Advertisment

Ratha Accident: ରଥଯାତ୍ରାରେ ଅଘଟଣ, ଡିଜେ ତଳେ ଚାପି ହୋଇ ଚାଲିଗଲା ବାପଛେଉଣ୍ଡ ପୁଅର ଜୀବନ

ଭଦ୍ରକ ଜିଲ୍ଲାରେ ଡିଜେ ନିଷେଧ ଥିବାବେଳେ ପ୍ରତ୍ୟେକ ପର୍ବପର୍ବାଣିରେ ପଶ୍ଚିମ ବଙ୍ଗରୁ ଡିଜେ ଆସି ଏଠାରେ କାର୍ଯ୍ୟକ୍ରମ କରେ । ବାରମ୍ବାର ପଶ୍ଚିମ ବଙ୍ଗ ଡିଜେ ଆସି କେଉଁଠି ଇଲେକ୍ଟ୍ରି ତାର ଲାଗି ଲୋକ ମୃତ୍ୟୁ ବରଣ କରିଛନ୍ତି ତ କେଉଁଠି ଡିଜେ ଓଲଟି ଅକାଳରେ ମୃତ୍ୟୁ ଘଟୁଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଆଉ କେତେ ଜୀବନ ଗଲେ ପ୍ରଶାସନର ଚେତା ପଶିବ ?

ଅଦ୍ୟତନ ହୋଇଛି
ରଥଯାତ୍ରାରେ ଅଘଟଣ

ରଥଯାତ୍ରାରେ ଅଘଟଣ

Advertisment

ଶୁକ୍ରବାର ରାତିରେ ରଥଟଣା ଶୋଭାଯାତ୍ରା ବେଳେ ଡିଜେ ଗାଡ଼ି ଓଲଟି ଜଣେ ବାଳକର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତସ୍ଥିତ ଅନହରପୁର ଠାରେ ଘଟିଥିବା ଜଣାପଡିଛି। ମୃତ ବାଳକ ହେଉଛନ୍ତି ଅନହରପୁର ଗ୍ରାମର କିଶୋର ଚନ୍ଦ୍ର ରାଉତଙ୍କ ୧୪ ବର୍ଷୀୟ ପୁଅ ସୌମ୍ୟ ରଂଜନ ରାଉତ ବୋଲି ଜଣାପଡିଛି।

Advertisment

ଗତକାଲି ରାତିରେ ଅନହରପୁର ଠାରେ ରଥଯାତ୍ରା ପାଇଁ ଶୋଭାଯାତ୍ରା ଚାଲିଥିଲା। ଏଥିରେ ଡିଜେ ସାମିଲ ହୋଇଥିଲା। ରାସ୍ତାରେ ଖାଲ ଥିବା ବେଳେ ସେହି ସ୍ଥାନରେ ଡିଜେ ବୁଲିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ନିକଟରେ ଛିଡ଼ା ହୋଇଥିବା ସ୍ଥାନୀୟ ଅଞ୍ଚଳର କିଶୋର ରାଉତଙ୍କ ପୁଅ ସୌମ୍ୟ ରଂଜନଙ୍କ ଉପରେ ଡିଜେ ଓଲଟି ପଡିଥିଲା ବେଳେ ସେ ତଳେ ରହିଯାଇଥିଲେ ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଡିଜେ ତଳେ ଆଉ କିଏ ଚାପି ହୋଇ ରହିଛନ୍ତି କି ନାହିଁ ତାହା ଜଣାପଡି ନାହିଁ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଧାମନଗର ଥାନା ଅଧିକାରୀ ଗୋପାଳକୃଷ୍ଣ ଜେନାଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହି ଅଘଟଣ ପରେ ଅନହରପୁର ଅଞ୍ଚଳରେ କାନ୍ଦ ବୋବାଳିରେ ପରିବେଶ ଫାଟି ପଡିଛି।

Advertisment

ଭଦ୍ରକ ଜିଲ୍ଲାରେ ଡିଜେ ନିଷେଧ ଥିବାବେଳେ ପ୍ରତ୍ୟେକ ପର୍ବପର୍ବାଣିରେ ପଶ୍ଚିମ ବଙ୍ଗରୁ ଡିଜେ ଆସି ଏଠାରେ କାର୍ଯ୍ୟକ୍ରମ କରେ । ବାରମ୍ବାର ପଶ୍ଚିମ ବଙ୍ଗ ଡିଜେ ଆସି କେଉଁଠି ଇଲେକ୍ଟ୍ରି ତାର ଲାଗି ଲୋକ ମୃତ୍ୟୁ ବରଣ କରିଛନ୍ତି ତ କେଉଁଠି ଡିଜେ ଓଲଟି ଅକାଳରେ ମୃତ୍ୟୁ ଘଟୁଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଆଉ କେତେ ଜୀବନ ଗଲେ ପ୍ରଶାସନର ଚେତା ପଶିବ ?

(ରିପୋର୍ଟ- ବିବେକାନନ୍ଦ ସାମଲ, ଧାମନଗର)

Minor Boy Death DJ Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ