଅଧାବାଟରେ ଅଟକି ରହିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଆଜି ପୁଣି ଭକ୍ତି ଭାବରେ ଟାଣି ନେଇଛନ୍ତି ଭକ୍ତ। ଆଜି ଶ୍ରୀକ୍ଷେତ୍ରରେ କାଲି ଭଳି ଅସମ୍ଭବ ଗହଳି ନଥିଲା, କି ପୋଲିସ ପ୍ରଶାସନର କଡ଼ା କଟକଣା। ତେଣୁ କାଳିଆକୁ ଦର୍ଶନ ପାଇଁ ଧାଇଁ ଆସିଥିବା ଭକ୍ତଟିଏ ମନ ଆନନ୍ଦରେ ଦର୍ଶନ ସାଙ୍ଗକୁ ନନ୍ଦିଘୋଷ ଟାଣିବାର ସୌଭାଗ୍ୟ ବି ଜୁଟାଇଥିଲା।

ସକାଳ ପ୍ରାୟ ୮ଟା ୩୦ରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା। ଏହାର ଅଧଘଣ୍ଟା ପରେ ବଡ଼ଦାଣ୍ଡରେ ଗଡ଼ିଥିଲା ନନ୍ଦିଘୋଷ। ରଥଟଣା ଆରମ୍ଭ ହେବାର ପ୍ରାୟ ଦୁଇ ଘଣ୍ଟା ଭିତରେ ଶରଧାବାଲିରେ ପହଞ୍ଚିଥିଲେ ଦୁଇ ରଥ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ଲାଗିବା ପରେ ଭକ୍ତି ରସରେ ଭିଜିଥିଲା ଶରଧାବାଲି। ଜୟ ଜଗନ୍ନାଥ ଧ୍ୱନୀରେ କମ୍ପି ଉଠିଥିଲା ପରିବେଶ। ଏପଟେ ଶ୍ରୀଜିଉଙ୍କ ଆଡ଼ପ ବିଜେ ଆସନ୍ତାକାଲି ହେବାକୁ ଥିବାରୁ ଭକ୍ତଙ୍କୁ ରଥ ଉପରେ ଆଉ ଗୋଟିଏ ଦିନ ଦର୍ଶନର ସୁଯୋଗ ସୃଷ୍ଟି ହୋଇଥିବାରୁ ଏହାକୁ ନେଇ ଉଲ୍ଲସିତ ହୋଇଛନ୍ତି ଅଗଣିତ ଶ୍ରଦ୍ଧାଳୁ।

Advertisment

ଆଜି ଦିନ ପ୍ରାୟ ସାଢେ ୧୦ଟା ସୁଦ୍ଧା ଶରଧାବାଲିରେ ସମସ୍ତ ରଥ ଲାଗିବା ପରେ ରଥ ଉପରେ ଶ୍ରୀଜିଉମାନଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି। ମହାପ୍ରଭୁ ଆସନ୍ତାକାଲି ସନ୍ଧ୍ୟା ଯାଏଁ ରଥ ଉପରେ ଭକ୍ତଙ୍କ ଦର୍ଶନ ଦେବାକୁ ଥିବାରୁ ଏବେ ଶରଧାବାଲିରେ ଚାଲିଛି ଭକ୍ତ ଓ ଭଗବାନଙ୍କ ମିଳନ ପର୍ବ। ତେବେ କାଲି ଧୂପ ପରେ ଗୋଟି ପହଣ୍ଡିରେ ଯାଇ ଆଡ଼ପ ମଣ୍ଡପ ବିଜେ କରିବେ ମହାବାହୁ। ଜନ୍ମବେଦୀରେ ଅବସ୍ଥାନ ପରେ ଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଲୀଳାଖେଳା। ଶୁକ୍ରବାରଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା।

Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ