Advertisment

ତିନି ରଥରେ ଭାଙ୍ଗିଲା ଅଧର ହାଣ୍ଡି, ସରି ସରି ଆସୁଛି ମହାପ୍ରଭୁଙ୍କୁ ଲୀଳାଖେଳା

ତିନି ଠାକୁରଙ୍କ ଅଧର ବ ଓଠ ଉଚ୍ଚର ଏବଂ କୁମ୍ବ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା । ପରମ୍ପରା ଅନୁସାରେ କ୍ଷୀର, ସର, ଛେନା, କଦଳୀ ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ଏହି ଦିବ୍ୟ ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା।

ଅଦ୍ୟତନ ହୋଇଛି
Adharapana

Adharapana

Advertisment

ସରି ସରି ଆସୁଛି ମହାପ୍ରଭୁଙ୍କୁ ଲୀଳାଖେଳା। ଆଜି ତିନି ରଥରେ ସଂପନ୍ନ ହେଲା ଅଧର ପଣା ନୀତି। ରଥରେ ଥିବା ପାର୍ଶ୍ବ ଦେବାଦେବୀ ଓ ଚଣ୍ଡି ଚାମଣ୍ଡାଙ୍କୁ ଅର୍ପଣ କରାଯାଇଥିଲା ଅଧରପଣା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥରେ, ପରେ ବଳଭଦ୍ର ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ମୋଟ୍ ୯ଟି ଅଧର ହାଣ୍ଡି ଭଙ୍ଗାଯାଇଥିଲା। ଏବେ ଅପେକ୍ଷା ଆସନ୍ତାକାଲିକୁ। 

Advertisment

ତିନି ଠାକୁରଙ୍କ ଅଧର ବ ଓଠ ଉଚ୍ଚର ଏବଂ କୁମ୍ବ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା । ପରମ୍ପରା ଅନୁସାରେ କ୍ଷୀର, ସର, ଛେନା, କଦଳୀ ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ଏହି ଦିବ୍ୟ ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା।

ଶ୍ରୀଜିଉଙ୍କ ଘୋଷଯାତ୍ରା ବେଳେ ରଥରେ ରହୁଥିବା ପାର୍ଶ୍ୱ ଦେବଦେବୀ ଓ ଚଣ୍ଡି-ଚାମୁଣ୍ଡା ଓ ଅଶରୀରୀଙ୍କ ଉଦ୍ଦେଶ୍ୟର ଏହି ପଣା ଅର୍ପଣ କରାଯାଇଥିଲା। ଏମାନେ ଏହି ବିଦ୍ୟ ପଣା ପାଇ ତୃପ୍ତ ହେଉଥିବା ବିଶ୍ୱାସ ରହିଛି। ମହାପ୍ରଭୁଙ୍କ ଏହି ନୀତି ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। 

Advertisment

ଆସନ୍ତାକାଲି ଚତୁର୍ଦ୍ଧାମୁରତୀଙ୍କ ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ଭାଇ ଓ ଭଉଣୀଙ୍କୁ ଧରି ନୀଳକନ୍ଦରକୁ ଫେରିବେ ମହାପ୍ରଭୁ।

ସ୍ୱତ୍ୱଲିପି ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ 'ଅଧରପଣା' ଭୋଗ ହେବା କଥା। କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ। ହେଲେ ଏକାଦଶୀ ଦିନ ମଧ୍ୟ ଏହି ନୀତି ହୋଇ ନପାରି ଅନେକ ବର୍ଷ ଧରି ଦ୍ୱାଦଶୀ ତିଥିରେ ଭୋଗ କରାଯାଉଛି।

Advertisment

ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବେ ବାହୁଡା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ଵାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଭୋଗ ହୁଏ।

ତେବେ ଅନନ୍ୟ ଏ ଅଧରପଣା ନୀତି ପଛରେ ରହିଛି ଗୁଢ ତତ୍ତ୍ୱ। ପାପୀ, ତପି, ମ୍ଳେଚ୍ଛ, ଦୀନ, ଯବନ ଉଦ୍ଧାର ପାଇଁ ରଥଯାତ୍ରାର ଶେଷରେ ଜନସମାଜକୁ ଅମୃତର ପାନ ପାଇଁ ଅଧରପଣା ନୀତିର ଆରମ୍ଭ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କୁହନ୍ତି।

Lord Jagannath Puri Temple Ratha Jatra Bahuda Jatra Adharapana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ