Rath Jatra
ଶ୍ରୀକ୍ଷେତ୍ରରେ ଆଜି ପୁଣି ଆରମ୍ଭ ହୋଇଛି ରଥଟଣା । ଅଧା ବାଟରେ ଅଟକି ରହିଥିବା କାଳିଆର ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଟଣା ହେଉଛି । ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିନେଉଛନ୍ତି ଶ୍ରଦ୍ଧାଳୁ । ଗତକାଲି କେବଳ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଶରଧାବାଲିରେ ଲାଗିଥିଲା । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଙ୍ଖ ଠାରେ ଅଟକି ଥିବା ବେଳେ ଆଜି ପୁଣି ଥରେ ଆରମ୍ଭ ହୋଇଛି ରଥଟଣା ।
ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ଅଟକି ରହିଥିଲା। ଆଜି ତିନି ରଥ ଶରଧାବାଲିରେ ଲାଗିବା ପରେ ଭକ୍ତମାନେ ରଥଉପରେ ହିଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ଆସନ୍ତା କାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଶୁକ୍ରବାର ଦିନ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ। ...
ସେପଟେ ରଥଯାତ୍ରାକୁ ନେଇ ବାରିପଦାରେ ରହିଛି ଭିନ୍ନ ପରମ୍ପରା । ଚତୁର୍ଦ୍ଧାମୁରତିଙ୍କୁ ଗତକାଲି ଗୋଟି ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା । ଆଜି ରଥ ଗଡ଼ିବ। ପ୍ରଥମେ ବଳଭଦ୍ରଙ୍କ ରଥ ଟଣା ହେବ। ପରେ ସୁଭଦ୍ରାଙ୍କ ରଥକୁ ଅଧା ବାଟ ଯାଏ ଟଣା ଯାଇ ଗୁରୁବାର ପୁଣି ଟଣାଯିବ। ଶେଷରେ ଜଗନ୍ନାଥଙ୍କ ରଥ ଟଣା ହୁଏ । ଅର୍ଥାତ ପୁରୀ ରଥଯାତ୍ରାର ପର ଦୁଇ ଦିନ ଧରି ବାରିପଦାରେ ରଥ ଟଣା ହୁଏ । ଏଠାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବାର ପରମ୍ପରା ଚାଲିଆସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Rath_Jatra_1687320071.jpg)