Astrospeak
  • Live TV
  • Read In English

ସ୍ୱତନ୍ତ୍ର ହେବ ଏବର୍ଷ ସାଧାରଣତନ୍ତ୍ର ଦିବସ: ଫ୍ଲାଏପାଷ୍ଟ କରିବେ ୭୫ଟି ବାୟୁଯାନ

ବେସ୍ ଜୋରସୋର୍‌ରେ ଚାଲିଛି ଭାରତୀୟ ଯବାନଙ୍କ ଦିଲ୍ଲୀ ରାଜପଥରେ ରିହର୍ସଲ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ । ତେବେ ସବୁଠୁ ବଡ଼ ଆକର୍ଷଣ ହେବ ୫ଟି ରାଫେଲ୍‌ର ବିନାଶ ଫର୍ମେସନ୍ ।

Republic Day Parade
Republic Day Parade

News Summary

ସବୁଠୁ ବଡ଼ ଆକର୍ଷଣ ହେବ ୫ଟି ରାଫେଲ୍‌ର ବିନାଶ ଫର୍ମେସନ୍

ଭାରତରେ ଚତୁର୍ଥ ଦେଶ ଭାବେ ଦେଖାଇବ ଡ୍ରୋନ୍ ଶୋ

ବିଶାଳ, ବର୍ଣ୍ଣାଢ୍ୟ, ଭବ୍ୟ ହେବ ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହ । ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ସାଧାରଣତନ୍ତ୍ର ଦିବସ ସମାରୋହକୁ ଏଭଳି ଆଡ଼ମ୍ବର ସହକାରେ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

ବେସ୍ ଜୋରସୋର୍‌ରେ ଚାଲିଛି ଭାରତୀୟ ଯବାନଙ୍କ ଦିଲ୍ଲୀ ରାଜପଥରେ ରିହର୍ସଲ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ । ତେବେ ସବୁଠୁ ବଡ଼ ଆକର୍ଷଣ ହେବ ୫ଟି ରାଫେଲ୍‌ର ବିନାଶ ଫର୍ମେସନ୍ । ପଞ୍ଚମ ରାଫେଲ୍ ବିମାନ ୨ଟି ଜାଗୁଆର୍, ୨ଟି ମିଗ୍-29 ଓ ୨ଟି ସୁଖୋଇ-MKI ସହ ବାଜ୍ ଫର୍ମେସନ୍ କରିବାକୁ ଥିବା ବେଳେ, ସପ୍ତମ ରାଫେଲ୍ ଏକାକି ବିଜୟ ଫର୍ମେସନରେ ଉଡ଼ିବ ।

ଧ୍ରୁବ, MI-17, ଚିନୁକ୍, ଆପାଚେ ହେଲିକପ୍ଟର, C-130J ସୁପର୍ ହର୍କୁଲିସ୍, ଡାକୋଟା, ଡୋନିୟର୍-228 ଆଦି ଉଡ଼ାଣ ପରେ, ଫ୍ଲାଏପାଷ୍ଟର ଅନ୍ତିମ ଚରଣରେ ୧୭ଟି ଜାଗୁଆର୍ ଦେଖାଇ ଅମ୍ରିତ୍ ଫର୍ମେସନ୍ ୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବାୟୁସେନାର ପ୍ରଜ୍ଞାପନ ମେଢ଼ ରାଜପଥରେ ଗଡ଼ିବାକୁ ଥିବା ବେଳେ, ଆକାଶରେ ଟାଙ୍ଗାଇଲ୍ ଓ ମେଘ୍ନା ଫର୍ମେସନ୍ ପ୍ରଦର୍ଶିତ ହେବ ।

କରୋନା ତୃତୀୟ ଲହରକୁ ଦୃଷ୍ଟିରେ ରଖି ଚଳିତବର୍ଷ ସାଧାରଣଦିବସ ସମାରୋହରେ କେନ୍ଦ୍ରୀୟ ଏସୀୟ ଦେଶର କୌଣସି ମୁଖ୍ୟ ଅତିଥି ଯୋଗ ଦେବେ ନାହିଁ । ଏବର୍ଷ ଆମନ୍ତ୍ରିତ ଅତିଥିଙ୍କ ତାଲିକାରେ ନିର୍ମାଣ ଶ୍ରମିକ, ସଫେଇ କର୍ମଚାରୀ, କରୋନା ସମ୍ମୁଖ ଯୋଦ୍ଧା, ଅଟୋ ରିକ୍ସା ଚାଳକଙ୍କ ନାଁ ଥିବା ସୂଚନା ମିଳିଛି । ସାଧାରଣତନ୍ତ୍ର ଦିବସ ସମାରୋହ ନିମନ୍ତ୍ରଣ ପତ୍ରରେ ଔଷଧୀୟ ବୃକ୍ଷର ମଞ୍ଜି ରହିଛି, ଯାହାକି ମାଟିରେ ପୋତିଲେ ସେଥିରୁ ଗଛ ଉଠିବ ।

କୋଭିଡ୍ ଦୃଷ୍ଟିରୁ ଏଥିସହ ଦର୍ଶକ ସଂଖ୍ୟା ମଧ୍ୟ ହ୍ରାସ କରାଯାଇଛି । ଗତବର୍ଷ ୨୫ ହଜାର ଦର୍ଶକଙ୍କୁ ଅନୁମତି ମିଳିଥିବା ବେଳେ, ଏବର୍ଷ ଏହି ସଂଖ୍ୟା ୫ ହଜାରରୁ ୮ ହଜାର ଲୋକ ଉପସ୍ଥିତ ରହିବେ । ସୁଭାଷଚନ୍ଦ୍ର ବୋଷଙ୍କ ସମ୍ମାନରେ ଚଳିତବର୍ଷର ସମାରୋହ ଜାନୁଆରୀ ୨୪ ପରିବର୍ତ୍ତେ ୨୩ ତାରିଖରୁ ଅରମ୍ଭ ହେବ । ଏଥିସହ ଜାନୁଆରୀ ୨୬ରେ ପରେଡ୍ ଗତ ୭୫ ବର୍ଷର ପରଂପରା ଭଙ୍ଗ କରି ୩୦ ମିନିଟ୍ ବିଳମ୍ବରେ ଆରମ୍ଭ ହେବ ।

ପ୍ରଥମେ ଜାମ୍ମୁ ଓ କାଶ୍ମୀରରେ ସହିଦ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବାକୁ କାଯର୍ୟକ୍ରମ ଥିବାରୁ, ପରେଡ୍ ଦିନ ୧୦ଟା ପରିବର୍ତ୍ତେ ସାଢ଼େ ୧୦ଟାରେ ଆରମ୍ଭ ହେବ । ପ୍ରତିବର୍ଷ ଭଳି ୯୦ ମିନିଟ୍ ଧରି ପରେଡ୍ ଚାଲିବ । ରାଜପଥରେ ୬୦୦ ଯୁବ କଳାକାର ନୃତ୍ୟ ପ୍ରଦର୍ଶନ କରିବେ । ବିଟିଂ ଦ ରିଟ୍ରିଟ୍ ବେଳେ ଆଇଆଇଟି ଦିଲ୍ଲୀର ଏକ ଷ୍ଟାର୍ଟଅପ୍ ହଜାରେ ଡ୍ରୋନ୍‌କୁ ନେଇ ଡ୍ରୋନ୍ ସୋ ପ୍ରଦର୍ଶନ କରିବେ । ଚୀନ୍, ରୁଷ, ବ୍ରିଟେନ୍ ପରେ ଭାରତରେ ଚତୁର୍ଥ ଦେଶ ଭାବେ ଡ୍ରୋନ୍ ସୋ ଦେଖିବାକୁ ମିଳିବ ।