Advertisment

Rath Yatra Stampede: ରଥଯାତ୍ରାରେ ଦଳାଚକଟା, ଚାପି ହୋଇ ଚେତା ହରାଇଲେ ଶ୍ରଦ୍ଧାଳୁ

ପୁରୀରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପ୍ରବଳ ଠେଲାପେଲା । ବ୍ୟାରିକେଡ୍‌ ଭାଙ୍ଗି ପଶିବାକୁ ଚେଷ୍ଟା କଲେ ଲୋକେ । ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ । ଆହତ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରି ଚିକିତ୍ସା କଲେ ରେସ୍କ୍ୟୁ ଟିମ୍ ।

ଅଦ୍ୟତନ ହୋଇଛି
Rath Yatra Stampede

Rath Yatra Stampede

Advertisment

ରଥଯାତ୍ରାରେ ଦଳାଚକଟା । ମହାପ୍ରଭୁଙ୍କ ଦର୍ଶନ ଲାଗି ଠେଲାପେଲା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଦଳାଚକଟା ପରିସ୍ଥିତି ଉପୁଜିଛି ।  ବ୍ୟାରିକେଡ୍‌ ଭାଙ୍ଗିବାକୁ ଚେଷ୍ଟା କଲେ ଲୋକେ। ଦଳାଚକଟାରେ ଚାପି ହୋଇ ଚେତା ହରାଇଲେ ଶ୍ରଦ୍ଧାଳୁ । ଅଚେତ୍ ହୋଇଥିବା ଭକ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ଯୋଗାଇଛନ୍ତି ରେସ୍କ୍ୟୁ ଟିମ୍ । ସେପଟେ ବ୍ୟାରିକେଡ୍ ଭାଙ୍ଗି ଲୋକେ ଧସ୍ତାଧସ୍ତି କରିଥିବାବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ ହୋଇଛି । ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଛନ୍ତି କାଳିଆ ସାଆନ୍ତେ । ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର ସମେତ ପୁରୀ ସହର । ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।  ଭକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । 

Advertisment

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । କେବଳ ପୁରୀ ନୁହେଁ, ରାଜ୍ୟ ବାହାରେ ମଧ୍ୟ ବହୁ ଆଡମ୍ବର ସହକାରେ ପାଳନ ହେଉଛି ରଥଯାତ୍ରା । ଏହାରି ମଧ୍ୟରେ ଗୁଜରାଟର ଅହମ୍ମଦାବାଦରେ ୧୪୮ତମ ରଥଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି । ତେବେ ଅହମ୍ମଦାବାଦ ରଥଯାତ୍ରାବେଳେ ବଡ଼ ଅଘଟଣ ଘଟିଛି । ହାତୀ ମାଡ଼ିଯିବାରୁ ଦଳାଚକଟା ସ୍ଥିତି ଉପୁଜିଥିବାବେଳେ ଅନେକ ଭକ୍ତ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । 

ଅଧିକ ପଢନ୍ତୁ: ରଥଯାତ୍ରାରେ ଭୟଙ୍କର ଦଳାଚକଟା: ଡିଜେ ସାଉଣ୍ଡ ଶୁଣି ବେକାବୁ ୩ ହାତୀ, ଦୌଡ଼ିଲେ ଲୋକେ

Advertisment
Puri Rath Yatra Stampede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ