ବିରୋଧିଙ୍କୁ ଏକାଠି କଲା ରଜ ପର୍ବ, ମିଳିମିଶି ଦୋଳି ଝୁଲିଲେ ୩ ଦଳର ନେତ୍ରୀ

ରଜରେ ସଜବାଜ ହୋଇ ଦୋଳି ଖେଳିଲେ ଓ ପରସ୍ପର ପିଠା ଖୁଆଇଲେ ୩ ଦଳର ନାରୀ ନେତ୍ରୀ ।

Politician

ଗୋଟିଏ ମଞ୍ଚରେ ୩ ଦଳର ମହିଳା ନେତ୍ରୀ । ଆଉ ସେହି ମଞ୍ଚ ଥିଲା ରଜ ମହୋତ୍ସବର । ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଜେଡିର ବିଏମସି ମେୟର ସୁଲୋଚନା ଦାସ ଏବଂ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ଏକାଠି ରଜ ପାଳିିଥିବାର ଦେଖିବାକୁ ମିଳିଛି । ଦୋଳି ଖେଳ ସାଙ୍ଗକୁ ଉପରସ୍ପରକୁ ପିଠା ମଧ୍ୟ ଖୁଆଇଛନ୍ତି ।

ଗତକାଲି ସମସ୍ତେ ଶେଷ ରଜରେ ୮ ନମ୍ବର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଆୟୋଜିତ ରଜ ମହୋତ୍ସବରେ ଯୋଗ ଦେଇଥିଲେ । ଆନନ୍ଦ ଉଲ୍ଲାସରେ ଛୋଟ ପିଲାଙ୍କ ସହିତ ରଜ ପାଳିଥିଲେ ଏହି ତିନି ନାରୀ ନେତ୍ରୀ । ଆଗକୁ ରାଜଧାନୀ ରଜ ମହୋତ୍ସବକୁ ବହୁତ ଧୁମଧାମରେ ପାଳନ କରାଯିବ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । 

ଗତ ଦୁଇ ବର୍ଷ ହେବ କୋରନା ମହାମାରୀ କାରଣରୁ ପର୍ବପର୍ବାଣୀ ଫିକା ପଡ଼ିଥିବାବେଳେ ଏବେ କଟକଣା କୋହଳ ହୋଇଛି । ଫଳରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବେଶ୍ ଧୁମ୍‌ଧାମ୍‌ରେ ରଜ ପାଳନ କରାଯାଇଛି ।