Advertisment

Adapa Abadha: ଆଜିଠୁ ଆଡ଼ପ ଅବଢା ପାଇବେ ଶ୍ରଦ୍ଧାଳୁ, ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ତାଲିଛି ମହାପ୍ରଭୁଙ୍କ ଆଡ଼ପ ଦର୍ଶନ । ଏତେ ବଡ଼ ଅଘଟଣ ପରେ ଏବେ ଅଧିକ ସଜାଗ ପୋଲିସ ପ୍ରଶାସନ । ଦୁଇଟି ଧାଡ଼ିରେ ବ୍ୟାରିକେଡରେ ଆସି ଦର୍ଶନ କରୁଛନ୍ତି ଭକ୍ତ । ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢା । ସେପଟେ ବନକଲାଗି ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ ।

ଅଦ୍ୟତନ ହୋଇଛି
Adap Abadha

Adap Abadha

Advertisment

ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସକାଳୁ ସକାଳୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଆଡ଼ପ ଦର୍ଶନ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ଦୁଇଟି ଧାଡ଼ିରେ ବ୍ୟାରିକେଡରେ ଯାଇ ଆଡ଼ପ ଦର୍ଶନ କରି କୃତାର୍ଥ ହେଉଛନ୍ତି । ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢା ।

Advertisment

ସୁରୁଖୁରୁରେ ଶ୍ରଦ୍ଧାଳୁଙ୍କୁ ଆଡ଼ପ ଅବଢା ବଣ୍ଟନ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ସେପଟେ ଆଜି ବନକଲାଗି ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ । ରାତି ୯ରୁ ରାତି ୨ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ସୂଚନାଯୋଗ୍ୟ, ଗତକାଲି ପୁରୀ ଶରଧାବାଲିରେ ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଭୋରରେ ହୋଇଥିଲା ଠେଲାପେଲା ସ୍ଥିତି । ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଭୋର୍ ୪ଟାରେ ଅଘଟଣ ଘଟିଥିଲା । ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଥିବାବେଳେ ଠେଲାପେଲା ହୋଇଥିଲା । ଯାହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।

Advertisment

ଅଧିକ ପଢନ୍ତୁ: ଅରବିନ୍ଦ ଅଗ୍ରୱାଲଙ୍କୁ ରଥ ପରିଚାଳନା ଦାୟିତ୍ବ ଦେଲେ ସରକାର

Gundicha Temple Adapa Mandapa Adapa Abhada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ