Advertisment

ଆସନ୍ତାକାଲି ରାକ୍ଷୀ ବନ୍ଧାଯିବ ତ ? ଗୁରୁବାର ଶ୍ରୀମନ୍ଦିରରେ ପାଳନ ହେବ ରକ୍ଷାବନ୍ଧନ

ଭାଇ ହାତରେ ସଂପର୍କର ରେଶମ ଡୋରିଟିଏ ବାନ୍ଧି ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ପାଇବା ଅପେକ୍ଷାରେ ଭଉଣୀ । ଏଣେ ବଜାରରେ ବି ଭଳିକି ଭଳି ରାକ୍ଷୀର ପସରା । ତେବେ ଆସନ୍ତାକାଲି ରାକ୍ଷୀ ବନ୍ଧାଯିବ ତ ?

Raksha Bandhan 2023

Raksha Bandhan 2023

Advertisment

ରାତି ପାହିଲେ ରକ୍ଷାବନ୍ଧନ । ଭାଇ ହାତରେ ସଂପର୍କର ରେଶମ ଡୋରିଟିଏ ବାନ୍ଧି ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ପାଇବା ଅପେକ୍ଷାରେ ଭଉଣୀ । ଏଣେ ବଜାରରେ ବି ଭଳିକି ଭଳି ରାକ୍ଷୀର ପସରା । ତେବେ ଆସନ୍ତାକାଲି ରାକ୍ଷୀ ବନ୍ଧାଯିବ ତ ? ତାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । କାରଣ ଯଦିଓ ଆସନ୍ତାକାଲି ରକ୍ଷାବନ୍ଧନ ନେଇ ଅନେକ ଓଡ଼ିଆ କ୍ୟାଲେଣ୍ଡରରେ ସୂଚନା ଦିଆଯାଇଛି ।

Advertisment

ହେଲେ ଅନେକ ଜ୍ୟୋତିର୍ବିଦଙ୍କ ମତରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୨୨ ପର୍ଯ୍ୟନ୍ତ ଭଦ୍ରାଯୋଗ ବା ବିଷ୍ଟି ଯୋଗ ପଡ଼ୁଛି । ତା’ସହ ପୂର୍ଣ୍ଣମୀ ତିଥି ମଧ୍ୟ ସମ୍ପୂର୍ଣ୍ଣ ପଡୁନାହିଁ । ଯେହେତୁ ବିଷ୍ଟି ଯୋଗ ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ, ତେଣୁ ସକାଳ ବେଳେ ରକ୍ଷାବନ୍ଧନ ବି ବର୍ଜନୀୟ । ତେବେ ଦିନ ୧୧ଟା ୨୨ ପରେ ରକ୍ଷାବନ୍ଧନ ହୋଇପାରିବ । ଯାହା ଗୁରୁବାର ପର୍ଯ୍ୟନ୍ତ ଚାଲୁ ରହିବ ।

ସେପଟେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ କିନ୍ତୁ ଆସନ୍ତାକାଲି ପରିବର୍ତ୍ତେ ଗୁରୁବାର ରକ୍ଷାବନ୍ଧନ ଉତ୍ସବ ପାଳନ କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି- ଯେହେତୁ ଆସନ୍ତାକାଲି ପୂର୍ଣ୍ଣମୀ ତିଥି ଠିକ୍‌ରେ ପଡୁନାହିଁ, ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମ ଉତ୍ସବ ମଧ୍ୟ ପାଳନ ହେବ ନାହିଁ । ଏହା ଗୁରୁବାର ଦିନ ପାଳନ କରାଯିବ ଓ ସେହିଦିନ ଭଉଣୀ ସୁଭଦ୍ରା ମଧ୍ୟ ବଡ଼ଭାଇ ବଳଭଦ୍ର ଓ ସାନଭାଇ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ । ତେଣୁ ଯେହେତୁ ଜଗନ୍ନାଥ, ବଳଭଦ୍ର ଗୁରୁବାର ରାକ୍ଷୀ ପିନ୍ଧିବେ, ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରଂପରାକୁ ସମ୍ମାନ ଜଣାଇ ଓଡ଼ିଆମାନେ ଗୁରୁବାର ରକ୍ଷାବନ୍ଧନ ପର୍ବ ପାଳନ କରିବା ମଙ୍ଗଳମୟ । ତେବେ କେନ୍ଦ୍ରାପଡ଼ାର ବଳଦେବ ଜୀଉଙ୍କ ମନ୍ଦିରରେ କିନ୍ତୁ ଆସନ୍ତାକାଲି ବଳଭଦ୍ରଙ୍କ ଜନ୍ମନୀତି ପାଳିତ ହେବ ।

Advertisment

ଏପଟେ ରକ୍ଷାବନ୍ଧନ ଉତ୍ସବ ପାଇଁ ବଜାରରେ ଭଳିକି ଭଳି ଫ୍ୟାନସି ରାକ୍ଷୀର ପସରା ମେଲିଛି ସତ, ହେଲେ ନିମାପଡ଼ା ଅନ୍ତୁଆର ମହିଳାମାନେ ତାଳପତ୍ରରେ ଖୋଦେଇ କରି  ଯେଉଁସବୁ ଇକୋ ଫ୍ରେଣ୍ଡଲି ରାକ୍ଷୀ ତିଆରି କରିଛନ୍ତି, ତାହା ସବୁ ଆଖି ଲାଖିଗଲା ଭଳି ହୋଇଛି । ସେହିପରି ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳରେ ଓମ୍ ଗୋପାଳ ବିକାଶ ସମିତି ପକ୍ଷରୁ ଗୋବରରେ ବି ସୁନ୍ଦର ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରାଯାଇ ବଜାରକୁ ବିକ୍ରି ପାଇଁ ପଠାଯାଇଛି ।

Raksha Bandhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ