Advertisment

Raksha Bandhan 2024: ପୁରାଣ ଯୁଗରୁ ଚାଲିଆସିଛି ରକ୍ଷାବନ୍ଧନ; ଜାଣନ୍ତୁ ମା’ ଲକ୍ଷ୍ମୀ କାହାକୁ ବାନ୍ଧନ୍ତି ରାକ୍ଷୀ

ରାକ୍ଷୀ ବନ୍ଧାର ଏହି ପରମ୍ପରା ଆଜିକାଲିର ନୁହେଁ, ଏହା ବହୁ ପ୍ରାଚୀନ। ପୁରାଣରେ ମଧ୍ୟ ଏହାର ଝଲ ଦେଖିବାକୁ ମିଳେ। କେତେକ ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ଏହି ପରମ୍ପରା ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତେବେ ଏହାକୁ ନେଇ କ’ଣ କୁହେ ପୁରାଣ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Raksha Bandhan 2024 know some epic story on raksha bandhan

Raksha Bandhan 2024 know some epic story on raksha bandhan

Advertisment

ଓଡ଼ିଆ ପର୍ବପର୍ବାଣୀ ମଧ୍ୟ ଭାଇ-ଭଉଣୀଙ୍କୁ ନେଇ ଅନେକ ପରମ୍ପରା ରହିଛି। ସେଥି ମଧ୍ୟରୁ ରକ୍ଷାବନ୍ଧନ ଗୋଟିଏ। ଭାଇ ଓ ଭଉଣୀଙ୍କ ଅବିସ୍ମରଣୀୟ ପ୍ରେମ ‘ରକ୍ଷାବନ୍ଧନ’। ଏହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଏକ ପବିତ୍ର ପ୍ରେମ ଓ ପରସ୍ପରଙ୍କ ପ୍ରତି ସମ୍ମାନର ପ୍ରତୀକ। ଏହାକୁ ଭାଇମାନେ ତାଙ୍କ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ସାରା ଜୀବନ ରକ୍ଷା କରିବାକୁ ପ୍ରତିଜ୍ଞା କରନ୍ତି ଏବଂ ଉପହାର ସହିତ ପାଳନ କରନ୍ତି।

Advertisment

ଯଦିଓ ପୁରାଣରେ ଏହା କେବେ ଆରମ୍ଭ ହେଲା ତାହାର କିଛି ନିର୍ଦ୍ଦିଷ୍ଟ ବର୍ଣ୍ଣନା ନାହିଁ କିନ୍ତୁ କେତେକ ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ଏହି ପରମ୍ପରା ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହାକୁ ଦେଖିଲେ ଏହି ପରମ୍ପରା ବହୁ ପ୍ରାଚୀନ ବୋଲି ଅନୁମାନ କରାଯାଏ। ତେବେ ଆସନ୍ତୁ ଏ ସମ୍ବନ୍ଧିତ କିଛି ପୌରାଣିକ କାହାଣୀ ଜାଣିନେବା।

ସଚୀ – ଇନ୍ଦ୍ରଦେବ:

Raksha Bandhan 2024 ସଚୀ – ଇନ୍ଦ୍ରଦେବ

ଭବିଷ୍ୟ ପୁରାଣରେ ଏକ କାହାଣୀ ଅଛି ଯେ, ଭୃତାସୁର ସହିତ ଯୁଦ୍ଧରେ ଦେବରାଜ ଇନ୍ଦ୍ରଙ୍କୁ ସୁରକ୍ଷା ଦେବା ପାଇଁ ଇନ୍ଦ୍ରାଣୀ ସଚୀ ତାଙ୍କ ତପୋବଳରେ ଏକ ରକ୍ଷାସୂତ୍ର ପ୍ରସ୍ତୁତ କରି ଶ୍ରାବଣ ପୂର୍ଣ୍ଣିମା ଦିନ ଇନ୍ଦ୍ରଙ୍କ ହାତରେ ବାନ୍ଧିଥିଲେ। ଏହି ରକ୍ଷାସୂତ୍ର ଦେବରାଜଙ୍କୁ ସୁରକ୍ଷା ଦେଇଥିଲା ଏବଂ ସେ ଯୁଦ୍ଧରେ ବିଜୟୀ ହୋଇଥିଲେ। ଏହି ଘଟଣା ସତ୍ୟଯୁଗରେ ଘଟିଥିଲା।

Advertisment

ଦ୍ରୌପଦୀ – କୃଷ୍ଣ:

Raksha Bandhan 2024 ଦ୍ରୌପଦୀ – କୃଷ୍ଣ

ମହାଭାରତରେ ରାକ୍ଷୀ ସହିତ ଜଡିତ ଏକ ସୁନ୍ଦର କାହାଣୀ ରହିଛି। ଯେତେବେଳେ ଯୁଧିଷ୍ଠିର ଇନ୍ଦ୍ରପ୍ରସ୍ଥରେ ରାଜସୁୟ ଯଜ୍ଞ କରୁଥିଲେ, ସେତେବେଳେ ସେହି ସଭାରେ ଶିଶୁପାଳ ଥିଲେ। ଯେତେବେଳେ ଶିଶୁପାଳ ଭଗବାନ କୃଷ୍ଣଙ୍କୁ ଅପମାନିତ କଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କ ସୁଦର୍ଶନ ଚକ୍ର ପଠାଇ ତାଙ୍କୁ ହତ୍ୟା କରିଥିଲେ। ସୁଦର୍ଶନ ଫେରୁଥିବା ବେଳେ କୃଷ୍ଣଙ୍କ କାଣୀ ଆଙ୍ଗୁଠିରେ ବାଜି ସାମାନ୍ୟ କଟିଗଲା ଏବଂ ରକ୍ତ ପ୍ରବାହିତ ହେବାକୁ ଲାଗିଲା।

ଏହା ଦେଖି ଦ୍ରୌପଦୀ ସହିପାରିଲେ ନାହିଁ। ସେ ନିଜ ଶାଢିର କାନିକୁ ଚିରି କୃଷ୍ଣଙ୍କ ଆଙ୍ଗୁଠିରେ ଗୁଡ଼ାଇଦେଲେ। ଏଥିରେ ଖୁସି ହୋଇ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ପ୍ରତିଜ୍ଞା କରିଥିଲେ ଯେ ସେ ପ୍ରତ୍ୟେକ ସୂତ୍ରର ଋଣ ପରିଶୋଧ କରିବେ। ଏହା ପରେ, ଯେତେବେଳେ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ରହରଣ କରିବାକୁ ଚେଷ୍ଟା କରୁଥିଲା ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ର ଦାନ କରି ତାଙ୍କ ସମ୍ମାନକୁ ରକ୍ଷା କରିଥିଲେ। କୁହାଯାଏ ଯେ ଯେଉଁଦିନ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ହାତରେ ଶାଢିର କାନିକୁ ବାନ୍ଧିଥିଲେ ସେଦିନ ଶ୍ରାବଣ ପୂର୍ଣ୍ଣିମା ଥିଲା।

Advertisment

ଯୁଧିଷ୍ଠିର – ସୈନିକ:

Raksha Bandhan 2024 ଯୁଧିଷ୍ଠିର – ସୈନିକ

ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କୁ ଜିତାଇବାରେ ରକ୍ଷା ସୂତ୍ରଙ୍କର ପ୍ରମୁଖ ଅବଦାନ ଥିଲା। ମହାଭାରତ ଯୁଦ୍ଧ ସମୟରେ ଯୁଧିଷ୍ଠିର କୃଷ୍ଣଙ୍କୁ ପଚାରିଲେ “ହେ କାହ୍ନା! ମୁଁ କିପରି ସମସ୍ତ ସଂକଟରୁ ରକ୍ଷା ପାଇପାରିବି? ମୋତେ କିଛି ଉପାୟ କୁହ। ତା’ପରେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ତାଙ୍କର ସମସ୍ତ ସୈନିକଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିବାକୁ କହିଥିଲେ। ଯାହା ଫଳରେ ସେମାନେ ନିଷ୍ଠାପର ସହ ଯୁଦ୍ଧ ଲଢି ତାଙ୍କର ରକ୍ଷା କରିବେ ଏବଂ ଏଥିରେ ତାଙ୍କର ବିଜୟ ହେବ।

ଯୁଧିଷ୍ଠିର ମଧ୍ୟ ତାହା କଲେ ଏବଂ ବିଜୟୀ ହେଲେ। ଏହି ଘଟଣା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ମଧ୍ୟ ହୋଇଥିବା କୁହାଯାଏ। ସେବେଠାରୁ ଏହି ଦିନରେ ପବିତ୍ର ରକ୍ଷାସୂତ୍ର ବନ୍ଧାଯାଏ। ସେଥିପାଇଁ ଏହିଦିନ ସୈନିକଙ୍କ ହାତରେ ରାକ୍ଷୀ ବନ୍ଧାଯାଏ।

ରାଜା ବଳୀ - ମାତା ଲକ୍ଷ୍ମୀ:

Raksha Bandhan 2024 ରାଜା ବଳୀ - ମାତା ଲକ୍ଷ୍ମୀ

ରାଜା ବଳୀ ଖୁବ ଦାନୀ ଥିବାରୁ ବାମନ ରୂପ ନେଇ ଆସିଥିବା ଭଗବାନ ବିଷ୍ଣୁ ତାଙ୍କୁ ତିନି ପାଦ ଭୂମି ଭିକ୍ଷାରେ ମାଗିବାକୁ ସେ ଦେବାକୁ ବଚ୍ଚନ ଦେଇଥିଲେ। ଭଗବାନ ଦୁଇ ପାଦରେ ସ୍ୱର୍ଗ ଓ ମର୍ତ୍ତ୍ୟ ନେଇଗଲେ। ବଳୀଙ୍କ ପାଖରେ ଦେବାକୁ ଆଉ କିଛି ନଥିବାରୁ ସେ ଭଗବାନ ବିଷ୍ଣୁଙ୍କୁ ତାଙ୍କ ସହ ପାତାଳପୁର ଯିବାକୁ ଅନୁରୋଧ କଲେ। ଭଗବାନ ବୈକୁଣ୍ଠ ଛାଡି ପାତାଳଙ୍କୁ ଚାଲିଗଲେ।

ଅନ୍ୟପଟେ ଏହା ଦେଖି ଦେବୀ ଲକ୍ଷ୍ମୀଙ୍କ ମଧ୍ୟରେ ଭାଳେଣି ପଡିଲା। ତା’ପରେ ସେ ଲୀଳା ସୃଷ୍ଟି କରି ଜଣେ ଗରିବ ମହିଳା ହୋଇ ରାଜା ବଳୀଙ୍କ ପାଖକୁ ଗଲେ ଓ ତାଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧିଦେଲେ। ରାଜା ବଳୀ ଦାନରେ ସବୁ ହରାଇଥିବାରୁ କହିଲେ ମୋ ପାଖେ ତୁମକୁ ଦେବାକୁ କିଛି ନାହିଁ। ଏହା ପରେ ଦେବୀ ଲକ୍ଷ୍ମୀ ନିଜ ରୂପକୁ ଆସି କହିଲେ ତୁମ ପାଖରେ ତ ସାକ୍ଷାତ ଭଗବାନ ଅଛନ୍ତି, ମୁଁ କେବଳ ତାଙ୍କୁ ଚାହେଁ, ମୁଁ ତାଙ୍କୁ ନେବାକୁ ଆସିଛି।

ଏହା ପରେ ରାଜା ବଳୀ ଭଗବାନ ବିଷ୍ଣୁଙ୍କୁ ମାତା ଲକ୍ଷ୍ମୀଙ୍କ ସହ ଯିବାକୁ ଅନୁମତି ଦେଲେ। ଯିବାବେଳେ ଭଗବାନ ବିଷ୍ଣୁ ବଳୀ ରାଜାଙ୍କୁ ଏକ ବରଦାନ ପ୍ରଦାନ କଲେ ଯେ ସେ ପ୍ରତିବର୍ଷ ଚାରିମାସ ପାତାଳରେ ରହିବେ। ଏହି ଚାରିମାସ ଚତୁର୍ମାସ ଭାବରେ ଜଣାଯାଏ।

ରାକ୍ଷୀର ଅନ୍ୟ ଏକ କାହାଣୀ:

Raksha Bandhan 2024 ଆଲେକ୍ସଜାଣ୍ଡାର୍ ଓ ରାଜା ପୁରୁ

ଆଲେକ୍ସଜାଣ୍ଡାର୍ ସମଗ୍ର ବିଶ୍ୱକୁ ଜୟ କରିବାକୁ ଯାଇ ଭାରତରେ ପହଞ୍ଚିଲେ। ଏଠାରେ ସେ ଭାରତୀୟ ରାଜା ପୁରୁଙ୍କୁ ଭେଟିଥିଲେ। ରାଜା ପୁରୁ ଜଣେ ଅତି ସାହସୀ ଏବଂ ଶକ୍ତିଶାଳୀ ରାଜା ଥିଲେ। ସେ ପ୍ରଥମ ଯୁଦ୍ଧରେ ଆଲେକ୍ସଜାଣ୍ଡାରଙ୍କୁ ପରାସ୍ତ କରିଥିଲେ। ଏହି ସମୟରେ ଆଲେକ୍ସଜାଣ୍ଡାରଙ୍କ ପତ୍ନୀ ଭାରତୀୟ ପରମ୍ପରା ରକ୍ଷା ବନ୍ଧନ ବିଷୟରେ ଜାଣିବାକୁ ପାଇଲେ। ତା’ପରେ ସେ ସ୍ୱାମୀ ଆଲେକ୍ସଜାଣ୍ଡାର୍‌ଙ୍କ ଜୀବନ ରକ୍ଷା କରିବାକୁ ପୁରୁଙ୍କ ପାଖକୁ ରକ୍ଷାସୂତ୍ର ପଠାଇଥିଲେ।

ଏହା ଦେଖି ରାଜା ପୁରୁ ସଂକଟରେ ପଡିଗଲେ। ଯେତେବେଳେ ସେ ଦ୍ୱିତୀୟ ଥର ଯୁଦ୍ଧରେ ଆଲେକ୍ସଜାଣ୍ଡାରଙ୍କୁ ମାରିବା ପାଇଁ ହାତ ଉଠାଇଥିଲେ ରକ୍ଷାସୂତ୍ରକୁ ଦେଖି ଅଟକି ଯାଇଥିଲେ। ଏହାର ସୁଯୋଗ ନେଇ ଆଲେକ୍ସଜାଣ୍ଡାର ତାଙ୍କୁ ବନ୍ଦୀ କରିନେଲେ। ଅନ୍ୟପକ୍ଷରେ, ବନ୍ଦୀ ପୁରୁଙ୍କ ହାତରେ ତାଙ୍କ ପତ୍ନୀଙ୍କ ରକ୍ଷାସୂତ୍ର ଦେଖି ଆଲେକ୍ସଜାଣ୍ଡାର୍ ମଧ୍ୟ ତାଙ୍କ ବଡ଼ ହୃଦୟର ପରିଚୟ ଦେଇଥିଲେ ଏବଂ ପୁରୁଙ୍କୁ ରାଜ୍ୟ ଫେରେଇ ଦେଇଥିଲେ।

Raksha Bandhan Rakhi Purnima Rakhi Purnima Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ