Advertisment

କାହିଁକି ଗତକାଲି ଶରଧାବାଲିରେ ଲାଗିଲାନି ତିନିରଥ ?

ସଂଧ୍ୟା ପରେ, ରାତି ୮ଟା ପରଯାଏଁ ରଥ ଟଣା ଯିବା ପରେ ବି ବଳଭଦ୍ରଙ୍କ ତାଳଧ୍ବଜକୁ ଛାଡ଼ି କାହିଁକି ଗୁଣ୍ଡିଚା ମନ୍ଦିର ପହଞ୍ଚି ପାରିଲାନି ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ? କେଉଁଠି ରହିଲା ସମସ୍ୟା ?

Failure of chariots to reach Gundicha temple same day raises several questions

Failure of chariots to reach Gundicha temple same day raises several questions

Advertisment

କାହିଁକି ନିର୍ଦ୍ଧାରିତ ସମୟରେ ଶରଧାବାଲିରେ ଲାଗି ପାରିଲାନି ତିନିରଥ। ସଅଳ ପହଣ୍ଡି ନୀତି ସତ୍ତ୍ୱେ ବହୁ ବର୍ଷର ବ୍ୟବଧାନରେ କାହିଁକି ଦ୍ୱିତୀୟ ଦିନକୁ ବାକି ରହିଲା ରଥ ଟଣା। ତେବେ ରଥ ଉପରେ ଅଧିକ ସଂଖ୍ୟକ ସେବାୟତ ବସିବାରୁ ଓ ରଥ ବାରମ୍ବାର ମୋଡ଼ ନେବାରୁ ଏଭଳି ବିଭ୍ରାଟ ନେଇ ଚର୍ଚ୍ଚା ହେଉଥିଲା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିନ୍ତୁ ବିଳମ୍ବ ପାଇଁ ସାଲବେଗ ଓ ବନ୍ଧୁ ମହାନ୍ତିଙ୍କ ଥିଓରୀ ବାଢ଼ିଛନ୍ତି।

Advertisment

ଧାର୍ଯ୍ୟ ସମୟର ୫୦ ମିନିଟ୍ ପୂର୍ବରୁ ପହଣ୍ଡି ହୋଇ ତିନି ଠାକୁର ରଥାରୁଢ଼ ହେବା ପରେ କାଲି ଥିଲା ମୁଖ୍ୟ ଶାସନ ସଚିବଙ୍କ ଆଶା। ଅବଶ୍ୟ ୨ଟା ସୁଦ୍ଧା ରଥ ଟଣା ଆରମ୍ଭ ହୋଇ ନପାରି ବି ନିର୍ଦ୍ଧାରିତ ସମୟର ପାଖାପାଖି ଘଣ୍ଟାଏ ପୂର୍ବରୁ ୩ଟା୫ରେ ରଥ ଟଣା ଆରମ୍ଭ ହେଲା। ହେଲେ ତା ସତ୍ତ୍ୱେ କାହିଁକି ନିର୍ଦ୍ଧାରିତ ସମୟ ଭିତରେ ଶରଧାବାଲିରେ ଲାଗି ପାରିଲେନି ତିନି ରଥ ?

ସଂଧ୍ୟା ପରେ, ରାତି ୮ଟା ପରଯାଏଁ ରଥ ଟଣା ଯିବା ପରେ ବି ବଳଭଦ୍ରଙ୍କ ତାଳଧ୍ବଜକୁ ଛାଡ଼ି କାହିଁକି ଗୁଣ୍ଡିଚା ମନ୍ଦିର ପହଞ୍ଚି ପାରିଲାନି ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ? କେଉଁଠି ରହିଲା ସମସ୍ୟା ? ପରିଚାଳନାଗତ ତ୍ରୁଟି, ନା ପ୍ରାଶାସନିକ ସମନ୍ୱୟର ଅଭାବ ? କୁହାଯାଉଛି ରଥ ଟଣା ସମୟରେ କାଲି କେତେବେଳେ ବାମ ତ କେତେବେଳେ ଡାହାଣ ଏମିତି ବାରମ୍ବାର ମୋଡ଼ ନେଉଥିଲା ତାଳଧ୍ବଜ ରଥ।

Advertisment

ପ୍ରଥମେ ଉତ୍କଳ ହିନ୍ଦ ବିଦ୍ୟାପୀଠ ପାଖରେ ତାଳଧ୍ବଜ ରଥ ଡାହାଣ ମୋଡ଼ ନେଇଥିଲା। ଯାହାଫଳରେ ସେଠି ଠେଲାପେଲା ପରିସ୍ଥିତି ସୃଷ୍ଟି ହେବାରୁ ୧୪ରୁ ଅଧିକ ଭକ୍ତ ଆହତ ହୋଇଥିଲେ।  କେବଳ ସେତିକି ନୁହେଁ, ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିର ପହଞ୍ଚିବା ଭିତରେ ମରିଚିକୋଟଠୁ ନେଇ ମାର୍କେଟ୍ ଛକ, ମାଉସୀମା ଛକ ଭଳି ଏମିତି ୧୦ଟି ସ୍ଥାନରେ ରଥ ମୋଡ଼ ନେବାରୁ ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ବି ବିଭିନ୍ନ ସ୍ଥାନରେ ଅଟକି ବାକୁ ପଡ଼ିଲା।

ତେଣୁ ଏଠି ପ୍ରଶ୍ନ କଣ ପାଇଁ ଏଭଳି ସ୍ଥିତି ଉପୁଜିଲା ? ରଥ ଟାଣିବାରେ କେଉଁଠି ସମସ୍ୟା ହେଲା ? କୁହାଯାଉଛି, ରଥ ଉପରେ ବହୁ ସଂଖ୍ୟାରେ ସେବାୟତ ଏବଂ କର୍ଡନରେ ଅଧିକ ସଂଖ୍ୟାରେ ବିନା ପାସଧାରୀଙ୍କ ପାଇଁ ହିଁ ଏଭଳି ବିଭ୍ରାଟ ହୋଇଥିଲା। ଯାହାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ମଧ୍ୟ ସ୍ବୀକାର କରିଛନ୍ତି। ଏପରିକି ରଥ ଉପରେ ଏତେମାତ୍ରାରେ ସେବାୟତଙ୍କ ପାଇଁ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ବିରକ୍ତି ପ୍ରକାଶ ବି କରିଛନ୍ତି।

Advertisment

ଏଥିସହ ସମନ୍ୱୟ ଅଭାବକୁ ମଧ୍ୟ ସବୁଠୁ ବଡ଼ କାରଣ ବୋଲି କୁହାଯାଉଛି। ହେଲେ ରଥ କର୍ଡନରେ ଅଧିକ ଲୋକ ରହିବା ଅଭିଯୋଗର ତର୍ଜମା ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ ବି ରଥରେ ଅଧିକ ସେବାୟତ ଥିବା ଅଭିଯୋଗକୁ ଏଡ଼ାଇ ଯାଇଛନ୍ତି। ଏପରିକି ରଥ କାଲି ଶରଧାବାଲିରେ ନପହଞ୍ଚିବା ପ୍ରସଙ୍ଗରେ ସାଲବେଗ ଓ ବନ୍ଧୁ ମହାନ୍ତିଙ୍କ ଥିଓରୀ ଦେଇଛନ୍ତି ମୁଖ୍ୟ ପ୍ରଶାସକ।

ତେବେ ଏ ବିଳମ୍ବ ବିଭ୍ରାଟ ଆଜି ପର୍ଯ୍ୟନ୍ତ ବି ଜାରି ରହିଛି। ଦ୍ବିତୀୟ ଦିନରେ ରଥଟଣା ଶେଷ ପରେ ଠାକୁରଙ୍କ ଅବକାଶ ନୀତି ପରେ ଗୋପାଳ ବଲ୍ଲଭ ନୀତିରେ ବିଳମ୍ବ ପାଇଁ ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଭୋକରେ ରହିବାକୁ ପଡ଼ିଛି।

Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ