Advertisment

ରତ୍ନ ଭଣ୍ଡାର ପ୍ରସଙ୍ଗରେ ପୁଣି ଅସନ୍ତୋଷ ପ୍ରକାଶ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପରିଚାଳନା କମିଟି ବୈଠକରେ ପ୍ରସଙ୍ଗ ଏଡ଼ାଇଯିବା ସନ୍ଦେହ ସୃଷ୍ଟି କରୁଛି ।

ଅଦ୍ୟତନ ହୋଇଛି
Sudarshan Pattnaik On Ratna Bhandar

Sudarshan Pattnaik On Ratna Bhandar

Advertisment

ରତ୍ନ ଭଣ୍ଡାର ପ୍ରସଙ୍ଗରେ ପୁଣି ଅସନ୍ତୋଷ ପ୍ରକାଶ କଲେ ପରିଚାଳନା କମିଟି ସଦସ୍ୟ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାରକୁ ଖୋଲାଇ ନଦେବାକୁ, ପୂର୍ବରୁ ଯୋଜନା ହୋଇଛି ବୋଲି ମୋର ସନ୍ଦେହ ରହିଛି ବୋଲି କହିଛନ୍ତି ସୁଦର୍ଶନ।

Advertisment

ବାରମ୍ବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଏଡ଼ାଇ ଯିବା ସନ୍ଦେହ ସୃଷ୍ଟି କରୁଛି । ନୂଆ ସରକାର ଚାରି ଦ୍ୱାର ଖୋଲିବା ନିଷ୍ପତ୍ତି ନେଲେ । ରତ୍ନଭଣ୍ଡାର ଖୋଲିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ବିଷୟରେ ଆଲୋଚନା କରି ସରକାରଙ୍କୁ ସହଯୋଗ କରିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପରିଚାଳନା କମିଟି ଗୁରୁତ୍ୱ ଦେଉନାହାନ୍ତି ।

ରତ୍ନ ସିଂହାସନ ମରାମତି ପାଇଁ ଶ୍ରୀବିଗ୍ରହକୁ ଅସ୍ଥାୟୀ ସିଂହାସନକୁ ଆଣି ମରାମତି କାର୍ଯ୍ୟ କରାଯାଇଥିଲା । କିନ୍ତୁ ରତ୍ନ ଭଣ୍ଡାରକୁ କେବଳ ରଥଯାତ୍ରା ସମୟରେ ଖୋଲାଯିବା କଥା କହିବା କାରଣ କଣ ଜଣା ପଡୁନାହିଁ । ତେବେ ୨୦୧୮ରେ ରତ୍ନ ଭଣ୍ଡାର ଖୋଲିବାକୁ ଯାଇଥିବା ପ୍ରାଧିକୃତ କମିଟି ରିପୋର୍ଟ ଓ ୨୦୨୩ରେ ଲେଜର୍ ସ୍କାନିଂ ରିପୋର୍ଟରେ ରତ୍ନ ଭଣ୍ଡାର ଅସୁରକ୍ଷିତ ଥିବା ସ୍ପଷ୍ଟ ହୋଇଥିବା ବେଳେ ପରିଚାଳନା କମିଟି କିନ୍ତୁ ଏ ବାବଦରେ ମୁହଁ ନ ଖୋଲିବା ଦୁର୍ଭାଗ୍ୟ ଜନକ କହିଛନ୍ତି ସୁଦର୍ଶନ ।

Advertisment

ଅନ୍ୟପଟେ ଏଥର ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ । ପହଣ୍ଡି ଟିକେଟ୍‌ ହେବନି, ଶ୍ରୀମନ୍ଦିରରେ ପ୍ରବେଶ ମନା । ସମୟ କମ୍‌ ଥିବାରୁ ଭିଡ଼ ନିୟନ୍ତ୍ରଣ ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି । ଏବର୍ଷ ନବଯୌବନ ଦର୍ଶନ, ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା ଯାତ୍ରା ଏକାଠି ପଡୁଛି । ଜୁଲାଇ ୭ରେ ସବୁ ଏକାଠି ପଡ଼ୁଥିବାରୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ।

ରଥଯାତ୍ରା ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ନୀଳାଦ୍ରି ଭକ୍ତ ନିବାସରେ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ନେଇ ଛତିଶା ନିଯୋଗ ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଉପରେ ପରିଚାଳନା କମିଟି ବୈଠକରେ ମୋହର ଲାଗିଛି।

Advertisment

ଚଳିତ ବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ୧୯୭୧ ମସିହାରେ ଅନୁଷ୍ଠିତ ହୋଇଥିବା ନୀତିକାନ୍ତି ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରାରେ ନୀତିକାନ୍ତି ଅନୁଷ୍ଠିତ ହେବ।

ଆସନ୍ତା ଜୁଲାଇ ୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେବେ ଏହାର ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ରେ ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ ବୋଲି  ଛତିଶା ନିଯୋଗରେ ନିଷ୍ପତ୍ତି ନିଆଯାଇଥିଲା। ପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ । ୬ ତାରିଖରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାକୁ ଆଜ୍ଞା ମାଳ ବିଜେ କରିବ। ସକାଳ ୭ଟା ରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ରେ ଅନୁଷ୍ଠିତ ହେବ।

Srimandir Lord Jagannath Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ