Advertisment

ରଥଟଣା ବେଳେ କାହିଁକି ସୃଷ୍ଟି ହେଲା ବିଶୃଙ୍ଖଳା ? ସାମ୍ନାକୁ ଆସିଲା ବ୍ୟବସ୍ଥାବଳିକୁ ଧଜିଆ ଉଡ଼ାଇବାର ଚିତ୍ର...

ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ? ସାମ୍ନାକୁ ଆସିଲା ରଥ ବ୍ୟବସ୍ଥାବଳିକୁ ଧଜିଆ ଉଡ଼ାଇବାର ଚିତ୍ର। କୁହାଯାଉଛି ଅନୁମୋଦିତ ସଂଖ୍ୟାଠୁ ରଥରେ ଅଧିକ ସଂଖ୍ୟାରେ ସେବକ ଚଢ଼ିବା ଯୋଗୁଁ ଯାବତୀୟ ସମସ୍ୟା ସୃଷ୍ଟି ହେଲା।

ଅଦ୍ୟତନ ହୋଇଛି
undefined

ratha Yatra 2024

Advertisment

ତମାମ ସୁରକ୍ଷା, ରଥଟଣା ପାଇଁ ବ୍ୟବସ୍ଥାବଳି ଓ ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ? ସାମ୍ନାକୁ ଆସିଲା ରଥ ବ୍ୟବସ୍ଥାବଳିକୁ ଧଜିଆ ଉଡ଼ାଇବାର ଚିତ୍ର। କୁହାଯାଉଛି ଅନୁମୋଦିତ ସଂଖ୍ୟାଠୁ ରଥରେ ଅଧିକ ସଂଖ୍ୟାରେ ସେବକ ଚଢ଼ିବା ଯୋଗୁଁ ଯାବତୀୟ ସମସ୍ୟା ସୃଷ୍ଟି ହେଲା। ରଥ ବାରମ୍ବାର କଡ଼ ମାଡିମାଡ଼ିବାରୁ ଭିଡ଼ ନିୟନ୍ତ୍ରଣ ଅସମ୍ଭବ ହୋଇପଡ଼ିଲା। କେବଳ ସେତିକି ନୁହେଁ, ଠେଲାପେଲା ସ୍ଥିତି ପାଇଁ ଅବ୍ୟବସ୍ଥିତ ରଥ କର୍ଡନକୁ ବି ଦାୟୀ କରାଯାଉଛି। 

Advertisment

ରଥଟଣା ବେଳେ କାଲି କାହିଁକି ସୃଷ୍ଟି ହେଲା ବିଶୃଙ୍ଖଳା ? କାହିଁକି ହେଲା ଠେଲାପେଲା ସ୍ଥିତି ? କାହିଁକି ଘଟିଲା ଅଘଟଣ, ବିଭ୍ରାଟ ? ନା ରଥଯାତ୍ରା ବ୍ୟବସ୍ଥାବଳିକୁ ଖାତିର ? ନା ମହାପ୍ରଭୁଙ୍କ ସୁରକ୍ଷିତ ଯାତ୍ରାକୁ ଭୃକ୍ଷେପ ? ନା ଭକ୍ତଙ୍କ ସୁରକ୍ଷାକୁ ଧ୍ୟାନ ?

ତାଳଧ୍ବଜଠୁ ନେଇ ନନ୍ଦିଘୋଷ, ଦର୍ପଦଳନ...କେଉଁଠି ଖୁଦ ପକାଇବାକୁ ରାହା ନଥିଲା ଯେମିତି। ରଥଯାତ୍ରା ପାଇଁ ଥିବା ବ୍ୟବସ୍ଥାବଳି ଅନୁଯାୟୀ, ଛେରା ପହଁରା ପରେ କେବଳ ରଥ ସମ୍ପୃକ୍ତ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ମିଶି ତାଳଧ୍ବଜ ରଥରେ ୬୦ ଜଣ, ଦର୍ପଦଳନ ରଥରେ ୫୦ ଓ ନନ୍ଦିଘୋଷରେ ୭୦ ଜଣ ଭିତରେ ରହିବେ। ହେଲେ ରଥଟଣା ସମୟରେ ତାଳଧ୍ବଜ ଓ ନନ୍ଦିଘୋଷରେ ଅନୁମୋଦିତ ସଂଖ୍ୟାଠାରୁ ଢେର ଅଧିକ ସେବକ ରହିଥିଲେ। ତିନି ରଥର ବାଡ଼ରେ କୌଣସି ସେବକ ବସିବା ଓ ଠିଆ ହେବାର ନିୟମ ନଥିବା ବେଳେ ଏସବୁର ଯେମିତି ଧଜିଆ ଉଡୁଥିଲା ରଥ ଉପରେ। ଯେଉଁଥିପାଇଁ ବଡଠାକୁରଙ୍କ ରଥ ବାରମ୍ବାର କେତେବେଳେ ଡାହାଣ ତ କେତେବେଳେ ବାମ କଡ଼ ମାଡ଼ିବାରୁ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। 

Advertisment

ନନ୍ଦିଘୋଷ ରଥ କାଲି ଅଳ୍ପ କିଛି ବାଟ ଗଡ଼ିଥିଲେ ମଧ୍ୟ ସେଥିରେ ବି ଅନୁରୂପ ସ୍ଥିତି ସୃଷ୍ଟି ହୋଇଥିଲା। ରଥରେ ପ୍ରବଳ ଭିଡ଼ ଯୋଗୁଁ ଦର୍ଶନାର୍ଥୀ ଠାକୁରଙ୍କୁ ଟିକେ ଭଲଭାବେ ଦେଖିବାକୁ ବିକଳ ହୋଇଥିଲେ । ପୁଣି ରଥ କର୍ଡନ ମଧ୍ୟ ସୁବ୍ୟବସ୍ଥିତ ନଥିବାରୁ ରଥ ଦଉଡ଼ି ଧରିବାକୁ ଭକ୍ତଙ୍କ ବ୍ୟଗ୍ରତାରୁ ସୃଷ୍ଟି ହୋଇଥିଲା ଏଭଳି ସାଂଘାତିକ ସ୍ଥିତି । ଏମିତିକି ରଥ ଦଉଡ଼ି ଭାବି ଭକ୍ତ କର୍ଡନ୍ ଦଉଡ଼ିକୁ ଟାଣିବାରୁ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା । ବିଭିନ୍ନ ସ୍ଥାନରେ ଠେଲାପେଲା କାରଣରୁ ଶତାଧିକ ଅସୁସ୍ଥ ହୋଇପଡ଼ିବା ସହ ଅଣନିଶ୍ବାସୀ କାରଣରୁ ଜଣଙ୍କ ଜୀବନ ବି ଚାଲିଗଲା। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ।

ଶୃଙ୍ଖଳିତ ରଥଯାତ୍ରା ପାଇଁ ପରିଚାଳନା କମିଟି ପକ୍ଷରୁ ଜାରି ରଥ ବ୍ୟବସ୍ଥା ବଳି କାର୍ଯ୍ୟ କରୁଛି କି ନାହିଁ, ରଥ ଶୋଧ ସଫଳ ହେବାର ଦାୟିତ୍ବ ସଂପୃକ୍ତ ରଥର ଶୋଧ ଦଳ, ଦଇତାପତି ନିଯୋଗ ସଭାପତି, ସଂପାଦକ ଓ ୪ ବାଡ଼ଗ୍ରାହୀଙ୍କର। ହେଲେ ରଥରେ ଏତେ ସଂଖ୍ୟକ ସେବକ ଚଢ଼ିବାରୁ ରଥଟଣାରେ ବିଭ୍ରାଟ ହେଉଥିଲା ବେଳେ ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷ କରୁଥିଲେ କଣ ? ହେଲେ ବଡ଼ କଥା ହେଉଛି କାଲିର ଘଟଣାକୁ ଦଇତାପତି ନିଯୋଗ ସଂପାଦକ ସାଧାରଣ କଥା ବୋଲି କହିଥିଲା ବେଳେ ପୋଲିସ ଡିଜି କହିଛନ୍ତି କାଲି ଜଣେ ଭକ୍ତଙ୍କ ମୃତ୍ୟ ସହିତ ଦଳାଚକଟାର କୌଣସି ସଂପର୍କ ନାହିଁ, ଏତେ ଭିଡ଼ରେ ସଫୋକେସନରୁ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

Advertisment

ତେବେ କାଲିର ଘଟଣା ପରେ ଆଜି ପୋଲିସ ପ୍ରଶାସନ ପକ୍ଷରୁ ରଥ କର୍ଡନକୁ ସୁବ୍ୟବସ୍ଥିତ କରାଯାଇଥିଲା। ଏପରିକି ଘଟଣାର ପୂନରାବୃତ୍ତିକୁ ରୋକିବାକୁ ଭକ୍ତମାନଙ୍କୁ ରଥ ଦଉଡ଼ି ଛୁଇଁବାକୁ ଦିଆଯାଉ ନଥିଲା।

Ratha Yatra Ratha Jatra Puri Ratha Yatra Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ