Advertisment

Raja Parba 2023: ରଜ ସଂକ୍ରାନ୍ତିର ମହକ; ଚାରିଆଡ ଉତ୍ସବମୁଖର

ଓଡିଶାର ଗଣ ପର୍ବ ରଜ। ଏହି ପର୍ବ ତିନିଦିନ ଧରି ପାଳନ କରାଯାଉଥିବା ବେଳେ ଆଜି ହେଉଛି ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି। ଗତକାଲି ଥିଲା ପହିଲି ରଜ। ସେହିପରି ଆସନ୍ତାକାଲି ଭୂମିଦହନ।

ଅଦ୍ୟତନ ହୋଇଛି
Raja Sankranti

Raja Sankranti

Advertisment

ଓଡ଼ିଶାରେ ଏବେ ପାରମ୍ପରିକ ପର୍ବ ଓ ରାଜ୍ୟର ଗଣପର୍ବ ରଜର ମାହୋଲ। ଚାରିଆଡ ଉତ୍ସବମୁଖର। ଆଜି ହେଉଛି ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି। ରଜକୁ ତିନିଦିନ ଧରି ପାଳନ କରାଯାଉଥିବା ବେଳ ଏହାର ଦ୍ୱିତୀୟ ଦିନକୁ ମିଥୁନ ସଂକ୍ରାନ୍ତିରେ ପାଳନ କରାଯାଏ। ଏହା ପରେ ବର୍ଷାଋତୁ ଆରମ୍ଭ ହୁଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ।

Advertisment

ରଜ ଶବ୍ଦର ଅର୍ଥ ‘ରଜବତୀ’ ହେବା। ଧରିତ୍ରୀକୁ ମା’ ଭାବରେ ବିବେଚନା କରାଯାଏ ଓ ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜା କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି। ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳ ପରିବେଶକୁ ଆହୁରି ଉତ୍ସବମୁଖର କରିଦିଏ।

କିପରି ହୁଏ ପାଳନ:

ଏହି ପର୍ବ ପାଳନ ବେଳରେ ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି। ସେହିପରି ଅଭିଆଡ଼ି ଝିଅମାନେ ଶାଢ଼ୀ ପିନ୍ଧିବା ସହ ପାଦରେ ଅଳତା, ନଖପାଲିସି, ମୁହଁକୁ ଟିପି ଟିପି ଚନ୍ଦାନରେ ସଜ୍ଜେଇ ରଜ ଦୋଳି ଖେଳ ସହ ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି। ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲି ନଥାନ୍ତି। ଗୁଆ ଖୋଳପାରେ ତିଆରି ପାଦୂକାରେ ଭୂଇଁ ଉପରେ ଚାଲିବାର ବିଧି ରହିଛି। ଏବେ ଏହା ଆଉ ଦେଖିବାକୁ ମିଳୁନି। ଏହି ଦିନ ପୋଡ଼ ପିଠା, ଚକୁଳି ଓ ଇଟିଲି ଆଦି ପିଠା ଖିଆ ଯାଇଥାଏ।

Advertisment
Raja Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ