Advertisment

ରଥଯାତ୍ରା ପାଇଁ ଓଡ଼ିଶା ଆସିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ

ଗତବର୍ଷ ରଥଯାତ୍ରାରେ ମଧ୍ୟ ଶ୍ରୀକ୍ଷେତ୍ର ଆସି ବଡ଼ଦାଣ୍ଡରେ ଦିଅଁଙ୍କ ଆଶୀର୍ବାଦ ନେଇଥିଲେ।

ଅଦ୍ୟତନ ହୋଇଛି
Rambhadracharya

Rambhadracharya

Advertisment

ଓଡ଼ିଶା ଆସିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ସେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତା ରଥଯାତ୍ରାବେଳେ ସେ ୯ ଦିନ ଧରି ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ ରଥଯାତ୍ରାରେ ମଧ୍ୟ ଶ୍ରୀକ୍ଷେତ୍ର ଆସି ବଡ଼ଦାଣ୍ଡରେ ଦିଅଁଙ୍କ ଆଶୀର୍ବାଦ ନେଇଥିଲେ।

Advertisment

ଅନ୍ୟପଟେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରଥଯାତ୍ରା ଦେଖିବାକୁ ଓଡ଼ିଶା ଆସୁଛନ୍ତି । ସେ ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିବେ। ବିମାନ ବନ୍ଦରରୁ ସିଧାସଳଖ ଯିବେ ଜୟଦେବ ଭବନ। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜଭବନରେ ରାତ୍ରି ଯାପନ କରିବେ । ଆସନ୍ତାକାଲି ସକାଳୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପୁରୀ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ପୁରୀ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗସ୍ତ ସମୟରେ ରୁଟକୁ ନୋ ଫ୍ଲାଇଙ୍ଗ ଜୋନ କରାଯିବ। ତାଙ୍କ ଗସ୍ତ ରାସ୍ତାକୁ ସିଲ୍ କରାଯିବ। ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସର ଟିମ୍ ସୁରକ୍ଷା ଦେବେ। ରୁଫ ଟପ୍ ସାର୍ପ ସୁଟର ସ୍ନାଇପର ସଜାଗ ରହିବେ।

Advertisment

ସେପଟେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ପୁରୀରେ ପହଞ୍ଚିଛନ୍ତି । ୪ ମାସ ହେବ ବାହାରେ ଥିବା ବେଳେ ଆସନ୍ତାକାଲି ରଥଯାତ୍ରା ଥିବାରୁ ପୁରୀକୁ ଫେରିଛନ୍ତି ଶଙ୍କରାଚାର୍ଯ୍ୟ। ତେବେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ଦେଇଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅନୁଯାୟୀ, ମନ୍ଦିର ସଂପର୍କରେ ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କରିବା ଉଚିତ । ମାତ୍ର ରତ୍ନଭଣ୍ଡାର ଖୋଲିବା ନେଇ ତାଙ୍କ ସହ କୌଣସି ପରାମର୍ଶ ନିଆଯାଇନାହିଁ କି ତାଙ୍କ ଉପସ୍ଥିତିରେ କୌଣସି ବୈଠକ କରାଯାଇନାହିଁ।

Lord Jagannath Sri Mandir Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ