Advertisment

Ratha Jatra 2025: ସିଂହଦ୍ବାର ଆଗରେ ଲାଗିଲା ତିନି ରଥ; ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ...

ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଲାଗିଲା ତିନି ରଥ । ପ୍ରଥମେ ପହଞ୍ଚିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ । ପରେ ଆସିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ।

Ratha Jatra 2025

Ratha Jatra 2025

Advertisment

ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଲାଗିଲା ନନ୍ଦିଘୋଷ ରଥ । ଏବେ ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଲାଗିଲା ତିନି ରଥ । ପ୍ରଥମେ ପହଞ୍ଚିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ । ପରେ ଆସିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଏବେ ପହଞ୍ଚିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ । ସୋମବାର ଅଧରପଣା, ମଙ୍ଗଳବାର ନୀଳାଦ୍ରୀ ବିଜେ ମହାପ୍ରଭୁ ।

Advertisment

ଆଜି ସକାଳୁ ଶରଧାବାଲିରୁ ସିଂହଦ୍ବାର...ରାତି ପାହୁ ନପାହୁଣୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼...ଘଣ୍ଟଘଣ୍ଟା, ଶଙ୍ଖ ଧ୍ବନିରେ ଫାଟି ପଡୁଥିଲା ବଡ଼ଦାଣ୍ଡ...ତାରି ଭିତରେ ନାକଚଣା ଦ୍ବାରରେ ତିନିଠାକୁରଙ୍କ ଅପେକ୍ଷାରେ ଥିଲା ତିନି ରଥ ତ, ଆଡ଼ପ ମଣ୍ଡପରୁ ବେଏଗି ବେଏଗି ନୀତିକାନ୍ତି ବଢ଼ାଇ ପ୍ରସ୍ତୁତ ହେଉଥିଲେ ଭାବ ବିନୋଦିଆ...ସେଇଥିପାଇଁ ନିର୍ଦ୍ଧାରିତ ସମୟର 2 ଘଣ୍ଟା ଆଗରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଧି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଡ଼ଭାଇ ବଳଭଦ୍ର, ପଛକୁ ଦେବୀ ସୁଭଦ୍ରା ଆଉ ସବା ଶେଷରେ ଟାହିଆ ହଲେଇ ହଲି ଝୁଲି ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ଆସିଥିଲେ କାଳିଆ ଠାକୁର।...ଅନ୍ୟ ରୀତିନୀତି ପରେ  ଶ୍ରୀଅଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମରାହାଜା ଦିବ୍ୟସିଂହ ଦେବ। ଆରମ୍ଭ ହୋଇଥିଲା ଛେରାପହଁରା।...ଏହାପରେ ଚାରମାଳ ଫିଟା, ରଥରେ ଘୋଡ଼ା ଯଚା ହୋଇ ସାରଥୀ ଲାଗିବା ପରେ ଅଗଣିତ ଭକ୍ତଙ୍କ ପାଇଁ ଆସି ପହଞ୍ଚି ଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ।...ଅପରାହ୍ଣ ପ୍ରାୟ 2ଟା 50ରେ ପ୍ରଥମେ ଘର୍ଘର ନାଦରେ ତାଳଧ୍ବଜ ରଥ ଗଡ଼ିବା କ୍ଷଣି ଭାବ ଭକ୍ତିରେ ଉଛୁଳି ଉଠିଥିଲା ପରିବେଶ।

ଅଧିକ ପଢନ୍ତୁ: ଆଜି ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷା କରିଛି ସିଂହଦ୍ୱାର

Advertisment

ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କ ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ। ମଝିରେ ମଝିରେ ପୁଷ୍ପବୃଷ୍ଟି ସମ ବର୍ଷା ସାଙ୍ଗକୁ ଭକ୍ତ ଭିଡ଼ରେ ଦରିଆରେ ପୋତ ଭଳି ଗଡ଼ି ଚାଲିଥିଲେ ତିନି ରଥ ତ ଢେଉ ପରେ ଢେଉ ଭଳି ପୂରା ବଡ଼ଦାଣ୍ଡରେ ଖେଳୁଥିଲା ଆଧ୍ୟାତ୍ମିକତାର ଅପୂର୍ବ ଶିହରଣ।...ଏସବୁ ଭିତରେ କିଛି ସମୟ ରଥତ୍ରୟ ଅଟକିଥିଲେ ମାଉସୀ ମାଆଙ୍କ ମନ୍ଦିର ଆଗରେ।... ସେଠୁ ପୋଡ଼ ପିଠା ଖାଇ ପୁଣି ସିଂହଦ୍ବାର ଅଭିମୁଖେ ବାହାରିଥିଲେ ତିନି ଠାକୁର।

ଗୁଣ୍ଡିଚା ଯାତ୍ରା ଦିନ ବ୍ୟବସ୍ଥିତ ପହଣ୍ଡି ସତ୍ତ୍ବେ ରଥଟଣାରେ ଘଟିଥିଲା ଘୋର ବିଭ୍ରାଟ। ଯେଉଁଥିପାଇଁ ସଞ୍ଜ ଗଡ଼ି ରାତି 7ଟା 45ରେ କେବଳ ବିଧିରକ୍ଷା ଲାଗି ନନ୍ଦିଘୋଷ ରଥକୁ କେଇ ଚକ ଆଗକୁ ଗଡ଼ାଯାଇଥିଲା ବେଳେ କୌଣସି ଗୋଟିଏ ବି ରଥ ବଳଗଣ୍ଡି ଛକ ଅତିକ୍ରମ କରି ପାରି ନଥିଲା। ହେଲେ ତ୍ରୁଟିରୁ ଶିଖି ଶୃଙ୍ଖଳିତ ସଅଳ ନୀତିକାନ୍ତି ସାଙ୍ଗକୁ ସୁବ୍ୟବସ୍ଥା ପାଇଁ ବାହୁଡ଼ାରେ ସେଭଳି ବ୍ୟତିକ୍ରମ ନଥିଲା। 

Advertisment
Ratha Jatra Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ