Advertisment

ଆଜି ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା : ବଳଭଦ୍ର, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

ବିଷ୍ଟି ଯୋଗ ଥିବାରୁ ଗତକାଲି ଗହ୍ମା ପୂର୍ଣ୍ଣିମା ନୀତି ହୋଇନଥିଲା

ଅଦ୍ୟତନ ହୋଇଛି
 Rakhi Purnima 2023

Raksha Bandhan

Advertisment

ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା। ବଡ଼ ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁନାନାକି ଭଉଣୀ ସୁଭଦ୍ରା। ଗତକାଲି ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ଅନୁଷ୍ଠିତ ହୋଇଥିଲେ ବି ବିଷ୍ଟି ଯୋଗ ପଡିଥିବାରୁ ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ନୀତିକାନ୍ତି ଆଜି ପାଳନ କରାଯିବ।

Advertisment

ଶ୍ରୀମନ୍ଦିରରେ ଉଦୟ ପର୍ବ ଅନୁସାରେ ନୀତି ପାଳନ ହେବ। ସକାଳ ଧୂପ, ଭୋଗମଣ୍ଡପ ଶେଷ ପରେ ମଇଲମ, ମହାସ୍ନାନ, ଘଣ୍ଟ ଛତା ସର୍ବାଙ୍ଗ ବେଶ ଶେଷ ପରେ ରକ୍ଷାବନ୍ଧନ ନୀତି ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଶୁଭ-ଅଶୁଭ ଓ ମଙ୍ଗଳ-ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ଗତକାଲି ବେଶ୍ ଉତ୍ସାହର ସହ ପାଳିତ ହୋଇଥିଲା ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ । ହେଲେ ବିଷ୍ଟିଯୋଗ ବା ଭଦ୍ରାଯୋଗ ପଡିଥିବାରୁ କୌଣସ ମାଙ୍ଗଳିକ କାର୍ଯ୍ୟ ଅନୁଚିତ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତା ସତ୍ତ୍ୱେ ସବୁଠି ବେଶ୍ ଉତ୍ସାହର ସହ ରକ୍ଷା ବନ୍ଧନ ପର୍ବ ପାଳନ ହୋଇଥିଲା ।

Advertisment
Rakhi Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ