Advertisment

କେମିତି ତିଆରି ହୁଏ ରଥ ଦଉଡ଼ି, ଏହାର ଲମ୍ବ ଓ ମୋଟେଇ କେତେ..?

ରଥ ପାଇଁ ଚଳିତ ବର୍ଷ ୧୪ଟି ରଥ ଟଣା ଦଉଡ଼ି ଏବଂ କଡ଼ନ ପାଇଁ ୧୨ ଗୋଟି କତା ଦଉଡ଼ି ଯୋଗାଇବା ପାଇଁ ସ୍ଥିରୀକୃତ ହୋଇଛି । ଏହା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଉଥିବା ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ଦଉଡ଼ି ଏଠାରୁ ପଠାଯାଏ।

ଅଦ୍ୟତନ ହୋଇଛି
How Ropes are Made for Rath Yatra Chariots

Chariot Rope

Advertisment

ଆଉ ଦିନ କେଇଟା ପରେ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା । ମହାପ୍ରଭୁଙ୍କ ଏହି ପବିତ୍ର ପର୍ବ ପାଇଁ ପ୍ରତ୍ୟେକ କାର୍ଯ୍ୟ ଏବେ ଜୋରଦାର ଆରମ୍ଭ ହେବାରେ ଲାଗିଛି । ଏହି କାର୍ଯ୍ୟ ପାଇଁ ସସସ୍ତେ ଲାଗି ପଡ଼ିଛନ୍ତି ନିଜ ନିଜ କାମରେ । ସେବା ମନୋବୃତି ନେଇ ସମସ୍ତେ ଲାଗି ପଡ଼ିଛନ୍ତି କାମରେ । 

Advertisment

ରଥରେ ମହାପ୍ରଭୁଙ୍କୁ ନିଜ ଚର୍ମ ଚକ୍ଷୁରେ ଦେଖି ସାନିଧ୍ୟ ଲାଭ କରିବା ପାଇଁ ବଡ଼ ଦାଣ୍ଡରେ ରୁଣ୍ଡ ହେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । କୋଟି ହୃଦୟର ମଉଡ଼ମଣୀଙ୍କୁ ଦେଖିବା ପାଇଁ କିଏ ବା ନ ଚାହିଁବ । ଆଉ ଶରଧାବାଲିରେ ରଥ ଦଉଡ଼ିକୁ ହାତର ସ୍ପର୍ଶ ନଦେଇ କିଏ ବା ରହି ପାରିବ । ତେବେ ଏହି ରଥ ଦଉଡ଼ି ବହୁ ବର୍ଷ ଧରି ଆସୁଥିଲା କେରଳରୁ।

ପଢନ୍ତୁ ଏହି ଖବର: Ratha Jatra 2024: କାହିଁକି ହୁଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ ? ଜାଣନ୍ତୁ ରଥଯାତ୍ରାର ବିଧି ସମ୍ପର୍କିତ କିଛି ତଥ୍ୟ...

Advertisment

ହେଲେ ଦୀର୍ଘ ଦଶ ବର୍ଷ ହେବ ପୁରୀ ଜିଲ୍ଲା ବୀରପ୍ରତାପପୁର ଗ୍ରାମରେ ଥିବା ଓଡ଼ିଶା କତା ପ୍ରଶୋଧନ ପ୍ରକଳ୍ପ ଯୋଗେଇ ଆସୁଛି ମହାପ୍ରଭୁଙ୍କ ପାଇଁ ଏହି ସେବା । ଚଳିତ ବର୍ଷ ୨୬ ଗୋଟି ରଥ ଦଉଡ଼ି ଯୋଗାଇ ଦିଆଯାଇଥିବାବେଳେ ଗୋଟିଏ ରଥ ଦଉଡ଼ିର ଲମ୍ବ ୨୨୦ ଫୁଟ ଓ ଗୋଲେଇ ୮ ଇଂଚ ହୋଇଥିବାବେଳେ ଏହାକୁ ତିଆରି କରିବା ପାଇଁ ୧୧୫ କିଗ୍ରା କତା ରଶି, ମୋବିଲ ୩୦ ଲିଟର ଏବଂ କିରୋସିନି ୧୫ ଲିଟର ଦରକାର ହେଉଛି। ଏହି କାମ ସାରିବା ପାଇଁ ୧୫ ଜଣ ଶ୍ରମିକଙ୍କୁ ଦୁଇ ଦିନ ସମୟ ଲାଗିଥାଏ ।

ରଥ ପାଇଁ ଚଳିତ ବର୍ଷ ୧୪ଟି ରଥ ଟଣା ଦଉଡ଼ି ଏବଂ କଡ଼ନ ପାଇଁ ୧୨ ଗୋଟି କତା ଦଉଡ଼ି ଯୋଗାଇବା ପାଇଁ ସ୍ଥିରୀକୃତ ହୋଇଛି । ଏହା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଉଥିବା ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ଦଉଡ଼ି ଏଠାରୁ ପଠାଯାଇଥାଏ।

Advertisment

ମହାପ୍ରଭୁଙ୍କ ଏହି ସେବାରେ ପୁରୁଷ ଓ ମହିଳାମାନେ ଦିନରାତି ଲାଗିଥାଆନ୍ତି । ସ୍ଥାନୀୟ ଅଂଚଳର ସେବାୟତମାନେ ଦୀର୍ଘ ଏକ ମାସ ଧରି ଶୁଦ୍ଧ ପୂତ ଭାବରେ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। ଏହି କାର୍ଯ୍ୟ ଆରମ୍ଭ କରବା ସମୟରେ ସେବକମାନେ ନୂଆବସ୍ତ୍ର ପରିଧାନ କରି ଅରୁଆ ଖାଦ୍ୟ ଗ୍ରହଣ କରିଥାଆନ୍ତି। ବର୍ଷ ସାରା ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥିବା ଏହି ସେବାୟତମାନେ ମହାପ୍ରଭୁଙ୍କ ପାଇଁ ଦିନ ରାତି ଏକ କରି ଦେଇଥାନ୍ତି । ଏଭଳି ଏକ ମହାର୍ଘ୍ୟ ସେବା କିଏ ବା ହାତ ଛଡ଼ା କରିବା ପାଇଁ ଚାହିଁବ । ତେଣୁ କୋଟି ହୃଦୟର ମଉଡ଼ମଣୀଙ୍କ ନିମନ୍ତେ ଏପରି ଏକ ସେବା ଯୋଗାଇ ପାରିଥିବାରୁ ନିଜକୁ ବେଶ ଭାଗ୍ୟବାନ୍ ମନେ କରୁଛନ୍ତି ଏହି ସେବାୟତମାନେ।

ପଢନ୍ତୁ ଏହି ଖବର: Ratha Jatra 2024: ନନ୍ଦିଘୋଷ ରଥର କେତେକ ଜାଣିବା କଥା; କେତେ ଚକ, ଏହାର ନାଁ କ’ଣ…

    ନଡ଼ିଆ କତାରେ ତିଆରି ହୋଇଥିବା ଏହି କତା ଦଉଡ଼ି ଶ୍ରୀକ୍ଷେତ୍ର ଯିବ ଆଉ କୋଟି ହୃଦୟର ମଉଡ଼ମଣୀଙ୍କୁ ତିନି ରଥରେ ବସାଇ ଶରଧା ବାଲିରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିବ । ରଥ ଦଉଡ଼ିର ସ୍ପର୍ଶ ପାଇଁ କୋଟି ଜନ୍ମର ପୂଣ୍ଣ୍ୟ ଲାଭ କରିବେ ଲକ୍ଷ ଲକ୍ଷ ଭକ୍ତଗଣ ।

    (ବୀରପ୍ରତାପପୁରରୁ ଦ୍ଵିତୀକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ) 

    Lord Jagannath Puri Srimandir Puri Temple Ratha Jatra Ratha Yatra
    ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
    Here are a few more articles:
    ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ