Advertisment

କାଲି ଘୋଷଯାତ୍ରା: ଆଜି ପୁରୀରେ ହେଉଛି ବର୍ଷା

କେବଳ ଏତିକି ନୁହେଁ ବରଂ ଶ୍ରୀଜିଉଙ୍କ ଆଜି ଅନେକ ନୀତିକାନ୍ତି ରହିଛି। ସୂଚନା ଅନୁସାରେ, ଆଜି ରାତିରୁ ହିଁ ଠାକୁରଙ୍କ ଦେହରେ ସେନା ପଟ୍ଟାଲାଗି ହେବ। ଏହି କାମ ସମୟ ସାପେକ୍ଷ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି। ଏହାସହ ଆସନ୍ତାକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ନୀତିକାନ୍ତି ସବୁ ସରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି। ଏପଟେ, ଶ୍ରୀଜିଉଙ୍କ ଟାହିଆ ମଧ୍ୟ ପ୍ରସ୍ତୁତ ହେବାରେ ଲାଗିଛି। ତେବେ ମୋଟ୍‌ ଉପରେ ବର୍ଷା ବି ବାଧକ ସାଜିପାରିନାହିଁ ରଥ କାମରେ।

ଅଦ୍ୟତନ ହୋଇଛି
କାଲି ଘୋଷଯାତ୍ରା: ଆଜି ପୁରୀରେ ହେଉଛି ବର୍ଷା

Rain In Puri

Advertisment

ପୁରୀ: ରାତି ପାହିଲେ ରଥଯାତ୍ରା। ମହାପ୍ରଭୁଙ୍କ ଅପେକ୍ଷାରେ ରହିଛି ତିନିରଥ। ରାତି ପାହିଲେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜିଉ। ଏପେଟ, ପାଣିପାଗ ପୂର୍ବରୁ ଦେଇଥିବା ସୂଚନା ସତ ହୋଇଛି। ପୁରୀରେ ଏବେ ବର୍ଷା ହେଉଛି। ଯଦିଓ ମୁସଳ ଧାରାରେ ବର୍ଷା ହେଉନାହିଁ କିନ୍ତୁ ଝିପିଝିପି ବର୍ଷା ହେଉଛି। ଏପଟେ, ଭୋଇ ସେବାୟତମାନେ ରଥରେ ଚାରମାଳ ବନ୍ଧା କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି। ଆସନ୍ତାକାଲି ସକାଳେ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। କେବଳ ଏତିକି ନୁହେଁ ବରଂ ଶ୍ରୀଜିଉଙ୍କ ଆଜି ଅନେକ ନୀତିକାନ୍ତି ରହିଛି। ସୂଚନା ଅନୁସାରେ, ଆଜି ରାତିରୁ ହିଁ ଠାକୁରଙ୍କ ଦେହରେ ସେନା ପଟ୍ଟାଲାଗି ହେବ। ଏହି କାମ ସମୟ ସାପେକ୍ଷ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି। ଏହାସହ ଆସନ୍ତାକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ନୀତିକାନ୍ତି ସବୁ ସରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି। ଏପଟେ, ଶ୍ରୀଜିଉଙ୍କ ଟାହିଆ ମଧ୍ୟ ପ୍ରସ୍ତୁତ ହେବାରେ ଲାଗିଛି। ତେବେ ମୋଟ୍‌ ଉପରେ ବର୍ଷା ବି ବାଧକ ସାଜିପାରିନାହିଁ ରଥ କାମରେ।

Advertisment

ଦେଖନ୍ତୁ ପୁରୀ ଜଗନ୍ନାଥ ରଥଯାତ୍ରାର ସିଧା ପ୍ରସାରଣ

ସେପଟେ ଇତିହାସର ପୁନରାବୃତ୍ତି। ପୁଣି ଭକ୍ତ ବିନା ଘୋଷଯାତ୍ରାରେ ବାହାରିବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗତଥର ଭଳି ଏଥର ବି ଭକ୍ତବିନା ବଡ଼ାଦଣ୍ଡରେ ଗଡ଼ିବ ତିନି ରଥ। କାଲି ପ୍ରତ୍ୟୁଷରୁ ଯାତ୍ରା ପାଇଁ ଶ୍ରୀଜିଉ ସଜବାଜ ହେଉଥିବା ବେଳେ ଏପଟେ କିନ୍ତୁ ଚର୍ମନେତ୍ରରେ ଦର୍ଶନରୁ ପୁଣି ବଞ୍ଚିତ ହେବାକୁ ଯାଉଥିବାରୁ କାନ୍ଦି ଉଠିଛି ଭକ୍ତ ପ୍ରାଣ।

Advertisment
Odisha News Puri Ratha Jatra Puri Ratha Jatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ