Advertisment

Lord Jagannath enters anasara: ମହାପ୍ରଭୁଙ୍କୁ ଜ୍ବର, ଅଣସରରେ ଗୁପ୍ତ ଉପଚାର କରିବେ ଦଇତାପତି

୧୦୮ ଗରା ସୁବାସିତ ଜଳରେ ଦେବସ୍ନାନ କରିବା ପରେ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସରରେ ଅଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ଦୀର୍ଘ ୧୫ ଦିନ ଧରି ଅଣସର ଘରେ ରହିବେ ଓ ଦଇତାପତି ସେବକମାନେ ଗୁପ୍ତ ଉପଚାର କରିବେ।

ଅଦ୍ୟତନ ହୋଇଛି
Lord Jagannath Enters Anasara

Lord Jagannath Enters Anasara

Advertisment

ଅଣସରରେ ମହାପ୍ରଭୁ। ସ୍ନାନ ପରେ ମହାପ୍ରଭୁଙ୍କୁ ଜ୍ବରରେ ପୀଡିତ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ବରରେ ପୀଡିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠୁ ଚାଲିବ ମହାପ୍ରଭୁଙ୍କ ଅଣସର ନୀତି। ଜ୍ବରରେ ପୀଡ଼ିତ ହୋଇ ଦୀର୍ଘ ୧୫ ଦିନ ଧରି ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି। ଦଇତାପତିମାନେ ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଗୁପ୍ତ ଉପଚାର କରିବେ। ମହାପ୍ରଭୁଙ୍କ ସେବା ଶୁଶ୍ରୂଷାରେ ଲାଗି ପଡିବେ ଦଇତାପତି ସେବକ।

Advertisment

ଅଧିକ ପଢ଼ନ୍ତୁ: ସ୍ନାନବେଦିରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ

ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ଆଜିଠୁ ପଟିଦିଅଁ ପୂଜା ପାଇବେ। ଆଜିଠାରୁ ମହାପ୍ରଭୁଙ୍କ ଆଉ ଦର୍ଶନ ମିଳିବ ନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ମା’ ଭୁବନେଶ୍ୱରୀ ପୂଜା ପାଇବେ। ସେହିପରି ଶ୍ରୀବିଗ୍ରହଙ୍କ ସ୍ଥାନରେ ପୂଜା ପାଇବେ ପଟିଦିଅଁ।

Advertisment

ଗତକାଲି ଭାଇ ଓ ଭଉଣୀଙ୍କ ସହ ସ୍ନାନବେଦୀକୁ ଆସି ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ବିଶ୍ବନିୟନ୍ତା କାଳିଆ ଠାକୁର। ଅନୁକୂଳ ପାଗ ପାଇଁ ଜନସମୁଦ୍ର ହୋଇପଡିଥିଲା ଶ୍ରୀକ୍ଷେତ୍ର ପୁରୀ। ଦେବସ୍ନାନ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ଠାକୁରଙ୍କ ନୀତି ଆରମ୍ଭରୁ ଭୋର ସମୟରୁ ଭିଡ ଆରମ୍ଭ ହୋଇ ଯାଇଥିଲା। ବଡ ଭାଇ ଶ୍ରୀ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ବାଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିଲେ। ଦିବ୍ୟ ସ୍ନାନ ଶେଷ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କାର୍ଯ୍ୟ ସମ୍ପାଦନା କରିଥିଲେ। ଅଣସରରେ ଥିବା ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।

ଅଧିକ ପଢ଼ନ୍ତୁ: ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ କୃତ୍ୟକୃତ୍ୟ ଭକ୍ତ, ଚକା ଆଖିରେ ଆଖି ମିଶାଇ ଗଦଗଦ ମୁଖ୍ୟମନ୍ତ୍ରୀ

Advertisment

Anasara Rituals Deba Snana Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: