Advertisment

ରାମ ନବମୀରେ କରନ୍ତୁ ଏମିତି, ରହିବ ନାହିଁ ଦୁଃଖ

ରାମ ନବମୀ ଅବସରରେ ପ୍ରଭୁ ଶ୍ରୀ ରାମଙ୍କୁ ସମଗ୍ର ଦେଶରେ ବିଭିନ୍ନ ରାମ ମନ୍ଦିରରେ ପୂଜା କରାଯାଏ ଓ ରାମ ଜନମୋତ୍ସବ ପାଳନ କରାଯାଏ। ଏହି ଅବସରରେ ଆପଣ ବି ନିଜ ଜୀବନକୁ କିଛି ସହଜ ଉପାରରେ ଖୁସିରେ ଭରିପାରିବେ। ତେବେ ଆସନ୍ତୁ ଜାଣିବା ରାମ ନବମୀରେ ଆପଣ କ’ଣ କରିବେ।

ଅଦ୍ୟତନ ହୋଇଛି
Ram  Navami-2022, follo these 5 tips for happiness and good luck

Ram Navami-2022, follo these 5 tips for happiness and good luck

Advertisment

ଆଜି ରାମ ନବମୀ। ଚୈତ୍ର ଶୁକ୍ଳ ନବମୀ ଦିନ ଭଗବାନ ରାମ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ। ଲଙ୍କାପତି ରାବଣର ଅତ୍ୟାଚାରରୁ ତ୍ରିଲୋକକୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ରାମ ଅବତାର ନେଇଥିଲେ। ରାମ ନବମୀ ଅବସରରେ ପ୍ରଭୁ ଶ୍ରୀ ରାମଙ୍କୁ ସମଗ୍ର ଦେଶରେ ବିଭିନ୍ନ ରାମ ମନ୍ଦିରରେ ପୂଜା କରାଯାଏ ଓ ରାମ ଜନମୋତ୍ସବ ପାଳନ କରାଯାଏ। ତେବେ ଏହି ଅବସରରେ ଆପଣ ବି ନିଜ ଜୀବନକୁ କିଛି ସହଜ ଉପାରରେ ଖୁସିରେ ଭରିପାରିବେ। ତେବେ ଆସନ୍ତୁ ଜାଣିବା ରାମ ନବମୀରେ ଆପଣ କ’ଣ କରିବେ।

Advertisment

ରାମ ନବମୀ ଦିନ ଶୁଭ ସମୟରେ ଭଗବାନ ଶ୍ରୀରାମଙ୍କୁ ପୂଜା କରନ୍ତୁ। ଏହି ସମୟରେ ରାମ ସ୍ତୁତି, ରାମ ଭଜନ କରନ୍ତୁ। ଏହା ଦ୍ୱାରା ଦୁଃଖ ଦୂର ହୋଇଥାଏ।

- ଯଦି ଆପଣ କୌଣସି ସଙ୍କଟ ଘେରି ରହିଥାଏ ଏହାକୁ ଏଡାଇବା ପାଇଁ ଏହି ଦିନ ରାମ ରକ୍ଷା ସ୍ତ୍ରୋତ୍ର ପାଠ କରନ୍ତୁ। ଭଗବାନ ଶ୍ରୀ ରାମ ଆପଣଙ୍କୁ ସୁରକ୍ଷା ଦେବେ ଏବଂ ଆପଣଙ୍କର କଲ୍ୟାଣ ହେବ।

Advertisment

- କୁହାଯାଏ ରାମଙ୍କ ନାମରେ ବହୁତ ଶକ୍ତି ଅଛି। ରାମ ନବମୀ ଦିନ ଭଗବାନ ଶ୍ରୀରାମଙ୍କୁ ପୂଜା କରିବା ସମୟରେ ରାମ ନାମ ଜପ କରନ୍ତୁ। ଜୀବନରେ ସୁଖ ଓ ସମୃଦ୍ଧି ମିଳିବ।

- ରାମ ନବମୀ ଦିନ ହନୁମାନ ଚାଳିସାଙ୍କୁ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ। ଏଥିରେ ଭଗବାନ ରାମ ଏବଂ ତାଙ୍କର ଶ୍ରେଷ୍ଠ ଭକ୍ତ ହନୁମାନଙ୍କୁ ଗୁଣାଗାନ ରହିଛି। ଯାହାଙ୍କ ଉପରେ ଶ୍ରୀରାମ ଏବଂ ହନୁମାନଙ୍କ କୃପା ବରଷି ଯିବ ତା’ ଜୀବନରେ କିଛି ବି ଅପହଞ୍ଚ ହେବ ନାହିଁ। ତା’ର ସବୁ ଇଚ୍ଛା ପୂରଣ ହେବ।

Advertisment

- ରାମ ନବମୀ ଦିନ ରାମାୟଣ କିମ୍ବା ରାମଚରିତମାନ ପାଠ କରିବା ଅତ୍ୟନ୍ତ ଶୁଭ ଅଟେ | ଏହା ଅବିସ୍ମରଣୀୟ ଗୁଣର ପ୍ରାପ୍ତିକୁ ନେଇଥାଏ।

- ଏହି ଦିନ ରାମାୟଣ ବା ରାମଚରିତମାନସ ପଢିବା ବହୁତ ଲାଭଦାୟକ ହୋଇଥାଏ। ଏହା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ।

ରବିବାର ରାମ ନବମୀ ପଡୁଥିବା ବେଳେ ଏହା ଶୁଭ ମୁହୂର୍ତ୍ତ ରାତି ୧୧:୦୬ରୁ ଆରମ୍ଭ ହୋଇ ରାତି ୦୧.୩୯ ପର୍ଯ୍ୟନ୍ତ ରହିବ। ଏହା ହେଉଛି ଶ୍ରୀରାମଙ୍କ ଜନ୍ମ ସମୟ।

Ram Navami 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ