Advertisment

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସୁଛି ଭଉଣୀ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ଦିଏ ପ୍ରତିଶ୍ରୁତି।

ଅଦ୍ୟତନ ହୋଇଛି
Raksha Bandhan 2023

Raksha Bandhan 2023

Advertisment

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ଦିଏ ପ୍ରତିଶ୍ରୁତି। ଖଣ୍ଡିଏ ସୂତାରେ ଯୋଡ଼ି ହୋଇଯାଏ ଜୀବନ ସାରାର ସମ୍ପର୍କ। ଭଉଣୀର ସୁଖରେ ସୁଖି ଓ ଦୁଃଖରେ ଦୁଃଖି ହୁଏ ଭାଇ। ଏ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଏବଂ ସୁରକ୍ଷିତ।

Advertisment

ଭାଇ ସାନ ହେଉ ଅବା ବଡ଼ ସବୁ ବେଳେ ଭଉଣୀର ଅଳି ଅର୍ଦଳ ଶୁଣେ। ସବୁ ପରିସ୍ଥିତିରେ ଭଉଣୀ ପାଖେ ଛିଡ଼ା ହୁଏ। ା ଆଉ ଭଉଣୀ ବି...ଯେମିତି ମା’ ପରି, ଭାଇର ସବୁ କଥାକୁ ବୁଝେ। ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଆଜି ସବୁଠି ଉତ୍ସାହ ଥିବା ବେଳେ ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।

ଆଜି ବିଷ୍ଟି ଯୋଗ ଥିବାରୁ ରାକ୍ଷୀ ବାନ୍ଧିବା ଉଚିତ୍‌ କି ଅନୁଚିତ୍ ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। କେତେକ କ୍ୟାଲେଣ୍ଡର ଓ ପଞ୍ଜିକାରେ ଆଜି ପବିତ୍ର ଗହ୍ମା ପୂର୍ଣ୍ଣମୀ ବୋଲି ଲେଖା ଥିବା ବେଳେ ବିଷ୍ଟି ଯୋଗ ରହୁଥିବାରୁ ମାଙ୍ଗଳିକ କାର୍ଯ୍ୟ ଅନୁଚିତ୍‌ ବୋଲି କିଛି ଜ୍ୟୋତିର୍ବିଦ୍ ମତପ୍ରକାଶ କରିଛନ୍ତି।

Advertisment

ଅନ୍ୟପକ୍ଷରେ ଦିନ ୧୧ଟା ୨୨ ମିନିଟ୍ ପରଠୁ ରକ୍ଷା ବନ୍ଧନ ହୋଇପାରିବ ବୋଲି ମଧ୍ୟ କେହି କେହି କହୁଛନ୍ତି। ତେବେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ବଡଠାକୁର ବଳଭଦ୍ରଙ୍କ ଜନ୍ମଦିନ ପାଳନ କରାଯିବ ଓ ରକ୍ଷାବନ୍ଧନ ମଧ୍ୟ ହେବ ବୋଲି ଜଣାପଡ଼ଛି। 

Raksha Bandhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ