ରଥ ପ୍ରସ୍ତୁତ,ପଥ ପ୍ରସ୍ତୁତ

ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ । ଆଜି ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ । ଏହା ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଏପଟେ ଆଜି ରାତି ୮ଟାରୁ ୪୮ ଘଣ୍ଟା ଲାଗି ପୁରୀ ସହରରେ ଲାଗିବ କର୍ଫ୍ୟୁ । ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।

ରଥଖଳାରେ ପ୍ରସ୍ତୁତ ତିନି ରଥ

News Summary

ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ

ରଥଖଳାରେ ପ୍ରସ୍ତୁତ ତିନି ରଥ

ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ

ସିଂହଦ୍ୱାର ସାମ୍ନାକୁ ଅଣାଯିବ ତାଳଧ୍ୱଜ, ଦେବଦଳନ ଏବଂ ନନ୍ଦିଘୋଷ ରଥ

ଅତ୍ୟାବଶ୍ୟକ ସାମଗ୍ରୀ କିଣି ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ

ପୁରୀ : ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ । ଆଜି ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ । ଏହା ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଏପଟେ ଆଜି ରାତି ୮ଟାରୁ ୪୮ ଘଣ୍ଟା ଲାଗି ପୁରୀ ସହରରେ ଲାଗିବ କର୍ଫ୍ୟୁ । ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।

କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିଲେ, ସେମାନଙ୍କୁ ପୁରୀ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହାବ୍ୟତୀତ ବଡ଼ଦାଣ୍ଡରେ ଥିବା କୌଣସି ଦୋକାନ ଖୋଲାଯିବ ନାହିଁ । କିନ୍ତୁ କର୍ଫ୍ୟୁ ସମୟରେ ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଅନୁମତି ରହିବ ।

ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟ କରାଯାଇଛି । କର୍ଫ୍ୟୁ ବେଳେ କୌଣସି ଜରୁରୀ ହେଲେ ଲୋକେ ଟୋଲ୍ ଫ୍ରି ନମ୍ବରକୁ କଲ୍ କରିପାରିବେ । ୧୮୦୦-୩୪୫୭୪୯୫ ଏହି ନମ୍ବରରେ କଲ୍ କରି ଜିଲ୍ଲା ପ୍ରଶାସନ ସହ ସହାୟତା ନେଇପାରିବେ ଲୋକେ ।

ସେପଟେ ନୟାଗଡ଼ ରାଜସୁନାଖଳାର ଜଣେ ଦଶମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ନାୟକ ଦିଆସିଲ କାଠିରେ ତିଆରି କରିଛନ୍ତି ତିନି ରଥ । ନନ୍ଦିଘୋଷ ରଥର ଉଚ୍ଚତା ୨ ଦଶମିକ ୯ ଇଂଚ, ୩ ଇଞ୍ଚର ତାଳଧ୍ୱଜ ଏବଂ ୨.୮ ଇଞ୍ଚର ଦର୍ପଦଳନ ରଥ । ଏହି ରଥ ସବୁ ଇଣ୍ଡିଆ ବୁକ୍ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ଚୟନ ହୋଇଛି । କରୋନା ମହାମାରୀ ଯୋଗୁ ଏଥର ପୁରୀ ବ୍ୟତୀତ ଅନ୍ୟ ଅଞ୍ଚଳରେ ରଥଯାତ୍ରା ବନ୍ଦ ରହିଛି । ତେଣୁ ଏହି ଛୋଟ ରଥ ନିର୍ମାଣ କରି ମହାପ୍ରଭୁଙ୍କ ପୂଜା କରିବାକୁ ଚାହିଁଛନ୍ତି ଶୁଭ୍ରାଂଶୁ ।