Advertisment

ବନ କର୍ମଚାରୀଙ୍କ ଅଗାଢ଼ ବିଶ୍ୱାସ : ଜଙ୍ଗଲ ଜଗିଛନ୍ତି ମାଆ

କୁଳଡିହାର ଘଂଚ ଅଭୟାରଣ୍ୟ ଭିତରେ ବିରାଜମାନ ମାଆ ପାଟ ମୁଣ୍ଡେଇ । ଯାହାଙ୍କ ପାଇଁ ବର୍ଷକରେ ଦିନଟିଏ ଅଭୟାରଣ୍ୟ ଆଇନ ବି ଫିକା ପଡ଼ିଯାଏ । ବର୍ଷ ତମାମ ଅଭୟାରଣ୍ୟକୁ ପ୍ରବେଶ ପାଇଁ ବିଭାଗର ଅନୁମତି ଆବଶ୍ୟକ ପଡିଥାଏ

ଅଦ୍ୟତନ ହୋଇଛି
Jungle Thakurani

Jungle Thakurani

Advertisment

ଠେଙ୍ଗା ଖଣ୍ଡିଏ ଧରିଛନ୍ତି, ସାହାସର ସହ ଶିକାରୀର ବନ୍ଧୁକ ଆଉ ହିଂସ୍ର ଜନ୍ତୁଙ୍କୁ ଖାତିର ନକରି ଜଙ୍ଗଲରେ ନିଇତି ମାଆଙ୍କୁ ଦର୍ଶନ କରିବାକୁ ଯାଆନ୍ତି । ମାଆଙ୍କ ଉପରେ ଥିବା ବିଶ୍ୱାସ ତାଙ୍କୁ ସବୁବେଳେ ବିଜୟ କରିଦେଉଛି । ଆଜିକୁ ୨୮ ବର୍ଷଧରି କୁଳଡିହାର ଘଂଚ ଅଭୟାରଣ୍ୟ ଭିତରେ କାର୍ଯ୍ୟ ତୁଲାଇ ଆସିଥିଲେ ବି କେବେବି ଅସୁବିଧାରେ ପଡିନାହଁନ୍ତି ସେ । ମାଆଙ୍କୁ ସକାଳୁ ଜୁହାର ହୋଇ ସମସ୍ତ ବନକର୍ମଚାରୀ ଘଂଚ ଜଙ୍ଗଲକୁ ଜଗିବା ସହ ପାଟ୍ରୋଲିଂରେ ବାହାରି ପଡ଼ିଥାନ୍ତି ।

Advertisment

କୁଳଡିହାର ଘଂଚ ଅଭୟାରଣ୍ୟ ଭିତରେ ବିରାଜମାନ ମାଆ ପାଟ ମୁଣ୍ଡେଇ । ଯାହାଙ୍କ ପାଇଁ ବର୍ଷକରେ ଦିନଟିଏ ଅଭୟାରଣ୍ୟ ଆଇନ ବି ଫିକା ପଡ଼ିଯାଏ । ବର୍ଷ ତମାମ ଅଭୟାରଣ୍ୟକୁ ପ୍ରବେଶ ପାଇଁ ବିଭାଗର ଅନୁମତି ଆବଶ୍ୟକ ପଡିଥାଏ । କିନ୍ତୁ ମାଆଙ୍କର ପୂଜା ଦିନ କୌଣସି କଟକଣା କରିନଥାଏ ବିଭାଗ । ଅଭୟାରଣ୍ୟ ଭିତରକୁ ଭୟକୁ ଆଡେଇ କିଏ ରାଜ୍ୟ ବାହାରୁ କାମ ଛାଡି ଧାଇଁ ଆସିଥାଏ, ତ ଆଉ କିଏ ମାଆଙ୍କ ପାଖରେ ପୂଜା କରିବାକୁ ଚାଲିଚାଲି ପହଞ୍ଚିଥାଏ । ଚୈତ୍ର ମାସର ଗୋଟିଏ ମଙ୍ଗଳବାର କିମ୍ବା ଶନିବାରରେ ମାଆଙ୍କ ଏହି ବଡ଼ପୂଜା ଅନୁଷ୍ଠିତ ହୁଏ ।

ଚଳିତବର୍ଷ ଟିକେ ନିଆରା ଢଙ୍ଗରେ ମାଆଙ୍କ ପୂଜା ଦେଖିବାକୁ ମିଳିଛି । ନିଜେ କୁଳଡିହା ରେଞ୍ଜର ଅନନ୍ତ କୁମାର ଜେନା ନୂଆ ଧୋତି ପିନ୍ଧି ଉପବାସ କରି ପୂଜାରେ ସଂକଳ୍ପ କରିଛନ୍ତି । ଜଙ୍ଗଲ ଓ ଜନ୍ତୁଙ୍କ ସୁରକ୍ଷା ପାଇଁ ମାଆଙ୍କ ପାଖରେ କାମନା କରୁଛନ୍ତି । ପ୍ରତିବର୍ଷ ପୂଜାରେ ସାମିଲ ହେବାକୁ ଲୋକେ ଚାହିଁରହିଥାନ୍ତି । ଯିଏ ଯୁଆଡେ ଯାଇଥିଲେ ବି ବନାଞ୍ଚଳବାସୀ ଏହି ପୂଜା ସମୟରେ ଘରକୁ ଫେରନ୍ତି । କୂଳଡିହା ଅଭୟାରଣ୍ୟରେ ଏହି ପୂଜାରେ ସାମିଲ ହେବାକୁ ଅନ୍ୟ ଡିଭିଜନର ଷ୍ଟାଫ୍ ସହ ରେଞ୍ଜରଙ୍କୁ ବି ନିମନ୍ତ୍ରଣ କରାଯାଏ  ବନାଞ୍ଚଳବାସୀଙ୍କ ବିଶ୍ୱାସ ଓ ବନ ବିଭାଗର ସହଯୋଗରୁ ଏମିତି ପୂଜା ଅନୁଷ୍ଠିତ ହେଉଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ଲାଗି ରହେ ।

Advertisment
Forest Animals Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ