Advertisment

ଭୁବନେଶ୍ୱରରେ ମିଳୁଛି ସୁହାଗରାତ୍ ପାନ୍; ଗୋଟାକୁ ୧୧ହଜାର

ରଜପାନ ତ ଖାଇଥିବେ। ଖାଇଛନ୍ତି କି କେବେ ଗୁପ୍‌ଚୁପ୍ ପାନ। ଗୋଟାକୁ ୧୧ହଜାର ଟଙ୍କା ପର୍ଯ୍ୟନ୍ତ ଅଛି। ଏହା ଭୁବନେଶ୍ୱରରେ ମିଳୁଛି।

Suhagrat paan, price 11,000

Suhagrat paan, price 11,000

Advertisment

ପାନ ବିନା ରଜ ମଉଜ ଫିକା। କୋଉଦିନ କିଏ ପାନ ଖାଉ କି ନ ଖାଉ କିନ୍ତୁ ଏହି ରଜ ତିନି ଦିନ ପ୍ରାୟ ସମସ୍ତେ ପାନ ଖାଇବାକୁ ଇଛା କରିଥାନ୍ତି। ଏହିଦିନ ଦୋକାନୀମାନେ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରିବା ନେଇ ସ୍ୱତନ୍ତ୍ର ଧରଣର ପାନ ଭାଙ୍ଗନ୍ତି। ଏହିରେ ବିଭିନ୍ନ ପ୍ରକାରର ମସାଲା ପଡି ପାନକୁ ସ୍ୱାଦିଷ୍ଟ କରିବା ସହିତ ସୁବାସିତ ମଧ୍ୟ କରେ।

Advertisment

ରଜପାନରେ ସାଧାରଣତଃ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ୍‌ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ। ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି କରି ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ଏହି ସବୁ ମସଲାକୁ ପାନପତ୍ରରେ ହିଁ ସଜ୍ଜାଯାଇଥାଏ। କିନ୍ତୁ ଆପଣ କେବେ ଗୁପ୍‌ଚୁପ୍ ପାନ କଥା ଶୁଣିଛନ୍ତି କି? ଏହା ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଏହା ସତ। ଏହି ପାନ ଓଡିଶାର ଭୁବନେଶ୍ୱରରେ ମିଳୁଛି।

ଖାଲି ପାନର ନାଁ ନୁହେଁ, ପାନର ଦାମ୍‌ ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦବ। ପାନ ଗୋଟା ୪୦/୫୦ ଟଙ୍କାରୁ ଆରମ୍ଭ ହୋଇ ୧୧ହଜାର ଟଙ୍କା ପର୍ଯ୍ୟନ୍ତ ଅଛି। ଏହି ନୂଆ ଧରଣର ପାନ ଭୁବନେଶ୍ୱରର ସହିଦନଗରରେ ମିଳୁଥିବା ବେଳେ ଦୋକାନୀ ଭାଇ ଜଣକ ମଧ୍ୟ ପାନର ଏକ ମେନୁ କରିଛନ୍ତି। ହୋଟେଲର ଖାଦ୍ୟ ଭଳି ଏଥିରେ ବିଭିନ୍ନ ପ୍ରକାରର ପାନ ରହିଛି। ଆଉ ରଜ ପାଇଁ ଏହାର ଚାହିଦା ମଧ୍ୟ ଢେର ରହିଛି। ତେବେ ଆସନ୍ତୁ ଏହି ପ୍ରଶ୍ନ ଉତ୍ତର ମାଧ୍ୟମରେ ଏହି ନିଆରା ପାନ ବିଷୟରେ ଜାଣିନେବା।

Advertisment
Gupchup Paan In Bhubaneswarଭୁବନେଶ୍ୱରରେ ଗୁପ୍‌ଚୁପ୍ ପାନ

ପ୍ରଶ୍ନ: ଗୁପ୍‌ଚୁପ୍‌ରେ ତିଆରି ଏହି ନିଆରା ପାନ ବିଷୟରେ ଆପଣ କିପରି ଭାବିଲେ?

ଉତ୍ତର: ଥରେ ପୁଣି ବାହାରକୁ ଯାଇଥିଲି, ସେଠାରେ ଦେଖିଲି ଗୁପ୍‌ଚୁପ୍ ପାନ ଚାଲିଥିଲା। ମୁଁ ଏହା ଦେଖି ଓଡିଶାରେ ଏହି ପାନ ବିକ୍ରି ଆରମ୍ଭ କରିଛି, ଏନେଇ ବାହାରୁ ମସଲା ଆଣିଛି।

ପ୍ରଶ୍ନ: ଏହି ପାନ ଆପଣ କୋଉଠି ଦେଖିଥିଲେ?

ଉତ୍ତର: ମହାରାଷ୍ଟ୍ରରେ।

ପ୍ରଶ୍ନ: ଏହା ପାଇଁ କିଛି ସ୍ୱତନ୍ତ୍ର ମସଲା ଅଛି କି?

ଉତ୍ତର: ହଁ, ଏହି ମସଲା ମୁଁ ବାହାରୁ ଆଣିଛି।

ପ୍ରଶ୍ନ: ଏହିସବୁ ମସଲାର ଦାମ୍ କେତେ?

ଉତ୍ତର: ଏହି ମସଲା କିଲୋ ୨ହଜାର ଟଙ୍କାରୁ ଆରମ୍ଭ ହେଉଛି। ଏହି ମସଲା କେବଳ ଗୁପ୍‌ସୁପ୍ ପାଇଁ ତିଆରି ହୋଇଛି। ଏଥିରେ ପାନ ପତ୍ର, ପେସ୍ତା, ଚେରି ଆଦି ମିଶାଯାଇ ତିଆରି ହୋଇଛି। ଗୁପ୍‌ଚୁପ୍ ଖାଇଲେ ପାନ ପରି ସ୍ୱାଦ ଲାଗିବ।

Advertisment

ଏହି ଦୋକାନୀ ଭାଇଙ୍କ ପାଖରେ ବିଭିନ୍ନ ପ୍ରକାରର ଗୁପ୍‌ଚୁପ୍ ପାନ ରହିଛି। ଏଥିରେ ରହିଛି ରୟାଲ୍ ଗୁଲାବ୍ ପାନ, ରୟାଲ୍ କୋୟର୍ ପାନ୍, କେସର କସ୍ତୁରୀ ପାନ୍, ରାତ୍ କୀ ରାନୀ ପାନ୍, ଲିଟୁ ସ୍ପେଶାଲ ପାନ୍, କୋହିନୂର୍ ଗୋଲ୍ଡ ପାନ୍, କୋହିନୂର ପ୍ରିମିୟର ଗୋଲ୍ଡ ପାନ ଓ ସୁହାଗ ରାତ ପାନ୍। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ପାନର ଦାମ ୧୦୦, ୨୦୦, ୪୦୦ ଭଳି ରହିବା ସହ ୫ ହଜାର, ୭ ହଜାର ଏପରିକି ୧୧ ହଜାର ପର୍ଯ୍ୟନ୍ତ ମଧ୍ୟ ରହିଛି।

Raja Parba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ