• Astrospeak
  • Live TV
  • Read In English

Ahmedabad Rathyatra: ରଥଯାତ୍ରାରେ ଭୟଙ୍କର ଦଳାଚକଟା: ଡିଜେ ସାଉଣ୍ଡ ଶୁଣି ବେକାବୁ ୩ ହାତୀ, ଦୌଡ଼ିଲେ ଲୋକେ

ରଥଯାତ୍ରାରେ ସମୟରେ ଅଘଟଣ । ଡିଜେ ସାଉଣ୍ଡ ଶୁଣି ବେକାବୁ ହେଲେ ୩ ହାତୀ । ହାତୀ ମାଡ଼ିଯିବାରୁ ଭୟରେ ଏଣେତେଣେ ଦୌଡ଼ିଲେ ଲୋକେ । ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

Ahmedabad Stampede
ରଥାଯାତ୍ରାରେ ଦଳାଚକଟା

ଆଜି ହେଉଛି ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ଓଡ଼ିଶାର ପୁରୀରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଦେଶ ବିଦେଶର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମଧ୍ୟ ଆୟୋଜନ ହୋଇଛି ଏହି ବଡ଼ ପର୍ବ । ଏହି ପରିପ୍ରେକ୍ଷୀରେ ଗୁଜରାଟର ଅହମ୍ମଦାବାଦରେ ୧୪୮ତମ ରଥଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି । ତେବେ ଅହମ୍ମଦାବାଦ ରଥଯାତ୍ରାବେଳେ ବଡ଼ ଅଘଟଣ ଘଟିଛି । ହାତୀ ମାଡ଼ିଯିବାରୁ ଦଳାଚକଟା ସ୍ଥିତି ଉପୁଜିଥିବାବେଳେ ଅନେକ ଭକ୍ତ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । 

ସୂଚନା ଅନୁସାରେ, ଅହମ୍ମଦାବାଦର ଜମାଲପୁର ମନ୍ଦିରରୁ ରଥ ବାହାରିଥିଲା । ଏଥିପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଆଉ ରଥଯାତ୍ରା ପାଇଁ ୫ରୁ ଅଧିକ ହାତୀଙ୍କୁ ସୁସଜ୍ଜିତ କରାଯାଇ ଅଣାଯାଇଥିଲା । ହେଲେ ପ୍ରୋସେସନ୍‌ ସମୟରେ ଡିଜେ ଶବ୍ଦ ଶୁଣି ୩ଟି ହାତୀ ବେକାବୁ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ରାସ୍ତା ଉପରେ ସେମାନେ ହଠାତ୍ ଦୌଡ଼ିବା ଦେଖି ଉପସ୍ଥିତ ଥିବା ଭକ୍ତମାନେ ଭୟଭୀତ ହୋଇ ପ୍ରାଣ ବିକଳରେ ଦୌଡ଼ିଲେ । ଫଳରେ ଦଳାଚକଟା ସ୍ଥିତି ଉପୁଜିଥିଲା । ଯେଉଁଥିରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ବହୁ ଜୋରରେ ବାଜୁଥିବା ଡିଜେ ଶବ୍ଦ ଶୁଣି ହାତୀ ଭୟଭୀତ ହୋଇ ଦୌଡ଼ିଥିଲେ ବୋଲି ଜଣାପଡ଼ିଛି । ଯାହାକି ଦଳାଚକଟାର କାରଣ ପାଲଟିଛି ।

ଅଧିକ ପଢନ୍ତୁ: ଆରମ୍ଭ ହେଲା ମହାପ୍ରଭୁଙ୍କ ପହଣ୍ଡି, ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ